ବହୁଚର୍ଚ୍ଚିତ ପ୍ରଧାନ ଶିକ୍ଷୟିତ୍ରୀ ଅଶ୍ରୁକଣା ପ୍ରଧାନଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଥମିବାର ନା ଧରୁନି l ଘଟଣାର ପୁଣି ଏକ ବଡ଼ ଖବର ସାମ୍ନାକୁ ଆସିଛି l ଏ ତଥ୍ୟ ବିଷୟରେ ଶୁଣିଲେ ଆପଣ ବି ଚିନ୍ତା କରିବାକୁ ବାଧ୍ୟ ହେବେ । …ଆସନ୍ତୁ ଜାଣିବା କଣ ସେ ଘଟଣା l ସେଦିନ ସକାଳ ସମୟ ଗଡି ଯାଇଥାଏ ଠିକ ଦିନ ଦଶଟାରୁ ଏଗାରଟା ହେବ, ସତ୍ୟ ନଗର ମଶାଣି ପରିସରରେ ପଡ଼ିଥିବା ସିମେଣ୍ଟ ଚେୟାର ଉପରେ କିଛି ଲୋକ ବସିଥାନ୍ତି l ହଠାତ ଜଣେ ମହିଳାଙ୍କ ପାଟି ଶୁଭିଲା, ମୋ ଭଉଣୀ କୋଉଠି, କୋଉଠି ତାକୁ ଦାହ କରୁଛନ୍ତି? କିଏ ଦାହ କରୁଛନ୍ତି ? ସେ ଏମିତି ଚିତ୍କାର କରି କହୁଥିଲା ବେଳେ ପୋଲିସ ସେଠାରେ ଉପସ୍ଥିତି ଥାଆନ୍ତି l ମହିଳା ଜଣଙ୍କ ପହଁଚିଲେ ଯାଇ ମୃତଦେହ ଦାହ ହେଉଥିବା ପିଣ୍ଡିରେ l ଆଉ ଜଳୁଥିବା ଜୁଇରେ ପାଣି ପକାଇବାକୁ ଆରମ୍ଭ କଲେ l କିଛି ସମୟ ପରେ ଜୁଇ ଜଳିବା ଥମିଗଲା ସତ କିନ୍ତୁ ପ୍ରକୃତ ଘଟଣା କଣ ଜାଣିବା ପାଇଁ ଆମେ ପହଂଚିଥିଲୁ ସତ୍ୟ ନଗର ମଶାଣି ନିକଟରେ l କାହାର ମୃତଦେହ କେମିତି ଆସିଲା ଏଠାକୁ, ଏହି ମହିଳା କିଏ ସେ କାହିଁକି ଅଭିଯୋଗ ଆଣୁଛନ୍ତି ଜାଣିବା ଚାଲନ୍ତୁ l …
ଜୁଇରେ ଜଳୁଥିବା ମୃତଦେହ ହେଉଛି ଅଶ୍ରୁକଣା ପ୍ରଧାନଙ୍କର l ସେ ହେଉଛନ୍ତି ପୂର୍ବତନ ବ୍ରହ୍ମଗିରି ବିଧାୟକ ଅଜୟ ଜେନାଙ୍କ ପତ୍ନୀ l ସେମାନେ ଖାରବେଳ ନଗର ଥାନା ସ୍ଥିତ ମଧୁସୂଦନ ନଗରରେ ଘର କରି ରହି ଆସୁଥିଲେ l ପୁଅ ଝିଅ ଦୁଇଟି ସେମାନଙ୍କର l ଝିଅ ଜନ୍ମ ରୁ ଦିବ୍ୟାଙ୍ଗ ଥିଲେ ଏବଂ ପୁଅ ବଡ଼ ହୋଇ ଭଲ ପାଇ ଉପାସନା ଷଡ଼ଙ୍ଗୀ ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ l ସମୟ କ୍ରମେ ଉପାସନାଙ୍କ ଗୋଟିଏ ପୁଅ ଝିଅ ମଧ୍ୟ ଜନ୍ମ ହେଲେ l ପରେ ଅଶ୍ରୁକଣାଙ୍କ ପୁଅର ମୃତ୍ୟୁ ହେଲା ଏବଂ ବହୂ ଉପାସନା ଦୁଇ ପୁଅ ଝିଅଙ୍କୁ ନେଇ ସେହି ଘରେ ଶାଶୁ ଶଶୁରଙ୍କ ନିକଟରେ ରହିଲେ l ଏହା ପରେ ଶ୍ବଶୁର ଅଜୟ ଜେନାଙ୍କର ମଧ୍ୟ ପରଲୋକ ହୋଇ ଥିଲା ପ୍ରାୟ ବର୍ଷେ ଦେଢ଼ ବର୍ଷ ପୂର୍ବରୁ l କେଵଳ ବାକି ରହିଲେ ଶାଶୁ ଆଉ ଶାଶୁଙ୍କ ଦିବ୍ୟାଙ୍ଗ ଝିଅଟି l ମଝିରେ ମଝିରେ ଶାଶୁ ବୋହୁଙ୍କ ମଧ୍ୟରେ ଝଗଡା ହେବା ଏବଂ ଶାଶୁ ଅଶ୍ରୁକଣା ପ୍ରଧାନ ମହିଳା ଥାନାରେ ବୋହୂ ଉପାସନା ନାଁରେ କୁଆଡ଼େ ଅଭିଯୋଗ ଆଣିଥିଲେ । ଘଟଣାର ଲିଖିତ ତଥ୍ୟ ଆପଣଙ୍କ ସାମ୍ନାରେ ରଖୁଛୁ l ଏହା କେତେ ଦୂର ଠିକ କି ଭୁଲ ତାହା ପୋଲିସ ତଦନ୍ତରୁ ହିଁ ଜଣାପଡ଼ିବ l
ତେବେ ଅଶ୍ରୁକଣାଙ୍କର ଗତ ନଭେମ୍ବର ୪ ତାରିଖ ଦିନ ମଧୁସୂଦନ ନଗର ସ୍ଥିତ ବାସ ଭବନରେ ମୃତ୍ୟୁ ହୋଇଛି ବୋଲି କହି ବୋହୂ ଉପାସନା ଷଡ଼ଙ୍ଗୀ ତାଙ୍କ ମରଶରୀରକୁ ନେଇ ସତ୍ୟ ନଗର ମଶାଣିକୁ ଯାଇଥିଲେ l ଯାହା କୁହାଯାଉଛି କି ଶ୍ମଶାନରେ ଦାହ ପୂର୍ବରୁ ଡାକ୍ତରଙ୍କ ଲିଖିତ ଡେଥ୍ ସାର୍ଟିଫିକେଟ୍ ଦେଖାଇବାକୁ ପଡ଼େ । ବୋହୂ ଉପାସନା କୁଆଡ଼େ ଏକ ଘରୋଇ କ୍ଲିନିକର ଡାକ୍ତରଙ୍କ ଠାରୁ ଏହାକୁ ଲେଖାଇ ଆଣିଥିଲେ । ତେବେ ଶାଶୁଙ୍କ ମରଶରୀର ଦାହ କଲା ବେଳକୁ ମୃତ ଅଶ୍ରୁକଣାଙ୍କ ଭଉଣୀ ମୋନିକା ପ୍ରଧାନ ତାଙ୍କ ସ୍ୱାମୀ ଅଜୟ ନନ୍ଦୀ ସେଠାରେ ପହଁଚିଲେ l ଆଉ ଦାହ କରିବାକୁ. ମନା କଲେ । ଏମାନଙ୍କ ଅଭିଯୋଗ ପରେ ପୋଲିସ୍ ସେଠାରେ ପହଞ୍ଚି ଦାହ ବନ୍ଦ କରି ମୃତଦେହ ଉଦ୍ଧାର କରିଥିଲା । ପରେ ପୋଷ୍ଟମର୍ଟମ ପାଇଁ ଭୁବନେଶ୍ବର ଏମସକୁ ପଠାଇଥିଲା ।
ତେବେ ଏହି ଡେଥ୍ ସାର୍ଟିଫିକେଟ୍ ପଛରେ ଥିବା ରହସ୍ୟର ବଡ଼ ଖୁଲାସା କରିଛନ୍ତି ନିଜେ ଅବସର ପ୍ରାପ୍ତ ଡାକ୍ତର ବିଜୟ ସାମଲ । ସେ କହିଛନ୍ତି କି ଦାହ ବେଳେ ଉପାସନା ଆସି ତାଙ୍କୁ କିଛି କାଗଜ ଦେଖାଇ କହିଥିଲେ କି ଶାଶୁଙ୍କର ହୃଦଘାତ ଜନିତ ଚିକିତ୍ସା ଚାଲିଥିଲା l ଯାହାକୁ ଦେଖି ଡାକ୍ତର ସାର୍ଟିଫିକେଟ୍ ଦେଇଥିଲେ ।…
ଘଟଣା ଦିନ ରାତି ବାରଟାରେ ଉପାସନା କୁଆଡେ ଶାଶୁଙ୍କୁ ଦେଖିଲେ ଓ ସେ ଠିକ ଥିଲେ । ହେଲେ ସାଢେ ଗୋଟାଏ ରାତିରେ ଦେଖିଲେ ନିସ୍ତେଜ ହୋଇ ଯାଇଛନ୍ତି ଶାଶୁ l ଆଉ ସକାଳୁ ଅଶ୍ରୁକଣାଙ୍କ ମୃତ ଶରୀରକୁ ଆଣି ଦାହ କରିବାକୁ ଚେଷ୍ଟା କରିଥିଲେ l ତେବେ ଅଶ୍ରୁକଣାଙ୍କ ଭଭଉଣୀଙ୍କ ଅଭିଯୋଗ ଅନୁଯାୟୀ, ରାତିରେ ଭଉଣୀଙ୍କ ଦେହ ଖରାପ ହେଲା ବୋହୂ ଆମକୁ ଜଣାଇଲେ ନାହିଁ । ଏମିତିକି ମୃତ୍ୟୁ ପରେ ବି ନଜଣାଇ ଦାହ କରୁଥିଲେ । …
କେମିତି ମୃତଶରୀର ନଦେଖି ଡାକ୍ତର ଡେଥ୍ ସାର୍ଟିଫିକେଟ ଦେଲେ ? ଏ ନେଇ ଅବସର ପ୍ରାପ୍ତ ଡାକ୍ତର ବିଜୟ ସାମଲଙ୍କ ବିରୋଧରେ ଖାରବେଳ ଥାନାରେ ଏତଲା ଦିଆ ଯାଇଛି । ପୋଲିସ ମଧ୍ୟ ଡାକ୍ତରଙ୍କ ପାଖକୁ ଯାଇ ପଚରା ଉଚରା କରିଥିଲେ ବୋଲି ଜଣାପଡ଼ିଛି ।