ନିଜ ପୋଷା ଜନ୍ତୁ ଜାଗୁଆର ଓ ଲିଓପାର୍ଡ ପାଇଁ ୟୁକ୍ରେନ ଛଡୁନାହାନ୍ତି ଭାରତୀୟ ଡ଼ାକ୍ତର

ଆପଣ ଅନେକ ପଶୁ ପ୍ରେମୀଙ୍କୁ ଦେଖିଥିବେ। ଯେଉଁମାନେ ନିଜ ପାଳିତ ଯିବ ଜନ୍ତୁଙ୍କ ପାଇଁ କିଛି ବି କରିପାରନ୍ତି। ଯେତେ ବିପଦ ଆସିଲେ ବି ନିଜ ଗୃହ ପାଳିତ ପୋଷା ଜିବଙ୍କୁ କେବେ ହେଲେ ଏକାଠି ଛାଡନ୍ତିନି।
ନିଜ ଜୀବନକୁ ତାଙ୍କ ପାଇଁ ବାଜି ଲଗାଇ ଦିଅନ୍ତି। ଠିକ୍ ସେମିତି ଏକ ଘଟଣା ଦେଖିବାକୁ ମିଳିଛି ୟୁକ୍ରେନରେ ରହୁଥିବା ଜଣେ ଭାରତୀୟ ଡ଼ାକ୍ତରଙ୍କ ପାଖରେ। ଯିଏକି ଯୁଦ୍ଧ ପରିସ୍ଥିତିରେ ମଧ୍ୟ ଭାରତକୁ ଫେରୁନାହାନ୍ତି। କାରଣ ସେ ୟୁକ୍ରେନରେ ପାଳିଛନ୍ତି ଦୁଇଟି ପୋଷା ଯିବ, ବ୍ଲାକ ପାନ୍ଥର ଓ ଲିଓ ପାର୍ଡ।

ଆପଣ ଜାଣିଥିବେ ବର୍ତ୍ତମାନ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବଢ଼ିବାରେ ଲାଗିଛି। ଏମିତିକି ସେଠାରୁ ଅନେକ ଭାରତୀୟ ଯେଉଁ ସୁବିଧା ପାଉଛନ୍ତି ଫେରିଆସୁଛନ୍ତି। କିନ୍ତୁ ସେଠାରେ ରହୁଥିବା ଆନ୍ଧ୍ରପ୍ରଦେଶର ଜଣେ ଡ଼ାକ୍ତରଙ୍କୁ ଯେତେ କହିବା ପରେ ମଧ୍ୟ ସେ ୟୁକ୍ରେନ ଛାଡି ଆସୁନାହାନ୍ତି। ଏହା ପୁଣି କୌଣସି ମଣିଷ ପ୍ରେମ ପାଇଁ ନୁହେଁ, ଦୁଇଟି ପଶୁଙ୍କ ପ୍ରେମ ପାଇଁ।

ତେବେ ତାଙ୍କ ବନ୍ଧୁ ଏବଂ ପରିବାର ଲୋକ ମଧ୍ୟ ଭାରତ ଆସିସାରିଛନ୍ତି ଓ ତାଙ୍କୁ ନିରାପଦରେ ୟୁକ୍ରେନ ଛାଡିବାକୁ ପରାମର୍ଶ ଦେଇଛନ୍ତି। କିନ୍ତୁ ଡାକ୍ତର କୁମାର ବନ୍ଦୀ କହିଛନ୍ତି ଯେ ତାଙ୍କ ଗୃହପାଳିତ ପଶୁ ତାଙ୍କ ପରିବାର ସଦସ୍ୟଙ୍କ ପରି ଏବଂ ସେ ସେମାନଙ୍କୁ ଛାଡିବେ ନାହିଁ। କିଛି ଦିନ ଭିତରେ ଯୁଦ୍ଧr ଭୟରେ ୟୁକ୍ରେନ୍ରରୁ ଅନେକ ଭାରତୀୟ ଛାତ୍ରଛାତ୍ରୀ ନିଜର ପୋଷା କୁକୁର ଓ ବିଲେଇମାନଙ୍କୁ ସାଙ୍ଗରେ ଫେରାଇ ଆଣିବାର ଅନେକ କାହାଣୀ ରହିଛି।

