ସ୍ପେଶାଲ

ଯେଉଁଠି ପହଞ୍ଚି ପାରେନି ପ୍ରଶାସନ ସେଠି ପହଞ୍ଚନ୍ତି ଭାରତୀୟ ଯବାନ୍‌, ଏମିତି ଏକ ଅଭୁଲା ଉଦାହରଣ

ଜମ୍ମୁ : ଏଇ କରୋନା କାଳରେ ଭାରତୀୟ ସେନା ଅନେକ ସହାୟତା କରିଛି ଦେଶବାସୀଙ୍କୁ । ହେଲେ ତା ଭିତରେ ଗୋଟିଏ କାମ ତାଙ୍କର ସ୍ପଷ୍ଟ ଭାବେ ବାରି ହୋଇ ପଡ଼ିଛି । ଯାହା ସେମାନଙ୍କ କର୍ତ୍ତବ୍ୟ ନିଷ୍ଠାର ଏକ ବଡ଼ ଉଦାହରଣ । ଜମ୍ମୁ କଶ୍ମୀରର ଦୁର୍ଗମ ଅଞ୍ଚଳ ହେଉଛି ରାମବନ ଜିଲ୍ଲା । ଏଠାରେ ରହୁଥିବା ପ୍ରାୟ ୩୫୦ଟି ପରିବାର ପାଖରେ ଭାରତୀୟ ସେନା ଖାଦ୍ୟ ସାମଗ୍ରୀ ପହଞ୍ଚାଇଛି। ତା ସହିତ ଔଷଧପତ୍ର ମଧ୍ୟ ବିତରଣ କରିଛି।

କରୋନା ମୁକ୍ତ ଅଭିଯାନରେ ସେନା ବାହିନୀ ଯବାନ୍‌ମାନେ ଦେବଦୂତ ଭଳି ପହଞ୍ଚି ସେମାନଙ୍କର ଦୈନନ୍ଦିନ ଆବଶ୍ୟକତାକୁ ପୂରଣ କରିଛନ୍ତି । ଏହି ଜାଗାରେ ବସବାସ କରୁଥିବା ଲୋକଙ୍କ ନିକଟରେ ଏମିତିରେ ପ୍ରଶାସନ ପହଞ୍ଚି ପାରେ ନାହିଁ । ସେମାନେ ସବୁଦିନେ ମୌଳିକ ସୁବିଧାରୁ ବଞ୍ଚିତ । ଏହି ଦୁର୍ଗମ ଅଞ୍ଚଳକୁ ଯିବା ଲାଗି କୌଣସି ରାସ୍ତା ନାହିଁ । ତଥାପି ସେନା ବାହିନୀ ପାହାଡ଼ ଚଢ଼ି, ଚାଲି ଚାଲି ଯାଇ ସେମାନଙ୍କୁ ଅତ୍ୟାବଶ୍ୟକ ଜିନିଷ ପହଞ୍ଚାଇଥିଲା ।

ରାଷ୍ଟ୍ରୀୟ ରାଇଫଲ୍‌ ଗ୍ରୁପ୍‌ର ଏହି ଯବାନମାନେ ବସ୍ତାରେ ଡାଲି, ଚାଉଳ, ଅଟା, ଖାଇବା ତେଲ, ମେଡିକାଲ କିଟ୍‌ ରଖି ଏମାନେ ମାଇଲ୍‌ ମାଇଲ୍‌ ବାଟ ଚାଲି ଚାଲି ଯାଇଥିଲେ । ରାମବନ ଜିଲ୍ଲାରେ ଥିବା ସୁମ୍ବର, ଦାଗନାରି, ବଞ୍ଜ, ବାଜନ ଓ ମାଲପଟି ଭଳି ଜାଗାରେ ପହଞ୍ଚିଥିଲେ । ଏ ଅଞ୍ଚଳ ବିଷୟରେ ହୁଏତ କାହାକୁ ଜଣା ବି ନଥିବ । ତେବେ ସେଠାରେ ପହଞ୍ଚି ସେନାର ଯବାନ୍‌ମାନେ ପହଞ୍ଚି ଲୋକଙ୍କୁ ଏସବୁ ଜିନିଷ ବାଣ୍ଟିଥିଲେ । ଏଭଳି ସହଯୋଗ ପାଇଁ ସେଠାକାର ଲୋକେ ସେନା ବାହିନୀକୁ କୃତଜ୍ଞତା ଜଣାଇଛନ୍ତି । ଏ ସମ୍ପର୍କରେ ପ୍ରତିରକ୍ଷା ବିଭାଗ ଲୋକ ସମ୍ପର୍କ ଅଧିକାରୀ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ।

 

 

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

3 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

5 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

11 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

20 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

20 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

38 mins ago