ପୃଥିବୀପୃଷ୍ଠରେ ଏମିତି ଅନେକ ଜୀବ ଅଛନ୍ତି ଯାହାର ଗଠନ ଶୈଳୀ ଅନ୍ୟଠାରୁ ଭିନ୍ନ ହୋଇଥାଏ। କିଏ ଦେଖିବାକୁ ଆକାରରେ ବଡ଼ ହୋଇଥାଏ ତ ଆଉ କିଏ ଅପେକ୍ଷାକୃତ ଛୋଟ। ସେହିପରି ଆଉ କିଛି ଜୀବ ଅଧିକ ହିଂସ୍ର ହୋଇଥିବା ବେଳେ ଆଉ କିଛି ଖୁବ୍ ନିରୀହ ହୋଇଥାନ୍ତି। ତେବେ ପୃଥିବୀରେ ଏକ ଏମିତି ଜୀବ ବି ରହିଛି ଯିଏ ନିଜ ଇଚ୍ଛା ଅନୁସାରେ ନିଜ ଲିଙ୍ଗ ପରିବର୍ତ୍ତନ କରିପାରେ। ଅର୍ଥାତ୍ ଏହି ଜୀବଟି କେତେବେଳେ ନିଜକୁ ଅଣ୍ଡିରା କରିପାରେ ତ ଆଉ କେବେ ମାଈ। ଏକ ସାମୁଦ୍ରିକ ମାଛ ଏହିଭଳି ଭାବେ ଲିଙ୍ଗ ପରିବର୍ତ୍ତନ କରିପାରେ।
ଏହି ଅଦ୍ଭୁତର ମାଛର ନାଁ ହେଉଛି ଏନ୍ଥିୟସ୍ କୋରାଲ ରିଫ୍। ଆକାରରେ ଛୋଟ ହୋଇଥିବା ଏହି ମାଛ ନାରଙ୍ଗୀ, ଗୋଲାପୀ, ବାଇଗଣୀ, ହଳଦିଆ ଆଦି ବିଭିନ୍ନ ରଙ୍ଗରେ ଦେଖିବାକୁ ମିଳନ୍ତି। ମାଛଟି ମୁଖ୍ୟତଃ ମା’ ଓ କିଛି ଅଣ୍ଡିରା ମାଛଙ୍କ ସହ ଏକ ବଡ଼ ଦଳରେ ରହିଥାଏ। ମାଛର ଲିଙ୍ଗ ବଦଳାଇବା ଗୁଣକୁ ବୈଜ୍ଞାନିକ ଭାଷାରେ ‘କ୍ରମଓ୍ଵାର ହର୍ମୋଫ୍ରୋଡାଇଟ୍’ କୁହାଯାଏ।
ଏନ୍ଥିୟସ୍ ମାଈ ମାଛ ଭାବେ ଜନ୍ମ ନେଇଥାଏ। କିନ୍ତୁ କେତେବେଳେ କୌଣସି ଅଣ୍ଡିରା ମାଛର ମୃତ୍ୟୁ ଘଟିଲେ ସବୁଠାରୁ ବଡ଼ ମହିଳା ଏନ୍ଥିୟସ୍ ନିଜ ଲିଙ୍ଗ ପରିବର୍ତ୍ତନ କରି ଅଣ୍ଡିରା ହୋଇଯାଏ। ମାଈରୁ ଅଣ୍ଡିରା ହେବାକୁ ମାଛକୁ ପ୍ରାୟ ଦୁଇ ସପ୍ତାହ ସମୟ ଲାଗିଥାଏ।
ଏହିସମୟରେ ନୂଆ ପ୍ରଜନନ ତନ୍ତ୍ର, ଆକାର, ରୂପ ଓ ରଙ୍ଗରେ ପରିବର୍ତ୍ତନ ଘଟିଥାଏ। କିନ୍ତୁ ଯଦି ପରେ କୌଣସି ଅଣ୍ଡିରା ମାଛ ଦଳରେ ସାମିଲ ହୁଏ ତେବେ ପରିବର୍ତ୍ତିତ ହୋଇଥିବା ମାଛଟି ପୁଣିଥରେ ପୂର୍ବାବସ୍ଥାକୁ ଫେରିଆସେ।
କନ୍ଧମାଳ (କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…
ବାଲେଶ୍ବର (କେନ୍ୟୁଜ୍): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…
କଟକ(କେନ୍ୟୁଜ୍): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…
ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…
ଭୁବନେଶ୍ୱର(କେନ୍ୟୁଜ୍): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…
ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…