ସ୍ପେଶାଲ

ବର୍ଷା ଓ ଅନୁଭବଙ୍କ ପ୍ରେମରୁ ପ୍ରତାରଣା ଯାଏ କାହାଣୀ

ଫିଲ୍ମ ଯୋଡ଼ି ସୁପର ହିଟ୍ ହେଲେ ଦାମ୍ପତ୍ୟ ଜୀବନ ଫ୍ଲପ୍ । ରିଲ୍ ଲାଇଫ୍ ସଫଳ ଆଉ ରିୟଲ ଲାଇଫ୍ ବିଫଳ । ଏଭଳି ସ୍ଥିତିରେ ଓଲିଉଡ୍ ସୁପରଷ୍ଟାର୍ ଅନୁଭବ ଓ ବର୍ଷାଙ୍କ ଛଅ ବର୍ଷର ସମ୍ପର୍କ । ସେମାନଙ୍କ ରିଲ୍ ଲାଇଫ୍‌କୁ ଦେଖି ଏମାନେ ଏକ ଆଦର୍ଶ ଦମ୍ପତି ବୋଲି ସମସ୍ତେ ଭାବି ନେଇଥିଲେ । ଆଉ ଯେତେବେଳେ ଗୁମର ଖୋଲିଲା ହେଲା ବିସ୍ଫୋରଣ । ଉଭୟଙ୍କର ପରସ୍ପର ପ୍ରତି ମନ ଭିତରେ କଣ ରହିଛି ତାହା ଏବେ ପଦାରେ ପଡ଼ିଛି । ଦୁହେଁ ଦୁହିଁଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ସବୁ ଆଣିଛନ୍ତି । ଏସବୁ ଭିତରେ ଆଜି ଆସିଛି ଅନୁଭବଙ୍କର ଏକ ପାଞ୍ଚ ଫର୍ଦ୍ଦର ଚିଠି । ଯାହା ସେ ନିଜ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଲେଖିଛନ୍ତି । ଲାଗୁଛି ଯେମିତି ସବୁ ମନ କଥା ଏଥିରେ ଲେଖି ଦେଇଛନ୍ତି । କେମିତି ପ୍ରେମ ଆରମ୍ଭ ହୋଇଥିଲା ଏବଂ କିଭଳି ମନ ଭାଙ୍ଗିଗଲା । ଆସନ୍ତୁ ପଢ଼ିବା ଅନୁଭବଙ୍କ ଚିଠି ।

ଏକା ସାଙ୍ଗରେ ପାଠ ପଢୁଥିଲେ

ଚିଠିଟି ଅନୁଭବ ଜୟଜଗନ୍ନାଥରୁ ଆରମ୍ଭ କରିଛନ୍ତି । ପୁଣି ଲେଖିଛନ୍ତି, ହାୟ ବର୍ଷା ! ଆମେ କଲେଜରେ ବ୍ୟାଚ୍‌ମେଟ୍ ଥିଲେ । ହେଲେ ସେତେବେଳେ କେବେବି ଆମର ଦେଖା ସାକ୍ଷାତ ହୋଇନଥିଲା । ପରେ ଆମ ଘରେ ଥରେ ହନୁମାନ ଚାଳିଶା ହେଉଥିଲା ବେଳେ ତୁମେ ଆମ ଘରକୁ ଆସିଥିଲ । ମୋର ମନେ ଅଛି ମୁଁ ତୁମକୁ ଉପର ତଳ ସବୁ ଘର ବୁଲାଇ ଦେଖାଇଥିଲି । ଯେଉଁ ଘରେ ଆମେ ବିବାହ ପରେ ରହିଲେ । ସେତେବେଳେ ଆମର ପରସ୍ପର ପ୍ରତି କୌଣସି ଭାବନା ଥିଲା ବୋଲି ମୁଁ ଭାବୁନି । ତେବେ ଭାଗ୍ୟ ସବୁ କିଛି କରାଏ । କେହି ଭଗବାନଙ୍କ ଠାରୁ ଊର୍ଦ୍ଧ୍ୱରେ ନୁହନ୍ତି । ଆମେ ପୁଣି ୨୦୦୬ରେ ଏକାଠି ହେଲେ । ବିଦିଶା କ୍ରାଫ୍ଟ ପ୍ରଯୋଜନାରେ ଦୁଇଟି ଫିଲ୍ମରେ ଅଭିନୟ କଲେ । ଗୋଟିଏ ଫିଲ୍ମରେ ମୋର ଗେଷ୍ଟ ଆପିୟରାନ୍ସ ଥିଲା ଓ ଅନ୍ୟଟିରେ ମୁଁ ଡବଲ୍ ରୋଲ୍ କରିଥିଲି । ସେଥିରେ ଦୁଇଜଣ ହିରୋଇନ୍‌ଙ୍କ ମଧ୍ୟରୁ ତୁମେ ଜଣେ ଥିଲା । ହେଲେ ତୁମ ଅଭିନୟ ଏତେ ସୁନ୍ଦର ଥିଲା ଯେ ଦୁଇ ହିରୋଇନ୍‌ଙ୍କ ଭିତରେ ତୁମେ ବାଜି ମାରି ନେଇଥିଲା ।

