ମୋ ନାତୁଣୀ ଓ ଝିଅ ପାଇଁ ମୁଁ ଗର୍ବିତ, ସମସ୍ତେ ଏପରି ହେବା ଉଚିତ କହିଲେ ଶିଳ୍ପପତି

ପୃଥିବୀରେ ବିଭିନ୍ନ ପ୍ରକାର, ବିଭିନ୍ନ ପ୍ରଜାତିର ପ୍ରାଣୀ ରହିଛନ୍ତି । କିନ୍ତୁ ସମସ୍ତଙ୍କ ମଧ୍ୟରେ ମଣିଷ ହେଉଛି ଶ୍ରେଷ୍ଠ ପ୍ରାଣୀ । ତେଣୁ ଅନ୍ୟମାନଙ୍କ ପାଇଁ ବି ମଣିଷର ଦାୟିତ୍ୱ ସବୁଠୁ ଅଧିକ । କିନ୍ତୁ ବର୍ତ୍ତମାନ ସମାଜରେ ଦେଖିବାକୁ ମିଳୁଛି କି ମନୁଷ୍ୟ ତାର ଦାୟିତ୍ୱବୋଧରୁ ଯେମିତି ବହୁ ଦୂରରେ । ସମୟର ଚକାଭଉଁରୀ ଭିତରେ ପ୍ରତିଯୋଗୀତାର ଦୌଡରେ ସବୁକୁ ପଛରେ ଛାଡି ଆଗରେ ଧାଁଇଛି ମଣିଷ ଜାତି । ଯଦିଓ ଘରେ ଘରେ ପଶୁପକ୍ଷୀ ଦେଖିବାକୁ ମିଳୁଛନ୍ତି କିନ୍ତୁ ଏବେବି କିଛି ରହିଛନ୍ତି ଯେଉଁମାନଙ୍କ ମଧ୍ୟରେ ନାଁ ଅଛି ମାନବିକତା ନା ଦାୟିତ୍ୱବୋଧତା । ଏସବୁ ଭିତରେ ସୋସିଆଲ ମିଡିଆରେ ମଣିଷ କିପରି ହେବା ଉଚିତ ତାକୁ ନେଇ ଏକ କଥା ସେୟାର କରିଛନ୍ତି ଜଣେ ଶିଳ୍ପପତି ।

ବେଦାନ୍ତ ରିସୋର୍ସେସ ଲିମିଟେଡର ଚେୟାରମ୍ୟାନ ଅନିଲ ଅଗ୍ରୱାଲ କହିଛନ୍ତି କି ତାଙ୍କ ନାତୁଣୀ ମାହି ଓ ଝିଅ ପ୍ରିୟା ଅଗ୍ରୱାଲ କମ୍ପାନୀର ଏକ ଗୁରୁତ୍ୱପୂର୍ଣ୍ଣ ସଂଗଠନରେ ମହତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି । ଅନିଲ ଅଗ୍ରୱାଲ ଟ୍ଵିଟ କରି କହିଛନ୍ତି କି ମତେ ମୋ ନାତୁଣୀ ଓ ମୋ ଝିଅ ଉପରେ ଗର୍ବ ହେଉଛି । କାହିଁକି ନା ଦୁହେଁ ପଶୁଙ୍କ ଦେଖାଶୁଣା କରୁଥିବା ସଂଗଠନ ଟାକୋ ସହ ଜଡିତ । ଏହା ସହ ସେ ଆହୁରି ମଧ୍ୟ ଲେଖିଛନ୍ତି କି ସେମାନେ ଯେଉଁପ୍ରକାର ଆଖପାଖ ପଶୁଙ୍କର ଦେଖାଶୁଣା କରୁଛନ୍ତି ସେସବୁକୁ ଦେଖି ମତେ ଲାଗୁଛି କି ପ୍ରକୃତି ସହ ଆମ ପିଲାମାନଙ୍କ ସମ୍ପର୍କ କେତେ ମଜବୁତ । ଆମେ ବୟସ୍କ ମାନେ ସେମାନଙ୍କ ଠାରୁ କି ପ୍ରକାର ଶିକ୍ଷା ଲାଭ କରିପାରିବା ଏହା ସ୍ପଷ୍ଟ କରୁଛି ।

ଆଗକୁ ଲେଖିଛନ୍ତି କି ମୋ ନାତୁଣୀ ଯେଉଁପ୍ରକାର ଦୟା ଦେଖାଇ ଜୀବଙ୍କ ସହ ବ୍ୟବହାର କରୁଛି ଏହାକୁ ଦେଖି ମୁଁ ବହୁତ ଖୁସି ହୋଇଯାଉଛି ଓ ଗର୍ବ ଅନୁଭବ କରୁଛି । ଏକଥା ବିଲକୁଲ ସତ, ଯେ ପଶୁଙ୍କ ଆଖପାଖରେ ରହି ଯେଉଁ ପିଲାମାନେ ବଡ ହୁଅନ୍ତି, ସେମାନଙ୍କ ଭିତରେ ଅନ୍ୟମାନଙ୍କ ସମସ୍ୟା ଓ ଦାୟିତ୍ୱ ବୁଝିବାର ଭାବନା ଅଧିକ ରହିଥାଏ ।

କହିରଖୁଛୁ ଟାକୋ ବିଷୟରେ କି ବେଦାନ୍ତ ଲିମିଟେଡ ଡାଇରେକ୍ଟର ପ୍ରିୟା ଅଗ୍ରୱାଲଙ୍କ ମୁତାବିକ ପଶୁଙ୍କ ଭଲମନ୍ଦ ସହ ଯୋଡା ଏକ ପ୍ରଥମ ପ୍ରୋଜେକ୍ଟ ଯାହା ଦ୍ୱାରା ବିଶ୍ୱସ୍ତରର ଇନଫ୍ରାଷ୍ଟକଚର, ପଶୁ ଚିକିତ୍ସା ସମ୍ବନ୍ଧୀୟ ସବିଶେଷ, ଟ୍ରେନିଙ୍ଗ ଫାସିଲିଟି ଓ ପଶୁଙ୍କ ପାଇଁ ସେଲଟର ଉବଲବ୍ଧ କରାଯିବାର ଏକ ବଡ ସଂସ୍ଥା । ଆମେ ଦୁନିଆର ଶିକ୍ଷଣୀୟ ସଂସ୍ଥା ଓ ନଲେଜ ପାଟନରଙ୍କ ସହ ମିଶି ପଶୁଙ୍କ ୱେଲଫେୟାର ପାଇଁ ଏକ ବଡ ଇକୋ ସିଷ୍ଟମ କରିବାକୁ ଚାହୁଁଛୁ ବୋଲି କହିଛନ୍ତି ପ୍ରିୟା ଅଗ୍ରୱାଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.