ଘଣ୍ଟା ବଞ୍ଚାଇଲା ଜୀବନ, ସଡକ ଦୁର୍ଘଟଣାରୁ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇଲା ଆପଲ ୱାଚ

ବର୍ତ୍ତମାନ ମାର୍କେଟକୁ ଅନେକ ନୂଆ ନୂଆ ଜିନିଷ ଆସୁଛି ନୂଆ ନୂଆ ଟେକ୍ନୋଲୋଜି ସହିତ। ଏମିତିକି ଗାଡ଼ି ଠାରୁ ଆରମ୍ଭ କରି ଘଣ୍ଟା ଓ ଫୋନ୍ ସବୁ ଭଲ ଫିଚର୍ ସହିତ ମାର୍କେଟରେ ଉପଲବ୍ଧ ହେଉଛି। ସେଥିପାଇଁ ତ ଗ୍ରାହକ ମଧ୍ୟ ଏହି ସବୁ ଜିନିଷ କିଣିବାକୁ ପସନ୍ଦ କରୁଛନ୍ତି। ଯେମିତିକି ବଡ଼ ଉଦାହରଣ ହେଉଛି ସ୍ମାର୍ଟ୍ ୱାଚ। ଯାହାକି ଅନେକ କାମରେ ସ୍ମାର୍ଟ୍ ୱାଚ ପିନ୍ଧିଥିବା ଲୋକଙ୍କୁ ସାହାଯ୍ୟ କରୁଛି। ଏମିତିକି ଆପଣ ଶରୀର କେତେ ମାତ୍ରାରେ ସୁସ୍ଥ ଅଛି ତାହା ମଧ୍ୟ ଜଣାଇଛି ସ୍ମାର୍ଟ୍ ୱାଚ। ଖାଲି ସେତିକି ନୁହେଁ ଯୋଗ ଏବଂ ବ୍ୟାୟାମ କରିବା ସମୟରେ ମଧ୍ୟ ଆପଲ ୱାଚ ସାହାଯ୍ୟ କରିଥାଏ। ବର୍ତମାନ ଏହି ଆପଲ ସ୍ମାର୍ଟ ୱାଚ ଏମିତି କିଛି କାମ କରିଛି ହୁଏତ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହା ଜଣେ ବ୍ୟକ୍ତିଙ୍କ ଜୀବନ ବାଞ୍ଚାଇ ଦେଇଛି। ଦୁର୍ଘଟଣାରୁ ରକ୍ଷା କରିଛି ଆପଲ ୱାଚ।

ତେବେ ଏହି ଘଟଣା ଘଟିଛି କାଲିଫର୍ଣ୍ଣିଆରେ। ଜଣେ ଆପଲ୍ ୱାଚ୍ ପିନ୍ଧିଥିବା ବ୍ୟକ୍ତି ରାସ୍ତାରେ ଯାଉଥିବା ସମୟରେ ଦୁର୍ଘଟଣାର ସାମ୍ନା କରି ଇଲେକ୍ଟ୍ରିକ୍ ବାଇକରୁ ଖସି ପଡ଼ିଲେ।ଠିକ୍ ସେତିକି ବେଳେ ଆପଲ୍ ୱାଚ୍ ତାଙ୍କ ଜୀବନ ରକ୍ଷା କରିଛି ।

human
Picture credit – India TV

ସେହି ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ପାଇଁ ଆପଲ୍ ୱାଚକୁ ବର୍ତ୍ତମାନ ସମସ୍ତେ କ୍ରେଡିଟ୍ ଦେଉଛନ୍ତି। ଯେତେବେଳେ ବ୍ୟକ୍ତି ଜଣଙ୍କ ଯାଉଥିବା ଇଲେକ୍ଟ୍ରିକ ବାଇକରୁ ଖସି ପଡ଼ିଥିଲେ, ସେ ପିନ୍ଧିଥିବା ଆପଲ୍ ୱାଚ୍ SE ଏକ ଏମରଜେନ୍ସୀ ଆଲାର୍ମ ଶବ୍ଦ କରିଥିଲା ଏବଂ ଆଲର୍ଟ କରିଥିଲା । କାରଣ ଏହି ଆପଲ ସ୍ମାର୍ଟ୍ ୱାଚରେ ଜରୁରୀକାଳୀନ ସେବା ଉପଲବ୍ଧ ଓ ଏହାକୁ ଏମରଜେନ୍ସି ସର୍ଭିସ୍ ପାଇଁ ମଧ୍ୟ ପୋଲିସ ଫୋନ୍ ନମ୍ବର ସହିତ ସଂଯୋଗ କରାଯାଇଛି। ଏଥିରେ ଏମିତି ସିଷ୍ଟମ ରହିଛି ଯଦି ଜଣେ ଆପଲ ୱାଚ ପିନ୍ଧିଥିବା ବ୍ୟକ୍ତି କୌଣସି କାରଣରୁ ଖସି ପଡ଼ନ୍ତି ଏହା ସଙ୍ଗେ ସଙ୍ଗେ ସ୍ୱୟଂଚାଳିତ ଭାବରେ ଏମରଜେନ୍ସି କଲ କରିଥାଏ ।

ଏହି ବ୍ୟକ୍ତିଙ୍କ କ୍ଷେତ୍ରରେ ମଧ୍ୟ ଏହା ହିଁ ଘଟିଥିଲା। ବ୍ୟକ୍ତି ଜଣକ ଯେତେବେଳେ ଗାଡିରୁ ଖସିପଡିଲେ ସେହି ସମୟରେ ଏହି ଆପଲ ସ୍ମାର୍ଟ୍ ୱାଚରେ ଥିବା ଏମରଜେନ୍ସି ସର୍ଭିସ କାମ କରିଥିଲା ଓ ଏମରଜେନ୍ସି ନମ୍ବରକୁ କଲ ଯାଇଥିଲା । ଏହା ହସ୍ପିଟାଲ କର୍ମଚାରୀ ଓ ପୋଲିସମାନେ ଆସି ରକ୍ତ ଜୁଡ଼ୁବୁଡୁ ବ୍ୟକ୍ତି ଜଣଙ୍କୁ ମେଡିକାଲ ନେଇଥିଲେ ଓ ତାଙ୍କର ସେଠାରେ ଚିକିତ୍ସା ହୋଇଥିଲା । ୪ ଦିନ ପରେ ବ୍ୟକ୍ତି ଜଣଙ୍କ ଠିକ୍ ହୋଇ ହସ୍ପିଟାଲରୁ ବାହାରିଥିଲେ। ତେଣୁ ସମସ୍ତେ ବର୍ତ୍ତମାନ ଏହି ଆପଲ ସ୍ମାର୍ଟ୍ ଘଣ୍ଟାକୁ ଓ ଆପଲ କମ୍ପାନୀକୁ କ୍ରେଡିଟ ଦେଇଛନ୍ତି ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ପାଇଁ।

Leave A Reply

Your email address will not be published.