ପ୍ରେମ ଆରମ୍ଭ ହେଲା କେବେ

ଏହାପରେ ପ୍ରାୟ ଦୁଇ ବର୍ଷର ବ୍ୟବଧାନ ଥିଲା ଏବଂ ୨୦୦୮ରେ ତୁମ ସହ ପୁଣି ଫିଲ୍ମ କଲି ଆଉ ଫିଲ୍ମଟି ସୁପରହିଟ୍ ହେଲା । ସେଇଠୁ ଆରମ୍ଭ ହୋଇଥିଲା ଆମର ପ୍ରେମ । ମୋର ତୁମ ପ୍ରତି ଭଲ ପାଇବା ଥିଲା ଆଉ ମୁଁ ଭାବୁଛି ତୁମର ମଧ୍ୟ । ଏହା ଭିତରେ ଆମେ ଆଉ ଗୋଟିଏ ଫିଲ୍ମ କଲେ, ସେଇଠି ମଧ୍ୟ ବଡ଼ ହିଟ୍ ହେଲା । ହେଲେ ମୋତେ ଭାରି ଦୁଃଖ ଲାଗୁଥିଲା ଯେ ମୋ ପ୍ରତି ତୁମର ଭଲପାଇବା ଥିବା ସତ୍ତ୍ୱେ ତୁମେ କେବେବି ମୋ ସହ ଠିକ୍ ଭାବରେ ବ୍ୟବହାର କରୁନଥିଲ । ଘରେ ଥିଲେ କେବେ ଆମେ ଫୋନ୍‌ରେ କଥା ହେଉନା କି ବାହାରେ ଦେଖା ହୋଇନି । କେବଳ ସୁଟିଂ ସେଟ୍‌ରେ ହିଁ ସାକ୍ଷାତ ହୁଏ । ସେଥିରେ ବି ତୁମେ କଥାବାର୍ତ୍ତା କର ନାହିଁ ।
ମୁଁ ତୁମ ଲାଗି ପେଣ୍ଟିଂ କଲି, ରାନ୍ଧି ବି ଶିଖିଲି । ସବୁବେଳେ ତୁମ ମୁହଁରେ ହସ ଦେଖିବା ଥିଲା ମୋର ଲକ୍ଷ୍ୟ । ତୁମକୁ ମୁଁ ବହୁତ ଭଲ ପାଉଥିଲି । ତୁମକୁ ଖୁସି କରିବାକୁ କିଛି ବି କରିବାକୁ ପ୍ରସ୍ତୁତ ଥିଲି । ୟା ଭିତରେ ଲୋକେ ଆମ କଥା ଜାଣିଗଲେ । ବହୁତ ଲୋକ ମୋତେ ଏ ସମ୍ପର୍କ ଠାରୁ ଦୂରେଇ ରହିବାକୁ କହିଲେ । ମେର ଭବିଷ୍ୟତ କଥା ଉଠାଇଥିଲେ । ତୁମ ପରିବାର ନେଇ ବିଭିନ୍ନ କାରଣ ମଧ୍ୟ ଦର୍ଶାଇଥିଲେ । ହେଲେ ମୁଁ ତୁମକୁ ପାଗଳ ଭଳି ଭଲ ପାଉଥିଲି । ତେଣୁ ସବୁ କଥାକୁ ଏଡ଼ାଇ ଗଲି ।

