ସେନା ଦିବସରେ ଶେରଶାହ ଠାରୁ ଆରମ୍ଭ କରି ବର୍ଡର ପର୍ଯ୍ୟନ୍ତ ଜାଣନ୍ତୁ ଆମ ସୈନିକଙ୍କ ବୀରତ୍ଵ କାହାଣୀ

ଆମେ ସମସ୍ତେ ଯଦି ଆଜି ଭଲରେ ବଞ୍ଚିପରିଛେ ଓ ଖୁସିରେ ଘରେ ରହିପରିଛେ ତାହା କେବଳ ସମ୍ଭବ ହୋଇଛି ଆମ ଭାରତୀୟ ସେନାଙ୍କ ପାଇଁ । ତେଣୁ ଆଜିର ସେନା ଦିବସରେ କେ ନ୍ୟୁଜ୍ ଓଡ଼ିଶା ତରଫରୁ ଆମ ଭାରତୀୟ ସେନାଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। କେଡେ ଭାଗ୍ୟବାନ ସେ ବାପା ମା’ ଜିଏ ଆମ ମାଟି ମା’ର ସୁରକ୍ଷା ପାଇଁ ଏହି ବୀରପୁତ୍ରମାନଙ୍କୁ ଜନ୍ମ ଦେଇଛନ୍ତି । ନିଜ ଜୀବନକୁ ବାଜି ଲଗାଇ ଆମ ଭାରତୀୟ ସେନା ବାହିନୀ ନିଜ ଦେଶକୁ ଶତ୍ରୁ ଠାରୁ ରକ୍ଷା କରୁଛନ୍ତି । ସେଥିପାଇଁ ତ ତାଙ୍କ ବଳିଦାନ ପାଇଁ, ଭାରତୀୟ ସିନେମା ଜଗତରେ ମଧ୍ଯ ତାଙ୍କର ଜୀବନି ବିଷୟରେ ଅନେକ ଫିଲ୍ମ ତିଆରି ହୋଇଛି ।

କହିବାକୁ ଗଲେ ବଲିଉଡ, ଭାରତୀୟ ସେନାଙ୍କ ଉପରେ ଅନେକ ଗୁଡ଼ିଏ ଚଳଚ୍ଚିତ୍ର ନିର୍ମାଣ କରିଛି । ଆମ ଭାରତୀୟ ସେନାଙ୍କ ବୀରତ୍ଵ ଠାରୁ ଆରମ୍ଭ କରି ବଳିଦାନ ପର୍ଯ୍ୟନ୍ତ ସେନାଙ୍କ ସଂଘର୍ଷର କାହାଣୀ ସବୁ ଭାରତୀୟଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିଛି । ତେଣୁ ଆଜି ଆସନ୍ତୁ ଜାଣିବା ଆମ ଭାରତୀୟ ବୀର ଯବାନଙ୍କର ସେମିତି କିଛି କାହାଣୀ ଯେଉଁ ଫିଲ୍ମକୁ ହୁଏତ ଆପଣଙ୍କ ଆଖିରେ ମଧ୍ୟ ଲୁହ ରହିନଥିବ ।

Indian army
Picture Credit – scoopwhoop

ବର୍ଡର:

ବର୍ଡର ଏକ ଏମିତି ଫିଲ୍ମ ଯାହାକୁ ଦେଖିବା ପରେ ଆପଣ ବୁଝି ପାରିଥିବେ ଯେ ସତରେ ଆମ ଭାରତୀୟ ସେନାମାନେ ମହାନ୍ । ଜେପି ଦତ୍ତଙ୍କ ଦ୍ବାରା ନିର୍ଦ୍ଦେଶନା ଦିଆଯାଇଥିବା ଏହି ଫିଲ୍ମ ଆଜି ବି ସବୁ ଭାରତୀୟଙ୍କ ମନରେ ନିଜ ମାତୃ ଭୂମି ପାଇଁ ସ୍ନେହ ଭଲପାଇବା ଭରିଦିଏ। କୁହାଯାଏ ଯେ ଏହି ଫିଲ୍ମର କିଛି ଦୃଶ୍ୟ ୧୯୭୧ ମସିହାରେ ହୋଇଥିବା ଭାରତ ପାକିସ୍ତାନ ଯୁଦ୍ଧର ସତ ଘଟଣା ଉପରେ ଆଧାରିତ । ୧୯୯୭ ମସିହାରେ ତିଆରି ହୋଇଥିବା ଏହି ଫିଲ୍ମରେ ସନି ଦେଓଲ, ସୁନୀଲ ସେଟ୍ଟୀ, ଅକ୍ଷୟ ଖନ୍ନା, ଜୈକି ଶ୍ରଫ ଓ କୁଳଭୂଷଣଙ୍କ ପରି ମହାନ୍ କଳାକାରମାନେ ଅଭିନୟ କରିଥିଲେ । ଫିଲ୍ମ ବର୍ଡର୍ କୁ ଅନେକ ଫିଲ୍ମଫେୟାର ଆୱାର୍ଡ଼ ମିଳିବା ସହ ତିନୋଟି ରାଷ୍ଟ୍ରୀୟ ପୁରସ୍କାର ମଧ୍ୟ ମିଳିଛି ।

LOC( ଏଲ୍ଓସି):

