ସାମାଜିକ ବନ୍ଧୁତାକୁ ନିବିଡ଼ କରିବା ପାଇଁ ଅଦ୍ଭୁତ ଉପାୟ ଆପଣାନ୍ତି ଏହି ଜୀବ, ପରସ୍ପର ମୁହଁରେ କରିଦିଅନ୍ତି ବାନ୍ତି

ପରିବେଶକୁ ସନ୍ତୁଳନରେ ରଖିବା ପାଇଁ ଭଗବାନ ଛୋଟରୁ ଛୋଟ ଏବଂ ବଡ ଜୀବଜନ୍ତୁକୁ ସୃଷ୍ଟି କରିଛନ୍ତି। ତେଣୁ ପୃଥିବୀ ପୃଷ୍ଠରେ ଅନେକ ପ୍ରକାରର ଜୀବଜନ୍ତୁ ରହୁଛନ୍ତି। କିଛିଙ୍କର ଅସ୍ତିତ୍ୱ ଲକ୍ଷ ଲକ୍ଷ ବର୍ଷ ପୂର୍ବରୁ ରହିଛି। ଆଉ କିଛିଙ୍କର ଅସ୍ତିତ୍ୱ ଦୁନିଆରେ ଆଉ ନାହିଁ। ଯେପରି ଡାଇନୋସର। ସେହିଭଳି କିଛି ଜୀବ ଏମିତି ରହିଛନ୍ତି, ଯେଉଁମାନଙ୍କର ଅସ୍ତିତ୍ୱ ପ୍ରାଚୀନକାଳରୁ ରହିଆସିଛି। ଏମିତିରେ ଏମାନଙ୍କ ମଧ୍ୟରେ ସାମିଲ ରହିଛନ୍ତି ପିମ୍ପୁଡି। ଯାହା ପୃଥିବୀର ବିଭିନ୍ନ କୋଣ ଅନୁକୋଣରେ ରହିଥାନ୍ତି। କୁହାଯାଏ କି, ପ୍ରକୃତିର ସନ୍ତୁଳନ ରକ୍ଷା କରିବା ପାଇଁ ପିମ୍ପୁଡି ପୃଥିବୀ ପୃଷ୍ଠରେ ରହିବା ନିହାତି ଜରୁରୀ।

ଏମାନଙ୍କ ମଧ୍ୟରେ ସବୁଠାରୁ ଛୋଟ ଜୀବ ହେଲା ପିମ୍ପୁଡି। ଛୋଟ ହେଲେ ମଧ୍ୟ ଏହି ଜୀବ ବିଶାଳକାୟ ହାତୀକୁ ମଧ୍ୟ ଅଥୟ କରିଦିଏ। ଏମିତିରେ ଆପଣମାନେ ସବୁଦିନ ଘରେ ହେଉ ଅବା ବାହାରେ ପିମ୍ପୁଡି ନିଶ୍ଚିତ ଦେଖୁଥିବେ। କିନ୍ତୁ ଏମିତି କିଛି କଥା ରହିଛି, ଯାହା ବିଷୟରେ ହୁଏତ ଆପଣ ଜାଣିନଥିବେ ?

ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ କି ? ପିମ୍ପୁଡିମାନେ ବନ୍ଧୁତା ସମ୍ପର୍କକୁ ନିବିଡ ଭାବେ ନିଭାଇବା ପାଇଁ ଅଦ୍ଭୁତ ଉପାୟ ଆପଣାନ୍ତି। ପିମ୍ପୁଡି ଏମିତି କରିବା ପାଇଁ ପରସ୍ପର ମୁହଁରେ ବାନ୍ତି କରନ୍ତି। ମଣିଷ ଭଳି ପିମ୍ପୁଡି ମଧ୍ୟ ସାମାଜିକ ବନ୍ଧନରେ ରୁହନ୍ତି ଏବଂ ବନ୍ଧୁତା କରନ୍ତି। କିନ୍ତୁ ଏମାନଙ୍କ ବନ୍ଧୁତା ଟିକେ ନିଆରା ବୋଲି ଆମ୍ଭମାନଙ୍କୁ ଅଦ୍ଭୁତ ଲାଗିଥାଏ। ଆଉ ନିଜ ବନ୍ଧୁତା ପାଇଁ ଏମାନେ ପରସ୍ପର ମୁହଁରେ ବାନ୍ତି କରନ୍ତି।

