IAS ହେବାର ସ୍ବପ୍ନ ଦେଖୁଛନ୍ତି କି? ଏବେ ରାଜ୍ୟରେ ମାଗଣାରେ ମିଳିବ ୟୁପିଏସସି କୋଚିଂ

IAS ହେବାର ସ୍ବପ୍ନ ଦେଖୁଛନ୍ତି କି? ତେବେ ଆପଣଙ୍କ ପାଇଁ ଗୁଡ୍ ନ୍ୟୁଜ । ଏବେ ରାଜ୍ୟରେ ମାଗଣାରେ ମିଳିବ ୟୁପିଏସସି କୋଚିଂ । ହଁ ଆଜ୍ଞା ଆପଣ ଠିକ୍ ଶୁଣିଲେ । ଏବେ ପୂରଣ ହେବ ଗରିବ ଆଶାୟୀଙ୍କ ଆଇଏଏସ୍ ସ୍ବପ୍ନ । ସ୍ବଳ୍ପ ଏବଂ ମଧ୍ୟମ ଆୟ ବର୍ଗର ୨୦୦ ମେଧାବୀ ଛାତ୍ରଛାତ୍ରୀଙ୍କୁ ଫ୍ରି କୋଚିଂ ଦେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁନ୍ ୮ରେ ପ୍ରବେଶିକା ପରୀକ୍ଷା ହେବାକୁ ଥିବା ବେଳେ ଗତକାଲିଠୁ ସାମ୍ସ ୱେବସାଇଟରେ ଉପଲବ୍ଧ ହୋଇଛି କମନ୍ ଆପ୍ଲିକେସନ୍ ଫର୍ମ ।

ଏଥର କିନ୍ତୁ ନୂଆ ତରିକାରେ ଗରିବ ଓ ମଧ୍ୟମ ବର୍ଗର ମେଧାବୀ ଛାତ୍ରଛାତ୍ରୀଙ୍କୁ ସିଭିଲ୍ ସର୍ଭିସେସ୍ ପ୍ରିଲିମ୍ ଓ ମେନ୍ ପରୀକ୍ଷା ପାଇଁ ଫ୍ରି କୋଚିଂ ଦିଆଯିବ । ସର୍ଟ ଲିଷ୍ଟେଡ୍ ୨୦୦ ଛାତ୍ରଛାତ୍ରୀଙ୍କୁ ମାଗଣାରେ ରହିବା, ଖାଇବା ସହ ଏକ ଘରୋଇ ଅନୁଷ୍ଠାନରେ କୋଚିଂ ପାଇଁ ବ୍ୟବସ୍ଥା ହୋଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞାପ୍ତି ପ୍ରକାଶ ପାଇଛି ବୋଲି କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଯେଉଁଥିରେ ୨୦୨୫-୨୬ ବର୍ଷ ପାଇଁ ଆସନ୍ତା ଜୁନ୍ ୮ ତାରିଖରେ ହେବ ପ୍ରବେଶିକା ପରୀକ୍ଷା ।

ଗତକାଲିଠୁ କମନ ଆପ୍ଲିକେସନ ଫର୍ମ ବା CAF ସାମସ୍ ୱେବସାଇଟରେ ଉପଲବ୍ଧ ହୋଇଛି । ଗ୍ରାଜୁଏସନ୍ ପାସ୍ କରିଥିବା ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ । ଆଶାୟୀ ଛାତ୍ରଛାତ୍ରୀ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବା ଆବଶ୍ୟକ । ପ୍ରବେଶିକା ପରୀକ୍ଷାରେ ମନୋନୀତ ପିଲାମାନଙ୍କୁ ଫ୍ରିରେ UPSC ପ୍ରିଲିମ୍ ଓ ମେନ୍ ପରିକ୍ଷାପାଇଁ ୧୧ ମାସ କୋଚିଂ ଦିଆଯିବ । ପୂର୍ବରୁ ରାଜ୍ୟରେ ଆରମ୍ଭ ହୋଇଥିବା ମାଗଣା UPSC କୋଚିଂ ଲଗାତର ବିଫଳ ହେବା ପରେ ଏବେ ପୁଣିଥରେ ରିସ୍କ୍ ନେବାକୁ ଯାଉଛନ୍ତି ନୂଆ ସରକାର ।

ଏଥର କିନ୍ତୁ ନୂଆ ତରିକାରେ ଗରିବ ଓ ମଧ୍ୟମ ବର୍ଗର ମେଧାବୀ ଛାତ୍ରଛାତ୍ରୀଙ୍କୁ ସିଭିଲ୍ ସର୍ଭିସେସ୍ ପ୍ରିଲିମ୍ ଓ ମେନ୍ ପରୀକ୍ଷା ପାଇଁ ଫ୍ରି କୋଚିଂ ଦିଆଯିବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ନୂଆକରି ଆଇଏଏସ୍ ପାଇଥିବା ଅଫିସର୍ ଏବଂ ବଚ୍ଛା ବଚ୍ଛା ପ୍ରଶିକ୍ଷକଙ୍କୁ ନେଇ ଛାତ୍ରଛାତ୍ରୀଙ୍କୁ ଏହି ପ୍ରଶିକ୍ଷଣ ଦେବାପାଇଁ ଚିନ୍ତା କରାଯାଇଛି । ଆଶା କରାଯାଉଛି ଏଭଳି ପ୍ରଶିକ୍ଷଣ ଦ୍ବାରା ଓଡ଼ିଶାର ପିଲାମାନେ UPSC ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ ।

Also read: ଭାରତ ସରକାର ଲାଗୁ କରିବାକୁ ଯାଉଛନ୍ତି ନୂଆ Toll Policy, ଜାଣନ୍ତୁ ସମ୍ପୂର୍ଣ୍ଣ ଡିଟେଲ୍ସ