ଏପ୍ରିଲ ୨୦ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ

ଏପ୍ରିଲ ୨୦ରେରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ।ଆଜି ଜାଣନ୍ତୁ ଏହି ପରାଗ ଭାରତରେ କେଉଁ ସମୟରୁ ଆରମ୍ଭ ହେବ। ଏହାସହ ଲୋକଙ୍କ ଉପରେ ଏହାର କଣ ପ୍ରଭାବ ପଡ଼ିବ। ସବୁଠୁ ଜରୁରୀ ଏହିସମୟରେ କିଛି କାମ କୁ କରିବାକୁ ବାରଣ କରାଯାଇଛି।ଜାଣନ୍ତୁ ଏହିଦିନ କ'ଣ କରି ସୂର୍ଯ୍ୟଦେବଙ୍କୁ କରିପାରିବେ ପ୍ରସନ୍ନ।

ଆସନ୍ତା ମାସରେ ଲାଗିବ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ। ଯାହାକି ମାତ୍ର କିଛି ସମୟ ବାକି ରହିଛି। ଆଜି ଜାଣନ୍ତୁ ଏହି ପରାଗ ଭାରତରେ କେଉଁ ସମୟରୁ ଆରମ୍ଭ ହେବ। ଏହାସହ ଲୋକଙ୍କ ଉପରେ ଏହାର କଣ ପ୍ରଭାବ ପଡ଼ିବ। ସବୁଠୁ ଜରୁରୀ ଏହିସମୟରେ କିଛି କାମ କୁ କରିବାକୁ ବାରଣ କରାଯାଇଛି।

ପ୍ରତିବର୍ଷ ଲାଗୁଥିବା ଗ୍ରହଣର ପ୍ରଭାବ ସମସ୍ତ ୧୨ଟି ରାଶିର ଜାତକଙ୍କ ଜୀବନରେ ଦେଖିବାକୁ ମିଳେ । ଚଳିତ ଥର ୨୦୨୩ ବର୍ଷରେ ମୋଟ ୪ଟି ଗ୍ରହଣ ଲାଗିବ । ସେଥିମଧ୍ୟରୁ ୨ଟି ସୂର୍ଯ୍ୟ ପରାଗ ଓ ୨ଟି ଚନ୍ଦ୍ର ଗ୍ରହଣ ସାମିଲ ଅଛି । ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଏପ୍ରିଲ ୨୦ରେ ଲାଗିବ । ପ୍ରଥମ ସୂର୍ଯ୍ୟ ପରାଗ ଦ୍ୱାରା ଅନେକ ରାଶି ଉପରେ ଖରାପ ପ୍ରଭାବ ପଡିବ ତ ଅନେକଙ୍କ ଉପରେ ଏହାର ଭଲ ପ୍ରଭାବ ବି ପଡି଼ବ । ଆପଣଙ୍କୁ କହି ରଖୁଛୁ ଯେ, ଏହି ସୂର୍ଯ୍ୟ ପରାଗ ଏପ୍ରିଲ ୨୦ ତାରିଖର ସକାଳ ୭.୦୪ ମିନିଟରେ ଲାଗିବ ଓ ମଧ୍ୟାହ୍ନ ୧୨.୨୯ ମିନିଟ ପର୍ଯ୍ୟନ୍ତ ଚାଲିବ । କିନ୍ତୁ ବଡ କଥା ହେଉଛି ଏହି ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ । ତେବେ ବି ଏହାର ଖରାପ ପ୍ରଭାବ କିଛି ରାଶିର ଲୋକଙ୍କ ଉପରେ ପଡି଼ବ।

ଏହି ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ । କିନ୍ତୁ ଏହାର ଖରାପ ପ୍ରଭାବ କିଛି ରାଶିର ଲୋକଙ୍କ ଜୀବନରେ ଦେଖିବାକୁ ମିଳିବ । ଗର୍ଭବତୀ ମହିଳାମାନେ ସୂର୍ଯ୍ୟ ପରାଗ ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବା ଉଚିତ୍ । ସୂର୍ଯ୍ୟ ପରାଗ ସମୟରେ ସେମାନେ ଶୋଇବା ଉଚିତ୍ ନୁହେଁ କିମ୍ବା କିଛି ଖାଇବା ଉଚିତ୍ ନୁହେଁ ।

