ଖୁବ ଜୋରରେ ଭାଇରଲ ହେଉଛି ଆରାଧ୍ୟା ବଚ୍ଚନଙ୍କ ଏହି ଭିଡିଓ, ଥରେ ଦେଖନ୍ତୁ ତ

ଐଶ୍ୱରୀୟା ରାୟ ବଚ୍ଚନଙ୍କ ଲୋକପ୍ରିୟତା କାହାକୁ ବା ଅଜଣା । କିନ୍ତୁ ତାଙ୍କ ଝିଅ ଆରାଧ୍ୟା ରାୟ ବଚ୍ଚନଙ୍କ ଲୋକପ୍ରିୟତା ବି କିଛି କମ ନୁହେଁ । ଆରାଧ୍ୟା ବଚ୍ଚନଙ୍କ ସହ ଜଡିତ କୌଣସି ବି ପୋଷ୍ଟ ସୋସିଆଲ ମିଡିଆରେ ପଡିବା କ୍ଷଣି ଖୁବ ଦ୍ରୁତ ବେଗରେ ଭାଇରାଲ ହୋଇଥାଏ । ଏହି କ୍ରମରେ ଆରାଧ୍ୟା ବଚ୍ଚନଙ୍କ ଫ୍ୟାନ ପେଜରୁ ଏକ ଭିଡିଓ ସେୟାର କରାଯାଇଛି । ଯାହାକୁ ଦେଖିବା କ୍ଷଣି ପୁଣି ଥରେ ଲୋକଙ୍କ ହୃଦୟ ଜିଣି ନେଇଛି ଏହି ଭିଡିଓଟି | ପ୍ରକୃତରେ ଭିଡିଓଟିରେ ଆରାଧ୍ୟ ଫଟାଫଟ ହିନ୍ଦୀ କହୁଥିବାର ନଜର ଆସିଛନ୍ତି । ଆଉ ଆରାଧ୍ୟାଙ୍କ ଏହି ଭିଡିଓଟିରେ ଲୋକେ ଖୁବ ଅଧିକ ମାତ୍ରାରେ ପ୍ରତିକ୍ରିୟା ରଖିଥିବା ନଜର ଆସିଛନ୍ତି । ଏମିତିକି ଲୋକେ ଆରାଧ୍ୟଙ୍କ ସଂସ୍କାରର ଖୁବ ପ୍ରଶଂସା କରିଛନ୍ତି | ଏମିତିକି କହୁଛନ୍ତି ଅନ୍ୟ ଷ୍ଟାର କିଡ଼ସଙ୍କ ଠାରୁ ଆରାଧ୍ୟାଙ୍କ ଲାଳନପାଳନ କିଛିଟା ଭିନ୍ନ ନିଶ୍ଚିତ ।

ଭିଡିଓରେ ଆରାଧ୍ୟା ଯେଉଁ କନଫିଡିଏନ୍ସର ସହ ହିନ୍ଦୀ ଭାଷାରେ କଥା ହେଉଛନ୍ତି । ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତିକି “ଏହା ତ ଆରାଧ୍ୟାଙ୍କ ରକ୍ତରେ ଅଛି ” । ଆରାଧ୍ୟାଙ୍କ ଏହି କନଫିଡେଏନ୍ସ ତାଙ୍କ ମା ବାପା ଜେଜେ, ଜେଜେ ମା’ ଙ୍କ ଠାରୁ ହିଁ ମିଳିଛି । ଭବିଷ୍ୟତରେ ଆରାଧ୍ୟା ନିଶ୍ଚିତ ରୂପରେ ଜଣେ ବଡ ମଣିଷ ହେବେ ।” ଏହା ପୂର୍ବରୁ ଅନିଲ ଓ ଟିନା ଅମ୍ବାନୀଙ୍କ ପୁଅ ଅନମୋଲ ଅମ୍ବାନୀଙ୍କ ବିବାହ ସମୟର ଏକ ଭିଡିଓ ଖୁବ ଭାଇରାଲ ହୋଇଥିଲା | ଏହି ବିବାହରେ ନିଜ ପରିବାର ଲୋକଙ୍କ ସହ ପହଂଚିଥିଲେ ଆରାଧ୍ୟା ।

Leave A Reply

Your email address will not be published.