କ୍ରୋଧ ବନିଲା କାଳ, ଗେଟ ସମ୍ମୁଖରେ ଥିବା କାର୍ ର ହେଲା ଶେଷରେ ଏମିତି ଅବସ୍ଥା, ଦେଖନ୍ତୁ

କୁହାଯାଏ କ୍ରୋଧ ମନୁଷ୍ୟର ହେଉଛି ପରମ ଶତ୍ରୁ । କ୍ରୋଧ କାରଣରୁ ଯାହା କିଛି ହୁଏ , ତାହା କେବେ ଠିକ ହୋଇ ନଥାଏ । ଏହି ଘଟଣା ସତ ମଧ୍ୟ ହୋଇଛି । ଜଣେ ଚାଷୀ ଏମିତି ରାଗିଲେ ଯେ, ଘର ସାମ୍ନାରେ ଥିବା ଗାଡିକୁ ନିଜ ଟ୍ରାକ୍ଟର ଜରିଆରେ ଓଲଟାଇ ଦେଲେ ।

ଖବରଟି ବଡ଼ ବିଚିତ୍ର ଲାଗୁଥିଲେ ମଧ୍ୟ ଏହା ପୁରା ସତ । ବ୍ୟକ୍ତି ଜଣକ କ୍ରୋଧ ଏତେ ଅଧିକ ଥିଲା ଯେ, ପାର୍କ କରାଯାଇଥିବା ଗାଡିକୁ ଓଲଟାଇ ଫୋପାଡି ଦେଲେ । ମେଟ୍ରୋ ଖବର ମୁତାବକ, ଏହି ଘଟଣାଟି ଉତ୍ତର ଦକ୍ଷିଣ ଇଂଲଣ୍ଡର ଡରହମ ସ୍ଥାନର । ଏଠାରେ କିଛି କାର୍ .. ପାଖରେ ରଖାଯାଇଥିଲା । ଏହାକୁ ନେଇ ଜଣେ ଚାଷୀ ରାଗିଯାଇଥିଲେ । କାରଣ ଏହା ଥିଲା ଯେ, ଏହି ସବୁ କାର ତାଙ୍କ ଗେଟ ସାମ୍ନା ରଖାଯାଇଥିଲା । ଏହାର ଫଟୋ ଏବେ ସବୁଆଡେ ଘୂରି ବୁଲୁଛି ।

8765
pc: Navbharat times

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ସମୟରେ କାର ମାଲିକ ସହ ଚାଷୀ ଜଣଙ୍କର ଝଗଡା ମଧ୍ୟ ହୋଇଥିଲା । ଏବେ ଏହି ମାମଲାକୁ ନେଇ ପୋଲିସ ଯାଞ୍ଚ କରୁଛି । ପୋଲିସଙ୍କ କହିବା ଅନୁଯାୟୀ, ଜୁନ ୫ ସନ୍ଧ୍ୟା ୫.୪୫ ମିନିଟ ସମୟରେ ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.