ଏବେ ଜାଣନ୍ତୁ ଏହି ସମୟରେ କଣ କରିବା ଉଚିତ ନୁହେଁ :-

– ସୂର୍ଯ୍ୟ ପରାଗ ସମୟରେ ଭୋଜନ ପ୍ରସ୍ତୁତ କରନ୍ତୁ ନାହିଁ କିମ୍ବା ପୂର୍ବରୁ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ ନାହିଁ । ଏହି ସମୟରେ ଖାଦ୍ୟ କୁ ବାରଣ କରାଯାଇଛି`

– ସୂର୍ଯ୍ୟ ପରାଗ ପୂର୍ବରୁ ଖାଦ୍ୟ ଓ ପାନୀୟ ଜିନିଷରେ ତୁଳସୀ ପତ୍ର ରଖନ୍ତୁ । ମାନ୍ୟତା ରହିଛି ଯେ ଏମିତିରେ ଖାଦ୍ୟ ଛୁଆଁ ହୁଏ ନାହିଁ`

-ଗର୍ଭବତୀ ମହିଳାମାନେ ସୂର୍ଯ୍ୟ ପରାଗ ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବା ଉଚିତ୍ । ସୂର୍ଯ୍ୟ ପରାଗ ସମୟରେ ସେମାନେ ଶୋଇବା ଉଚିତ୍ ନୁହେଁ କିମ୍ବା କିଛି ଖାଇବା ଉଚିତ୍ ନୁହେଁ ।

– ପରାଗ ସମୟରେ ଦେବାଦେବୀଙ୍କ ମୂର୍ତ୍ତିଗୁଡ଼ିକୁ ଘରର ମନ୍ଦିରରେ ଘୋଡାଇ ରଖନ୍ତୁ । ଏହି ସମୟରେ ପୂଜା କରନ୍ତୁ ନାହିଁ ।

– ସୂର୍ଯ୍ୟ ପରାଗ ସମୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ହୋଇପାରିଲେ ଶୌଚ କରନ୍ତୁ ନାହିଁ ।

-ସୂର୍ଯ୍ୟ ପରାଗର ସମୟ ଅତ୍ୟନ୍ତ ଅଶୁଭ ବୋଲି ମନେ କରାଯାଏ । ତେଣୁ ଏହି ସମୟ ମଧ୍ୟରେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ।

-ସୂର୍ଯ୍ୟ ଗ୍ରହଣ ସମୟରେ ଶୋଇବା ମନା ।ଏହାସହ ଯାତ୍ରା କରନ୍ତୁ ନାହିଁ ।

-ଏହି ସମୟରେ ପାଣି ପିଇବାକୁ ମଧ୍ୟ ବାରଣ କରାଯଇଛି।

-ସୂର୍ଯ୍ୟ ପରାଗ ସମୟରେ ଏହି ସବୁ କାର୍ଯ୍ୟ କୁ ନିଷେଧ କରାଯାଇଛି। ତେବେ ଏହି ନିୟମ ଶିଶୁ, ବୃଦ୍ଧ ଏବଂ ରୋଗୀ ପାଇଁ ବୈଧ ନୁହେଁ । ଯେଉଁମାନଙ୍କର ଏହି ସବୁକୁ ସହ୍ୟ କରିବାର କ୍ଷମତା ନାହିଁ, ସେହି ଲୋକମାନେ ଖାଦ୍ୟ ଖାଇପାରିବେ ଓ ପାଣି ପିଇ ପାରିବେ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେତେବେଳେ ସୂର୍ଯ୍ୟ ପରାଗ ହେବ ସେତେବେଳେ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରିଥିବେ । ମାନେ ଏହି ପରାଗ ଆସନ୍ତା ମେଷ ବା ମହାବିଷୁବ ସଂକ୍ରାନ୍ତି ପରେ ପଡିବ। ଏପରି ପରିସ୍ଥିତିରେ ଏହି ରାଶିର ଲୋକଙ୍କ ଉପରେ କିଛି ପ୍ରଭାବ ପଡିପାରେ । ଏହି ରାଶିର ଲୋକଙ୍କ ଜୀବନ ଉପରେ ସୂର୍ଯ୍ୟ ପ୍ରତିକୂଳ ପ୍ରଭାବ ପକାଇବ । ମେଷ ରାଶି ସହିତ ଏହା କନ୍ୟା ରାଶି ଉପରେ ମଧ୍ୟ ଖରାପ ପ୍ରଭାବ ପକାଇପାରେ` ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମିଥୁନ ରାଶି ଉପରେ ଭଲ ପ୍ରଭାବ ପଡିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.