ହାତ କାଟିଲି ମଦ ପିଇଲି

ଅଚାନକ ତୁମ ପରିବାର ଲୋକଙ୍କ ନିଷ୍ପତ୍ତିରେ ମୋ ସହ ତୁମେ ଫିଲ୍ମ କରିବା ବନ୍ଦ କରିଦେଲ । ତୁମ ପାଖରେ ସୁଯୋଗ ଥିଲେ ବି ତୁମେ ମୋ ସହ କଥା ହେଲନି । ଏମିତି ବର୍ଷେ ପରେ ଆମର ଆଉ ଏକ ଫିଲମ ଆସିଲା । ହେଲେ ତୁମ ବ୍ୟବହାରରେ କୌଣସି ପରିବର୍ତ୍ତନ ଘଟିନଥିଲା । ଏହି ସମୟରେ ମୁଁ ମୋ ପ୍ରେମର ପ୍ରମାଣ ଦେବାକୁ ନିଜକୁ ଆଘାତ ଦେବାରେ ଲାଗିଲି । ଖାଇବା ପିଇବା ଛିଡ଼ି ଦେଲି, ମଦ ପିଇଲି, ନିଜର ଦେହକୁ କାଟିଲି, ରକ୍ତରେ ତୁମ ନାଁ ଲେଖିଲି। ନିଜ ସ୍ୱାସ୍ଥ୍ୟ ପ୍ରତି ଆଦୌ ଯତ୍ନ ନେଲିନାହିଁ ।
ସେତେବେଳ ମୋତେ ମୋ ଫିଲ୍ମର ଚରିତ୍ର ଅନୁସାରେ ଗେଟ୍‌ଅପ୍ ନେବାକୁ ହେଉଥିଲା । ତୁମ ସହ ଦେଖା ହେଲେ ତୁମେ ମୋତେ ଚିହ୍ନି ପାରନା । କୁହ ଯେ ମୁଁ ଆଗ ଅନୁଭବ ନୁହେଁ ଯାହାକୁ ମୁଁ ଭଲ ପାଉଥିଲି । ମୁଁ ତୁମ ଆଗରେ କିନ୍ଦିଲି, ଭିକ ମାଗିଲା ଭଳି ହେଲି ତଥାପି ତୁମ ମନ ତରଳିଲା ନାହିଁ । ତେଣୁ ମୁଁ ମୋ ଶରୀରକୁ କାଟିଲି ଆଉ ତୁମ ପାଦ ତଳେ ପଡ଼ିଗଲି । ତା ପରେ ଯାଇ ତୁମ ମନ ପରିବର୍ତ୍ତନ ହେଲା । ତୁମ ସହ ସମ୍ପର୍କ ରଖିବାକୁ ଏତେ ସବୁ କାମ ମୋତେ କରିବାକୁ ପଡ଼ିଛି । ତେବେ ମୁଁ ଏକଥା ଗର୍ବର ସହ କହି ପାରିବି ଯେ ବାହାଘର ପୂର୍ବରୁ ଆମ ଭିତରେ କିସ୍‌ଟିଏ ବି ହୋଇନଥିଲା । ତୁମକୁ ମୋ ପ୍ରେମିକା ଭାବେ ପାଇ ମୁଁ ଭାରି ଗର୍ବିତ ଥିଲି । ତୁମର ନମ୍ର ସ୍ୱଭାବ ଏବଂ ଏହି ଆଧୁନିକ ଯୁଗରେ ନୈତିକ ମୂଲ୍ୟବୋଧ ପାଇଁ ହିଁ ମୁଁ ତୁମକୁ ଭଲ ପାଉଥିଲି । ମୋ ଜୀବନରେ ସାମିଲ କରିବାକୁ ଚାହୁଁଥିଲି । ୨୦୧୧ ମାର୍ଚ୍ଚ ୨୭ । ଆମ ନୂଆ ଫିଲ୍ମ ‘କିଏସେ ଡାକୁଛି କେଉଁଠି ମୋତେ’ର ମହୁରତ ଦିନ ମୁଁ ମଦ ଛାଡ଼ି ଦେଲି । ଅବଶ୍ୟ ମୁଁ ମଦ ପିଇବାକୁ ଭଲ ପାଉନଥିଲି କି ତା ଗନ୍ଧ ମୋତେ ପସନ୍ଦ ନଥିଲା ।

