ସ୍ପର୍ମ ନୁହେଁ ଏବେ ସେଲ୍ସ ଦ୍ୱାରା ଜନ୍ମ ହେବ ସନ୍ତାନ, ଦୁନିଆର ପ୍ରଥମ କୁତ୍ରିମ ଭ୍ରୁଣର ତିଆରି କଲା ଇସ୍ରାଏଲ….

ଆମେ ଜାଣିଛେ କି ବର୍ତ୍ତମାନ ବିଶ୍ୱରେ ଟେକ୍ନୋଲୋଜିରେ ଆମେରିକା ସବୁଠୁ ଆଗରେ ରହିଛି । ଆଉ ତା ସହ ଚିନ ମଧ୍ୟ ପ୍ରତିଯୋଗୀ ଭାବରେ ପଛକୁ ପଛ ପ୍ରସ୍ତୁତ ହୋଇରହିଛି । କିନ୍ତୁ ଏବେ ଆଉ ଏକ ଖବର ଜାଣନ୍ତୁ କି ଇସ୍ରାଏଲ ଭଳି ଦେଶ ଏବେ ଆମେରିକା ସହ ପ୍ରତିଯୋଗୀତା କରିବାକୁ ବସିଲାଣି । ସେ ପୁଣି ଟେକ୍ନୋଲୋଜିରେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଇସ୍ରାଏଲ ଏବେ ପୁରା ଦୁନିଆର ଧ୍ୟାନ ଆକର୍ଷଣ କରୁଛି । ଇସ୍ରାଏଲ ଏବେ ଦୁନିଆର ପ୍ରଥମ କୁତ୍ରିମ ଭ୍ରୁଣ ତିଆରି କରୁଛି । ଯାହା ସତରେ ଆଶ୍ଚର୍ଯ୍ୟ କଳାଭଳି ।

ଇସ୍ରାଏଲ ଏବେ ଚର୍ଚ୍ଚାରେ । କାରଣ ଇସ୍ରାଏଲ ଏବେ ତିଆରି କରିଛି ଦୁନିଆର ପ୍ରଥମ କୁତ୍ରିମ ଭ୍ରୁଣ । ଯାହା ସତରେ ସମସ୍ତଙ୍କୁ ଚକିତ କରୁଛ ି। ଖାସ କଥା ହେଉଛି ଏହା ଏବେ ପ୍ରୋସେସିଙ୍ଗରେ । ମାନେ ଏହି କୁତ୍ରିମ ଭ୍ରୁଣର ନିଶ୍ୱାସ ବି ଚାଲିଛି ଓ ଏହାର ବିକାଶ ମଧ୍ୟ ହେଉଛି ।

କୁହାଯାଏ ଗୋଟେ ଜୀବକୁ ସୃଷ୍ଟି କରିବାକୁ ତିନୋଟି ଜିନିଷର ଆବଶ୍ୟକତା ପଡିଥାଏ । ଯେଉଁଥିରେ ସ୍ପର୍ମ, ଏଗ, ଓ ଭ୍ରୁଣର ବିକାଶ ପାଇଁ କୋଳର ଆବଶ୍ୟକତା ରହିଛି । କିନ୍ତୁ ତିନିଟି ବିନା ହିଁ କୁତ୍ରିମ ଭ୍ରୁଣର ନିର୍ମାଣ କରିଛି ଇସ୍ରାଏଲ । ଏବଂ ଏପର୍ଯ୍ୟନ୍ତ ଏହାର ରେଜଲ୍ଟ ମଧ୍ୟ ପଜିଟିଭ ରହିଛି । କିନ୍ତୁ ପ୍ରଶ୍ନ ଉଠୁଛି ଏହା କେମିତି ସମ୍ଭବ । ଇତ୍ସାଏଲ ଏହାକୁ କେମିତି କରିପାରିଲା ।

କହିରକୁଛୁ କି ଇସ୍ରାଏଲର ୱାଇଜମ୍ୟାନ ଇନଷ୍ଚିଚ୍ୟୁଟ ଷ୍ଟେମ ସେଲ୍ସ ଦ୍ୱାରା ଏହି କାରନାମା କରିଛି । ପ୍ରଥମେ ଇନଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ଅନୁମାନ ଲଗାଇଲେ କି ଏହିଭଳି ଭ୍ରୁଣ ତିଆରି କରାଯାଇପାରେ । ଏବଂ ଏହାପରେ ସେମାନେ ସଫଳ ହୋଇଛନ୍ତି । ଏମିତିକି ଭ୍ରୁଣର ହାର୍ଟ ହେବା ସହ ବିକାଶ ମଧ୍ୟ ର‍୍ୟାପିଡିଲି ହେବାରେ ଲାଗିଛି । କିନ୍ତୁ ଏହି ଭ୍ରୁଣ ମୂଷାର ଅଟେ । ମୂଷା ଉପରେ ପ୍ରଥମେ ଏହି ମେଥର୍ଡର ପ୍ରୟୋଗ କରାଯାଇଛି । ଯେଉଁଥିରେ ଏବେ ମୂଷାର ଲାଞ୍ଜ ଆସିବା ମଧ୍ୟ ଦେଖାଗଲାଣି ।

