ସ୍ପେଶାଲ

‘Antivirus Tiffin Center’ରେ ଖାଦ୍ୟ ଖାଇବେ କି? ଜାଣନ୍ତୁ କାହିଁକି ଲୋକଙ୍କର ଏବେ ଲାଗୁଛି ଭିଡ

ଦେଶରେ କରୋନା ସଂକ୍ରମଣ ଖବର ଏବେ କମ୍‌ ଶୁଣିବାକୁ ମିଳୁଛି। ବର୍ତ୍ତମାନ କରୋନାର ପ୍ରକୋପ କମି କମି ଯାଉଥିବା ନଜର ଆସୁଛି। ତେବେ ଏହାରି ଭିତରେ ମଧ୍ୟ କରୋନା ଠାରୁ କେବେ ସମ୍ପୂର୍ଣ୍ଣ ଭାବେ ଲୋକାମାନେ ମୁକୁଳିବେ ତାହା କେହି ଜାଣିନାହାଁନ୍ତି। ଏମିତି ପରିସ୍ଥିତିରେ ଲୋକମାନଙ୍କୁ ଖାସ୍‌ ଯତ୍ନ ନେବା ନିହାତି ଦରକାର। କାହିଁକିନା ଏହି କିଲର ଭାଇରସ କେତେବେଳେ ଯେ କାହାକୁ ତାର ଅକ୍ତିଆରରେ କରିନେଉଛି ତାହା କେହି ଜାଣିନାହାଁନ୍ତି।

ଏମିତି ପରିସ୍ଥିତିରେ କରୋନା କାଳରେ ସଂକ୍ରମଣ ଠାରୁ ରକ୍ଷା ପାଇବା ପାଇଁ ଶୁଦ୍ଧ ଏବଂ ତାଜା ଖାଦ୍ୟ ଦେଉଛି ଏକ ଜଳଖିଆ ଦୋକାନ। ଯାହାର ନାମ ଲୋକଙ୍କୁ ବେଶ ପ୍ରଭାବିତ କରୁଛି। ଜଳଖିଆ ଦୋକାନର ନାମ ରଖାଯାଇଛି ‘ଆଣ୍ଟି ଭାଇରସ ଟିଫିନ ସେଣ୍ଟର’। ଆପଣ ନିହାତି ଭାବରେ ନାଁ ଶୁଣି ଏହି ଜଳଖିଆ ଦୋକନ କେଉଁଠି ବୋଲି ଜାଣିବାକୁ ଚାହୁଁଥିବେ। ତେବେ ଆମେ ବି ଆପଣଙ୍କୁ କହିବାକୁ ଚାହିଁବୁ ଯେ ଏହି ଜଳଖିଆ ଦୋକାନ ଅନ୍ୟ କେଉଁଠି ନୁହେଁ ଆମ ଓଡିଶାର ବ୍ରହ୍ମପୁରରେ।

ଏହି ଆଣ୍ଟିଭାଇରସ ଟିଫିନ ସେଣ୍ଟର ଏବେ ସୋସିଆଲ ମିଡିଆରେ ଧମାଲ ମଚାଉଛି। ସାରା ଦୁନିଆର ଲୋକେ ଏହି ଟିଫିନ ସେଣ୍ଟରକୁ ନେଇ ଚର୍ଚ୍ଚା ଜଲାଉଛନ୍ତି। ତେବେ ଏହି ଆଣ୍ଟି ଭାଇରସ୍‌ ଟିଫିନ ସେଣ୍ଟରରେ ଖାଇବା ପାଇଁ ଲୋକମାନଙ୍କର ଲମ୍ବା ଭିଡ ଦେଖିବାକୁ ମିଳୁଛି। ରାସ୍ତା କଡରେ ଥିବା ଏହି ଜଳଖିଆ ଦୋକାନର ଫଟୋ କେହି ଜଣେ ଗ୍ରାହକ ସୋସିଆଲ ମିଡିଆରେ ପୋଷ୍ଟ କରିଦେଇଥିଲେ। ଯାହାପରେ ସୋସିଆଲ ମିଡିଆରେ ଏହି ଭୋଜନାଳୟକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି।

ଭାଇରାଲ ହେଉଥିବା ଏହି ଭୋଜନାଳୟର ଫଟୋରେ ଆପଣ ଦେଖିପାରୁଥିବେ ଯେ ମେନୁ କାର୍ଡ ଲାଗିଛି। ସେଥିରେ ଟିଫିନ ସେଣ୍ଟର ବ୍ରହ୍ମପୁର ଗାନ୍ଧିନଗର ମେନ ରୋଡରେ ଥିବା ଜଣାଯାଇଛି। ମେନୁ ଅନୁଯାୟୀ ଇଡଲୀ, ଦୋସା, ସମୋସା (ସିଙ୍ଗଡା), ବରା, ପୁରି ଏବଂ ପକୋଡି ଭଳି ଖାନ୍ୟ ପଦାର୍ଥ ଆଣ୍ଟିଭାଇରସ ଟିଫିନ ସେଣ୍ଟରରେ ଥିବା ଜଣାଯାଇଛି। ତେବେ ଏହି ଟିଫିନ ସେଣ୍ଟରର ନାମ ଦେଖି ଲୋକେ ଖୁବ୍‌ କମେଣ୍ଟ ମଧ୍ୟ ଦେଉଛନ୍ତି।

 

Pritiparna

Recent Posts

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 min ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

8 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

17 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

17 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

34 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

35 mins ago