ବାହାଘର ହେଲା

ପରେ ୨୦୧୪ ଫେବ୍ରୁଆରି ୮ରେ ଆମର ବାହାଘର ହେଲା । ଆମେ ବାହାଘର ପରେ ମିଶିକି ଫିଲ୍ମ କଲେ । ବାହାଘର ପୂର୍ବରୁ ତୁମେ କହିଥିଲ ଶାରୀରିକ ସମ୍ପର୍କ ରଖିବା ପାଇଁ ମାନସିକ ଭାବେ ପ୍ରସ୍‌ୁତ ହେବ । ତୁମ ମନରେ କିଛି ଡର ଥିଲା । ସେ କଥା ମାନି ତୁମଠାରୁ ଦୂରେଇ ରହିଲି । ହେଲେ ତୁମେ ମୋ ମନର ବେଦନା ବୁଝିଲ ନାହିଁ । ମୁଁ ରାତି ରାତି କାନ୍ଦି କାନ୍ଦି ବିତାଇଲି । ତୁମ ସହ ଶାରୀରିକ ସମ୍ପର୍କ ରଖିବାକୁ ବହୁତ ଚେଷ୍ଟା କଲି । ଦିନ ସାରା ପରିଶ୍ରମ କରି ଘରକୁ ଫେରେ ହେଲେ ରାତିରେ ଶରୀର ସୁଖେ ମଳେ ନାହିଁ। ତୁମେ ଅନେକଥର ଶାରୀରିକ ସମ୍ପର୍କ ରଖିବାକୁ କଥା ଦେଇ କଥା ରଖିଲ ନାହିଁ । ମୋ ଜନ୍ମ ଦିନରେ ଏଭଳି ପ୍ରତିଶ୍ରୁତି ପରେ ମୁଁ କାନ୍ଦିଲି । ତୁମେ ତୁମ ଘରକୁ ପଳାଇଲ । ଏସବୁ ପରେ ମୁଁ ଧୀରେ ଧୀରେ ଶାରୀରିକ ଓ ମାନସିକ ଚାପରେ ସାମ୍ପେନ୍ ଓ ପରେ ହ୍ଵିସ୍କି ପିଇବା ଆରମ୍ଭ କଲି । ତୁମେ ସବୁ ବେଳେ ମୋତେ ରାସ୍ତାର ପାଗଳ ବୁଲା କୁକୁର ଭଳି ବ୍ୟବହାର କରିଛ ।