କିନ୍ତୁ କୁମାର ଯେହେତୁ ଚିତାବାଘ ଏବଂ ବ୍ଲାକ ପାନ୍ଥରକୁ ପାଳିଛନ୍ତି, ଭାରତରେ ଏମାନଙ୍କୁ ଘରେ ରଖିବାର ଆଇନ୍ ନାହିଁ। ତେଣୁ ସେ ତାଙ୍କର ଏହି ଦୁଇଟି ପୋଷା ପଶୁକୁ ୟୁକ୍ରେନରେ ପାଳିଛନ୍ତି ଓ ସେ ସେହିଠାରେ ହିଁ ଅଛନ୍ତି। ତାଙ୍କ ପାଇଁ ସେ ୟୁକ୍ରେନ ଛାଡ଼ିବାକୁ ଚାହୁଁନାହାନ୍ତି।

ସେ ଯୁଦ୍ଧରୁ ରକ୍ଷା ପାଇବା ପାଇଁ ତାଙ୍କ ପୋଷା ଜନ୍ତୁଙ୍କ ସହିତ ୟୁକ୍ରେନରେ ବଙ୍କରରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଡ଼ାକ୍ତର କୁମାର ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ତନୁକୁ ସହରର ମୂଳ ବାସିନ୍ଦା। ସେ ୟୁକ୍ରେନ୍ର ରାଜଧାନୀ କିଭ ଠାରୁ ପ୍ରାୟ ୮୫୦ କିଲୋମିଟର ଦୂରରେ ଥିବା ଡୋନବାସରେ ରୁହନ୍ତି ଏବଂ ଅନେକ ତେଲୁଗୁ ଛାତ୍ର ଓ ଅନ୍ୟମାନଙ୍କୁ ନିରାପଦରେ ଭାରତରେ ପହଞ୍ଚିବାରେ ସାହାଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି।

ଋଷର ୟୁକ୍ରେନ୍ ଉପରେ ଆକ୍ରମଣ ଆରମ୍ଭ ହେବା ପରଠାରୁ, ଡାକ୍ତର କୁମାର ତାଙ୍କର ୟୁଟ୍ୟୁବର୍ ଚ୍ୟାନେଲ ମାଧ୍ୟମରେ ତାଙ୍କ ପୋଷା ଜନ୍ତୁଙ୍କ ସହିତ ଅନେକ ଭିଡିଓ ଅପଲୋଡ୍ କରୁଛନ୍ତି। ଯେଉଁଥିରୁ ଏହା ଜଣାପଡୁଛି ଯେ ସେ ତାଙ୍କର ଏହି ପୋଷା ଜନ୍ତୁଙ୍କ ସହିତ କେତେ ଖୁସିରେ ଅଛନ୍ତି। ପୁଣି ଅନେକ ଲୋକ ଏପରି ଜଙ୍ଗଲି ଜନ୍ତୁକୁ ଡରୁଥିବା ବେଳେ ସେ ଏମାଙ୍କକୁ ପାଳିଛନ୍ତି।

ସେ କହିଛନ୍ତି ମୁଁ ୟୁକ୍ରେନ ଛାଡିବାକୁ ଚାହେଁ ନାହିଁ କାରଣ ମୋର ପୋଷା ଜାଗୁଆରମାନଙ୍କର ଯତ୍ନ ନେବାକୁ କେହି ନଥିବେ। ତାଙ୍କୁ ଛୋଟୋ ବେଳୁ ଜୀବଜନ୍ତୁ ପାଳିବା ପାଇଁ ପସନ୍ଦ। ସେ କହିଛନ୍ତି ହୁଏତ “ମୁଁ ପଡୋଶୀ ଦେଶକୁ ପଳାଇ ଭାରତକୁ ଫେରି ବୋମା ବିସ୍ଫୋରଣରୁ ରକ୍ଷା ପାଇପାରିବି। କିନ୍ତୁ ମୋର ଅନୁପସ୍ଥିତିରେ ମୋର ପୋଷାଜନ୍ତୁ ଭୋକରେ ମରିଯିବେ। ତେଣୁ ତାଙ୍କୁ ଛାଡି ମୁଁ ଯାଇପାରିବି ନାହିଁ।

ଖବର ଅନୁଯାୟୀ କୁମାର ମେଡିସିନ ପଢ଼ିବା ପାଇଁ ୟୁକ୍ରେନ ଯିବାର ପ୍ରାୟ ୧୫ ବର୍ଷ ପରେ ସେ ବର୍ତ୍ତମାନ ଡୋନବାସରେ ଜଣେ ଭଲ ଡାକ୍ତର । ପିଲାଦିନରୁ ଗୃହପାଳିତ ପଶୁପ୍ରେମୀ। ଖାଲି ସେତିକି ନୁହେଁ କୁମାର ଏକ ତେଲୁଗୁ ଚଳଚ୍ଚିତ୍ରରୁ ଅନୁପ୍ରାଣିତ ହେବା ପରେ ବାଘ ପାଳିବାକୁ ଇଚ୍ଛା ରଖିଥିଲେ। ପୁଣି ତାଙ୍କର ପଶୁପକ୍ଷୀଙ୍କୁ ନେଇ ସ୍ନେହ ଅଧିକ।