ଲାଇଭ ସାଇନ୍ସର ଏକ ରିପୋର୍ଟ ମୁତାବକ, ପିମ୍ପୁଡି ଶରୀରରେ ୩ଟି ପ୍ରମୁଖ ଅଂଶ ରହିଛି। ଯେଉଁଥିରେ ପ୍ରଥମ ଭାଗରେ ଫୋରଗଟ, ଦ୍ୱିତୀୟ ଭାଗରେ ମିଡଗଟ ଏବଂ ତୃତୀୟ ଭାଗରେ ହାଇଣ୍ଡଗଟ୍‌ କୁହାଯାଏ। ଫୋରଗଟ୍‌ ଭାଗ ପିମ୍ପୁଡିମାନଙ୍କ ସାମାଜିକ ଭାବେ ଜଡିତ ରହିବାରେ ସହାୟକ ହୋଇଥାଏ। ଏହାର ବ୍ୟବହାର କରି ପିମ୍ପୁଡି ସାମାଜିକ ବନ୍ଧନ ଏବଂ ସୂଚନାକୁ ଏକାଠି କରନ୍ତି।

ant

ସେହିପରି ଫୋରଗଟରେ ଯେଉଁ ବାନ୍ତି ରହିଥାଏ, ତାହାକୁ ସେମାନେ ଅନ୍ୟ ପିମ୍ପୁଡି ମୁହଁରେ ପକାଇ ଦିଅନ୍ତି। ଯାହା ଦ୍ୱାରା ସେମାନଙ୍କ ମଧ୍ୟରେ ସାମାଜିକ ବନ୍ଧୁତା ହୋଇଥାଏ। ଏହି ବାନ୍ତି ପ୍ରକ୍ରିୟାକୁ ଟ୍ରୋଫାଲାକ୍ସି କୁହାଯାଏ। ଏହାଛଡା ପିମ୍ପୁଡି ସହିତ ଜଡିତ ଏମିତି କିଛି କଥା ରହିଛି, ଯାହା ବିଷୟରେ ବହୁତ କମ୍‌ ଲୋକ ଜାଣିନ୍ତି।

ଆଉ ମଧ୍ୟ ପିମ୍ପୁଡି ବିଷୟରେ ରୋଚକ ତଥ୍ୟ :

କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସମଗ୍ର ବିଶ୍ୱରେ ପିମ୍ପୁଡିର ୧୨ ହଜାର ପ୍ରଜାତି ରହିଛି। କେବଳ ଆଣ୍ଟର୍କାଟିକାକୁ ଛାଡି ଦୁନିଆର ପ୍ରତି କୋଣରେ ପିମ୍ପୁଡି ରହିଥାଏ।

ପିମ୍ପୁଡି ଦୁନିଆର ସବୁଠାରୁ ମଜବୁତ ପ୍ରାଣୀ ମଧ୍ୟରେ ଅନ୍ୟତମ। ଏହା ଦେଖିବାକୁ ଛୋଟ କିନ୍ତୁ ଏମାନଙ୍କ ଭିତରେ ଏପରି ପ୍ରତିଭା ରହିଛି ଯେ, ସେମାନଙ୍କ ଓଜନର ୫୦ ଗୁଣ ଅଧିକ ଓଜନ ଜିନିଷ ଉଠାପାରିବେ।
ପିମ୍ପୁଡିର ଫୁସଫୁସ ନଥାଏ। ସେଥିପାଇଁ ଅମ୍ଳଜାନ ଏବଂ ଅଙ୍ଗାରକାମ୍ଳ ଯିବା ଆସିବା କରିବାକୁ ସେମାନଙ୍କ ଶରୀରରେ ଛୋଟ ଛୋଟ ଛିଦ୍ର ରହିଥାଏ। କିନ୍ତୁ ପିମ୍ପୁଡିର କାନ ନଥାଏ। ଯାହା ଭୂମିର କମ୍ପନ ଦ୍ୱାରା ଶବ୍ଦକୁ ଅନୁଭବ କରିପାରନ୍ତି।

ପିମ୍ପୁଡିଙ୍କର ଆଖି ରହିଥାଏ, କିନ୍ତୁ ତାହା କେବଳ ଅନ୍ୟକୁ ଦେଖାଇବା ପାଇଁ। ପିମ୍ପୁଡି କିନ୍ତୁ ପ୍ରକୃତରେ କିଛି ଦେଖିପାରନ୍ତି ନାହିଁ। ଖାଦ୍ୟ ସନ୍ଧାନରେ ପିମ୍ପୁଡିମାନେ ଯେତେବେଳେ ବାହାରକୁ ବାହାରିଥାନ୍ତି ସେତେବେଳେ ସେମାନଙ୍କର ରାଣୀ ପିମ୍ପୁଡି ଫେରୋମୋନ୍ସ ନାମକ ଏକ ରସାୟନ ଗ୍ୟାସ ଛାଡିଥାଏ, ଏହାର ଗନ୍ଧ ଶୁଣି ଅନ୍ୟ ପିମ୍ପୁଡି ତାର ପଛରେ ଚାଲିଥାନ୍ତି। ଯେଉଁଥି ପାଇଁ ପିମ୍ପୁଡି ଗୋଟେ ଲାଇନରେ ଚାଲିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.