ଏହା ଏକପ୍ରକାରର କୁତ୍ରିମ ଭ୍ରୁଣ । କାରଣ ଏହାକୁ ଫର୍ଟିଲାଇଜ୍ଡ ଅଣ୍ଡା ବିନା ତିଆରି କରାଯାଇଛି । ଏହା ଦ୍ୱାରା ଏହାର ଭ୍ରୁଣର କିଭଳି ବିକାଶ ହେଉଛି ସେ ବିଷୟରେ ଠିକ ଭାବରେ ସୂଚନା ମିଳିପାରିବ । କିନ୍ତୁ ଅନୁସନ୍ଧାକରୀଘ୍କ ମାନିବା କଥା କି ଏହା ଦ୍ୱାରା ପଶୁଙ୍କ ଉପରେ ହେଉଥିବା ପ୍ରୟୋଗକୁ କମ କରାଯାଇପାରିବ । ଏମିତିକି ମନୁଷ୍ୟର ଅନେକ ପ୍ରକାରର ଟ୍ରାନ୍ସପ୍ଲାଣ୍ଟେସନ ମଧ୍ୟ ଏହାଦ୍ୱାରା ନିୟାଇପାରିବ । ଯାହାଦ୍ୱାରା ଲ୍ୟୁକୋମିଆ ରୋଗୀର ସ୍କିନ କୋଶିକାକୁ ଚିକିତ୍ସା କରିବା ପାଇଁ ବୋନ ମ୍ୟାରୋ କୋଶିକା ଭାବରେ ବଦଳା ଯାଇପାରେ ।

ରିପୋର୍ଟ ହିସାବରେ ଷ୍ଟେମ ସେଲ୍ସ ଦ୍ୱାରା ବନାଯାଇଥିବା ଏହି ଭ୍ରୁଣକୁ ଏକ ଖାସ ସ୍ଥାନରେ ରଖାଯାଇଥିଲା ଓ ସେହି ସ୍ଥାନରେ ହିଁ ଭ୍ରୁଣର ବିକଶିତ କରାଯାଉଛି । ଏହା ଏତିପାଇଁ ଖାସ କାରଣ ଏହା ବିନା ଗର୍ଭରେ ଷ୍ଟେମ ସେଲ୍ସ ଦ୍ୱାରା ଜୀବର ସୃଷ୍ଟି କରାଯାଉଛି । ଏଥିପାଇଁ ବୈଜ୍ଞାନିକମାନେ ସେହି ପ୍ରକାରର ଉପାୟର ବ୍ୟବହାର କରୁଛନ୍ତି ଯାହା ଗୋଟେ ଗର୍ଭରେ ଭ୍ରୁଣର ବିକାଶ ପାଇଁ କାମରେ ଆସେ । ଅର୍ଥାତ କୁତ୍ରିମ ଉପାୟରେ ହିଁ ସେହିଭଳି ସଠିକ ମାହୋଲ ତିଆରି କରାଯାଇଛି ।

ପୂର୍ବରୁ ମଧ୍ୟ ଏହି ଚେଷ୍ଠା କରାଯାଇଛି । କିନ୍ତୁ ସବୁବେଳେ କୋଶିକାର ଉତ୍ପାଦନ କରିବା ମୁସ୍କିଲ ହୋଇଥାଏ । କାରଣ ପ୍ରତ୍ୟାରୋପଣ ପାଇଁ ଏକ ଖାସ ଉପଯୁକ୍ତ ପରିବେଶ ହୋଇପାରିନଥାଏ । କୁହାଯାଉଛି ଓ ମାନାଯାଉଛି କି ଏହି ଅନୁସନ୍ଧାନ ଆଗକୁ ବହୁ ପ୍ରକାରର ରିସର୍ଚ୍ଚ ପାଇଁ ସାହାଯ୍ୟ କରିବ ଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭେଇବ । ଯାହାକୁ ଆଧାର ରୂପରେ ଅନ୍ୟ ଭ୍ରୁଣ ତିଆରି କରିବାରେ ସାହାଯ୍ୟ ବି ମିଳିବ ।

Leave A Reply

Your email address will not be published.