୨୦୦୩ ମସିହାରେ ରିଲିଜ ହୋଇଥିବା ଫିଲ୍ମ ,’ଏଲଓସି’ କାର୍ଗିଲ ଅପରେସନ ବିଜୟ ୧୯୯୯ ଓ ଵ୍ୟାଟେଲ ଅଫ ତୋଲୋଲିଂ ଉପରେ ଆଧାରିତ ଫିଲ୍ମ । ଏହି ଫିଲ୍ମକୁ ମଧ୍ୟ ଯେପି ଦତ୍ତ ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ସଞ୍ଜୟ ଦତ୍ତ, ଅଜୟ ଦେଭଗନ୍ ଓ ଅଭିଷେକ ବଚ୍ଚନ ଅଭିନୟ କରିଥିଲେ । ତେବେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା କର୍ଗିଲ ଯୁଦ୍ଧ ଉପରେ ଆଧାରିତ ଏହି ଫିଲ୍ମକୁ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ । କାରଣ ଏହି ଫିଲ୍ମରେ ଭାରତୀୟ ସେନାଙ୍କ ପ୍ରକୃତ ବଳିଦାନ ଦେଖିବାକୁ ମିଳିଥିଲା ।

ଉରି: ସର୍ଜିକାଲ ସ୍ଟ୍ରାଇକ:

୨୦୧୬ ମସିହାରେ ଉରି ଆଟାକ୍ ପରେ ପାକିସ୍ତାନ ବିରୁଦ୍ଧରେ କରାଯାଇଥିବା ସର୍ଜିକାଲ୍ ସ୍ଟ୍ରାଇକ ଉପରେ ଆଧାରିତ ଏହି ଫିଲ୍ମ ୨୦୧୯ରେ ରିଲିଜ୍ ହୋଇଥିଲା । ଏହି ଫିଲ୍ମରେ ଅଭିନେତା ବିକି କୌଶଲଙ୍କୁ ଦମଦାର ଅଭିନୟ କରିଥିବାର ଦେଖିବାକୁ ମିଳିଥିଲା । ଏହି ଫିଲ୍ମକୁ ଦର୍ଶକମାନେ ଖୁବ ପସନ୍ଦ କରିବା ସହ ଖୁବ୍ ଭଲପାଇବା ଦେଇଥିଲେ । ଭାରତୀୟ ସେନାଙ୍କ ବୁଦ୍ଧି ଓ ସାହାସ ବିଷୟରେ ଉରିରେ ବର୍ଣ୍ଣନା କରାଯାଇଥିଲା । ଏହି ଫିଲ୍ମର କେବଳ ଗୋଟେ ଡାଇଲଗ ‘ହାଓ ଦ ଯୋସ୍’ ହାଇ ସାର, ହିଁ ଫିଲ୍ମକୁ ମାର୍କେଟ ନେଇଯାଇଥିଲା । ରିପୋର୍ଟ ଅନୁଯାୟୀ ଏହି ଫିଲ୍ମ ବକ୍ସ ଅଫିସ୍ରେ ପାଖା ପାଖି ୩୪୨ କୋଟି ଟଙ୍କା ଇନ୍କମ କରିଥିଲା । ଯାହାପାଇଁ ସବୁଠାରୁ ଅଧିକ ଟଙ୍କା ରୋଜଗାର କରିଥିବା ଫିଲ୍ମ ଗୁଡ଼ିକ ମଧ୍ୟରେ ଏହି ଫିଲ୍ମ ସାମିଲ ହୋଇଯାଇଥିଲା ।

ଶେରଶାହ:

sheshah
Picture Credit – Gulte

ଆର୍ମି କ୍ୟାପଟେନ ବିକ୍ରମ ବତ୍ରାଙ୍କ ଜୀବନି ଉପରେ ଆଧାରିତ ଫିଲ୍ମ ଶେରଶାହ, ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଥିଲା । ଏହି ଫିଲ୍ମରେ ବତ୍ରାଙ୍କ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାର୍ଥ ମାଲ୍ହୋତ୍ରା । ନିଜ ଅଭିନୟର ନିଖୁଣ ପାରଦର୍ଶିତା ସେ ଏହି ଫିଲ୍ମରେ ଦେଖାଇଥିଲେ । ତାଙ୍କ ବିପକ୍ଷରେ ଥିଲେ କିଆରା ଆଡଭାନୀ। ଏହି ଫିଲ୍ମ ମଧ୍ୟ ଏକ ସତ କାହାଣୀ ଉପରେ ଆଧାରିତ । ୧୯୯୯ ମସିହାରେ ହୋଇଥିବା କର୍ଗିଲ୍ ଯୁଦ୍ଧରେ ଜଣେ ଯବାନଙ୍କ ଜୀବନ ବଞ୍ଚାଇବାକୁ ଯାଇ ନିଜେ ସହିଦ ହୋଇଥିଲେ କ୍ୟାପଟେନ ବିକ୍ରମ ବତ୍ରା।ଏହା ପରେ ତାଙ୍କୁ ପରମ୍ବିର ଚକ୍ରରେ ସମ୍ମାନିତ କରାଯାଇଥିଲା । ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ କରନ୍ ଯୋହାର । ଖାଲି ସେତିକି ନୁହେଁ ଏମିତି ଅନେକ ସେନା ଅଛନ୍ତି ଯିଏକି ଆମ ଦେଶ ପାଇଁ ସବୁ ଦିନେ ସହିଦ ହେଉଛନ୍ତି । ସେହି ବୀର ଯବାନଙ୍କୁ ଆମର ସଲାମ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.