ଜୀବନରେ ଝଡ଼ ଉଠିଲା

୨୦୧୬ରେ ଅନ୍ୟ ଝିଅ ସହ ସମ୍ପର୍କକୁ ନେଇ କଥା ଉଠିଲା । ତେବେ ମୁଁ କହିରଖେ କି ୨୦୦୮ରୁ ମୁଁ ଗୋଟିଏ ଝିଅକୁ ଭଲ ପାଇ ଆସୁଥିଲି ଓ ପାଉଛି ମଧ୍ୟ । ସେ ହେଉଛ ତୁମେ । ହେଲେ ତୁମେ ମୋତେ ଭଲ ପାଉନଥିଲ । କେବଳ ସିନେମା ପରଦାରେ ମୋତେ ଭଲ ପାଇବା ମୁଁ ଦେଖିଛି । ୨୦୧୭ରେ ଆଉ ଜଣେ ଯୁବତୀ ମୋ ଜୀବନକୁ ଆସିଲେ । ତାଙ୍କ ସହ କଥା ହୋଇ ମୋତେ ଖୁବ୍ ଭଲ ଲାଗିଲା । ଏହା ପରେ ମୋର ଆଉ କୌଣସି ଯୁବତୀଙ୍କ ସହିତ ସମ୍ପର୍କ ନାହିଁ । ହେଲେ ତୁମେ ମୋ ଭାବନାକୁ ଆଦୌ ବୁଝିଲ ନାହିଁ । ସବୁବେଳେ ତୁମଠାରୁ ମୁଁ ପ୍ରେମ ଓ ଶ୍ରଦ୍ଧା ଚାହୁଁଥିଲି । କିନ୍ତୁ ତୁମେ ମୋ ପ୍ରତି ଖରାପ ବ୍ୟବହାର କରୁଥିଲ । ମୋ ବିରୁଦ୍ଧରେ ତୁମେ ସବୁବେଳେ ମିଛ ଅଭିଯୋଗ ଆଣିଛ । ଏମିତି ମୋ ଘର ଲୋକଙ୍କ ପାଖରେ ବି ମୋତେ ଦୁର୍ବ୍ୟବହାର କରିଛ । ତୁମେ ଏନ୍‌ଜିଓ କଲ । କିଏ ଜାଣେ ଦିନେ ତୁମେ ରାଜ୍ୟ ଶାସନ ବି କରିପାର। ମୋ ବଡ଼ ବାପା ତାଙ୍କ ମୃତ୍ୟୁ ପୂର୍ବରୁ ତୁମକୁ ଦେଖିବାକୁ ଚାହିଁଲେ ହେଲେ ତୁମେ ଆସିଲ ନାହିଁ । ଯାଇ ପହଞ୍ଚିଲ ତାଙ୍କ ମୃତ୍ୟୁ ପରେ ଶ୍ମାଶନରେ ।
ଅନ୍ୟ ଝିଅ ସହ ଚାଟିଂ କରିବା ବେଳେ ତୁମ ହାତରେ ଧରାପଡ଼ିଲି । ଏହା ପରେ ପ୍ରତିଜ୍ଞା କରିଥିଲି ଆଉ ଏଭଳି କାମ କରିବି ନାହିଁ ବୋଲି । ଏସବୁ ପରେ ବି ତୁମର ମୋ ପ୍ରତି ବ୍ୟବହାର ଖରାପ ହୋଇ ଚାଲିଲା ।

ଆଉ ଡ୍ରାମା କରନାହିଁ

ତୁମକୁ ଭଲ ପାଇଛି ଓ ତୁମର ସମ୍ମାନ ରଖିବା ପାଇଁ ସବୁ କିଛି କରିଛି । କେବଳ ତୁମକୁ ଭଲ ପାଉଛି ବୋଲି । ତେଣୁ ଆଉ ଡ୍ରାମା କରନାହିଁ । ମୁଁ ତୁମକୁ ଅନୁରୋଧ କରୁଛି ତୁମେ ଏମିତି ଲୋକ ସାଙ୍ଗରେ ନରୁହ ଯାହାକୁ ଭଲ ପାଉନ । ତେଣୁ ମୋତେ ଲାଗୁଛି ତୁମେ ମୋ ବିନା ସୁଖରେ ରହି ପାରିବ । ମୁଁ ଅନୁରୋଧ କରୁଛି ଯାହାକୁ ଭଲ ପାଉଛ ତା ସହ ରୁହ । ମୁଁ ବି ଆଉ ଜଣେ ମୃତ ମଣିଷ ଭଳି ରହିବାକୁ ଚାହୁଁନି ।
ମନରେ କ୍ରୋଧ, କ୍ଷୋଭ, ହାତାଶା ରଖି ମୁଁ ଏ ମେସେଜ ତୁମକୁ ଲେଖିଛି । ଉଭୟଙ୍କ ମର‌୍ୟ୍ୟାଦାକୁ ଦୃଷ୍ଟିରେ ରଖି ଆମେ ସହମତିରେ ଅଲଗା ହୋଇଯିବା । ପ୍ରତିଦ୍ୱନ୍ଦ୍ୱିତା କରି ଜିତିବା ମୋର ଲକ୍ଷ୍ୟ ନୁହେଁ । ଆମେ ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରି ପାରିଲେନି ସତ ହେଲେ ଅତିକମ୍‌ରେ ଭଲ ସମ୍ପର୍କ ରଖି ଅଲଗା ତ ହୋଇ ପାରିବା ।

୮ ଫେବ୍ରୁଆରୀ ୨୦୧୪ରୁ ୮ ମେ ୨୦୨୦

KNews Bureau

Recent Posts

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

2 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

5 mins ago

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

17 mins ago

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

36 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

39 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

46 mins ago