ସେ ନିଜେ ଚାରିଟି ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି, ଯାହା ଏପର୍ଯ୍ୟନ୍ତ ରିଲିଜ୍ ହୋଇନାହିଁ। ତାମିଲ, ତେଲୁଗୁ, ଏବଂ ମାଲାୟାଲମ୍ ଟିଭି ସିରିଏଲ୍ ଏବଂ ଦୁଇଟି ୟୁକ୍ରେନ୍ ଚଳଚ୍ଚିତ୍ରରେ ଅତିଥି ଭାବେ ଅଭିନୟ କରିଛନ୍ତି। କୁମାର କହିଛନ୍ତି ଯେ ଜାଗୁଆର ହେଉଛି ଦୁନିଆରେ ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ବିରଳ ପ୍ରାଣୀ। ସେ ପ୍ରାୟ ୧୯ ମାସ ପୂର୍ବରୁ ତାଙ୍କ ପୋଷା ଜାଗୁଆର୍ ‘ୟାଗୱାର୍’ କୁ କିଣିଥିଲେ ଏବଂ ପରେ ସେ ଜାଗୁଆର୍ ‘ୟାଗୱାର୍’ ର ମେଟ୍ ପାଇଁ ଆଉ ଏକ ବ୍ଲାକ ପାନ୍ଥର୍ ଆଣିଥିଲେ।

କୁମାର କହିଛନ୍ତି ଯେ ତାଙ୍କ ଗୃହପାଳିତ ପଶୁ ତାଙ୍କ ପରିବାର ସଦସ୍ୟଙ୍କ ପରି ଏବଂ ସେ ସେମାନଙ୍କୁ ଛାଡିବେ ନାହିଁ। ସେ ନିଜ ୟୁଟ୍ୟୁବ୍ ବ୍ଲଗରେ କହିଛନ୍ତି, “ଯଦି ମୁଁ ସେମାନଙ୍କୁ ଛାଡ଼ିଦେବି, ସେମାନେ ନିଶ୍ଚିତ ଭାବରେ ମରିବେ। ମୁଁ ତାହା ସହି ପାରିବି ନାହିଁ, ମୁଁ ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେମାନଙ୍କର ଯତ୍ନ ନେବି ଏବଂ ଯଦି ମୁଁ ମରିଯାଏ, ତେବେ ମୁଁ ସେମାନଙ୍କ ସହିତ ହିଁ ମରିବି।”
କହିବାକୁ ଗଲେ ଦୁଇଟି ପୋଷା ଜନ୍ତୁ ପାଇଁ ତାଙ୍କର ଏତେ ଭଲ ପାଇବା ଯେ ବର୍ତ୍ତମାନ ମୃତ୍ୟୁ କ୍ଷେତ୍ର ପାଲଟିଥିବା ୟୁକ୍ରେନ ମଧ୍ୟ ସେ ଛାଡ଼ିପାରୁନାହାନ୍ତି।

ଖାଲି ତାଙ୍କ ପୋଷା ଯିବକୁ ନୁହେଁ, କୁମାର ଭାରତୀୟ ଛାତ୍ରମାନଙ୍କୁ ସୀମାରେ ପହଞ୍ଚିବାରେ ସାହାଯ୍ୟ କରୁଛନ୍ତି। ୟୁକ୍ରେନ ସୀମାରେ ପହଞ୍ଚିବାକୁ ଚାହୁଁଥିବା ଲୋକଙ୍କ ପାଇଁ ତାଙ୍କ ଭାଇ ରାମ ଚାରୋଟି ବସ୍ ବ୍ୟବସ୍ଥା କରିଛନ୍ତି। ନିକଟରେ କୁମାର ଆନ୍ଧ୍ରପ୍ରଦେଶର ରାଜ୍ୟ ବିରୋଧୀଦଳ ନେତା ଚନ୍ଦ୍ରବାବୁ ନାଇଡୁଙ୍କ ସହିତ ଜୁମ୍ କଲରେ କଥାବାର୍ତ୍ତା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.