ସ୍ପେଶାଲ

ବର୍ଜ୍ୟବସ୍ତୁରେ ସୁନ୍ଦର କଳାକୃତି, ଦେଖିଲେ ଲାଖିଯିବ ଆଖି

ଅନୁଗୁଳ (କେନ୍ୟୁଜ) : ପରିବେଶ ପ୍ରଦୂଷିତ କରେ ବର୍ଜ୍ୟବସ୍ତୁ । ନିତିଦିନ ଲୋକେ ପଲିଥିନ, ଅଦରକାରୀ ଲୁହାକୁ ଏଣେତେଣେ ଫିଙ୍ଗିବା ସହ କବାଡି ଦୋକାନରେ ବିକ୍ରି କରି ଦେଉଥିବା ଦେଖିବାକୁ ମିଳିଥାଏ । ଯାହାଦ୍ୱାରା ପରିବେଶ ପ୍ରଦୂଷିତ ହେବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟ ହେଉଛି । ହେଲେ ଅନୁଗୁଳରେ ଏବେ ଏହି ଅଦରକାରୀ ଜିନିଷକୁ ନଫୋପାଡ଼ି ତିଆରି କରାଯାଉଛି ସୁନ୍ଦର ସୁନ୍ଦର ଜିନିଷ। ଯାହାକୁ ଦେଖିଲେ ଆପଣ ବି ନିଜ ଆଖିକୁ ବିଶ୍ୱାସ କରିପାରିବେନି।

ବିଭିନ୍ନ ଅଦରକାରି ଲୁହା ସାମଗ୍ରୀକୁ ନେଇ କାରିଗର ମାନେ ନୂଆ ନୂଆ ରୂପ ଦେବାରେ ଲାଗିଛନ୍ତି। ହାତୀ,ବାଘ,ସିଂହ ସହ ଅନେକ ଐତିହାସିକ କିମ୍ବଦନ୍ତୀ ଆଧାରିତ ସୁନ୍ଦର ସୁନ୍ଦର ସାମଗ୍ରୀ ବନାଉଛନ୍ତି। ଜିଲ୍ଲାପ୍ରଶାସନ ସହଯୋଗରେ ଏହାକୁ ନିର୍ମାଣ କରୁଛନ୍ତି କାରିଗର। ଅନୁଗୁଳ ସହର ଓ ଅନୁଗୁଳ ଷ୍ଟାଡିୟମର ସୌନ୍ଦର୍ଯ୍ୟକରଣରେ ଏହି ସବୁ ସାମଗ୍ରୀକୁ ଲଗାଯିବ ଯାହାଫଳରେ ଲୋକଙ୍କୁ ମଧ୍ୟ ବେଶ ଆକର୍ଷିତ କରିବ।

କାରିଗର ମାନଙ୍କ ହାତର ଯାଦୁରେ ବିଭିନ୍ନ ଅଦରକାରୀ ଜିନିଷ ହୋଇଉଠୁଛି ଜୀବନ୍ତ । ଆଉ ଏସବୁ ସାମଗ୍ରୀକୁ ଦେଖିଲେ ଆଖି ଲାଖିଯାଉଛି। ମହଙ୍ଗା ସାମଗ୍ରୀଠାରୁ ଏହି ହାତ ତିଆରି ସାମଗ୍ରୀ କୌଣସି ଗୁଣରେ କମ୍ ନୁହେଁ।

Pritiparna

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

11 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

21 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

32 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago