ଟାୱେଲ ଓ ତୁଳୀ ଧରାଇ ଦେଲା ହତ୍ୟାକାରୀକୁ : ଏକ ଅସାଧାରଣ ଅପରାଧ ମାମଲା
() ପ୍ରାୟ ୩୬ ବର୍ଷ ତଳେ ଘଟିଥିବା ଛାତି ଥରା ଘଟଣା । ୧୯୮୮ ମସିହା, କର୍ଣ୍ଣାଟକ ବେଙ୍ଗାଲୁରୁରେ ଘଟିଥିଲା ଡବଲ ମର୍ଡର । ଯାହା ସମଗ୍ର ରାଜ୍ୟକୁ ଥରାଇ ଦେଇଥିଲା । କର୍ଣ୍ଣାଟକ ବିଧାନସଭାଠାରୁ କିଛି କିଲୋମିଟର ଦୂରରେ । ହାଇପ୍ରୋଫାଇଲ ଅଞ୍ଚଳରେ ଥିବା ଏକ ଘର ଭିତରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ । ଜଣେ ୬୦ ବର୍ଷୀୟ ମହିଳା ଓ ତାଙ୍କର ୧୭ ବର୍ଷର ନାତିଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ହତ୍ୟାକାଣ୍ଡର ଶିକାର ସିନ୍ଧିଆ ପରିବାର ବୋଲି ଜଣା ପଡ଼ିଥିଲା । ରିୟଲ ଇଷ୍ଟେଟ୍ ବ୍ୟବସାୟ ରହିଥିବାରୁ ଏହାକୁ ପ୍ରଥମେ ବ୍ୟାବସାୟିକ ପ୍ରତିଦ୍ୱନ୍ଦ୍ୱିତା ପାଇଁ ହତ୍ୟା ବୋଲି ପୋଲିସ ସନ୍ଦେହ କରିଥିଲା । ତେବେ ଯତେବେଳେ ଏହି ଘଟଣାର ଅନୁସନ୍ଧାନ ଆରମ୍ଭ ହେଲା ପୋଲିସ ଏହାର ଖିଅ ଖୋଜୁଖୋଜୁ ମାମଲାଟି ତାର ଦିଗ ବଦଳାଇବା ଆରମ୍ଭ କରିଥିଲା ।
ହତ୍ୟା କରାଯାଇଥିବା ମହିଳାଙ୍କ ନାମ ସାବିତ୍ରୀ ଦବେୀଙ୍କ ପରିବାର ଭାରତ ବିଭାଜନ ସମୟରେ ନିଜ ଦେଶ ଛାଡ଼ି ପାକିସ୍ତାନରୁ ଭାରତ ଆସିଥିଲେ। ଭାରତ ଆସିବା ପରେ ପ୍ରଥମେ କୋଲକାତାରେ ରହୁଥିଲେ। ପରେ ମୁମ୍ବାଇ ଓ ତାପରେ ପରେ ବେଙ୍ଗାଲୁରୁରେ ସ୍ଥାୟୀ ବସବାସ ପାଇଁ ନିଷ୍ପତ୍ତି ନେଇଥିଲେ । …ଠିକଣା ବଦଳିଲା, ବ୍ୟବସାୟ ବି ବଦଳିଲା। ଦିନେ ଆମ୍ବ ବ୍ୟବସାୟ କରୁଥିବା ସିନ୍ଧିଆ ପରିବାର ଦୁଇଟି ରାଜ୍ୟ ବୁଲି ସାରିବା ପରେ ରିୟଲ୍ ଇଷ୍ଟେଟ୍ ବ୍ୟବସାୟ କରି ବେଙ୍ଗାଲୁରୁରେ ସବୁଦିନ ପାଇଁ ରହିବାକୁ ମନସ୍ଥ କଲେ ।
ସାବିତ୍ରୀ ଦେବୀଙ୍କର ପାଞ୍ଚଟି ସନ୍ତାନ ଥିଲେ । ତାଙ୍କ ସ୍ୱାମୀଙ୍କର ପୂର୍ବରୁ ମୃତ୍ୟୁ ହୋଇ ସାରିଥିଲା। ରିୟଲ୍ ଇଷ୍ଟେଟ୍ ବ୍ୟବସାୟ ଭଲ ଚାଲିବା ଫଳରେ ଆୟ ବଢ଼ିଲା । ସାବିତ୍ରୀ ଦେବୀ ତାଙ୍କ ଦୁଇ ପୁଅ, ବହୁ ବେଙ୍ଗାଲୁରୁର ଏକ ପାଞ୍ଚ ମହଲା ବିଶିଷ୍ଟ ଘରେ ରହୁଥିଲେ। ରିଅଲ୍ ଇଷ୍ଟେଟ୍ ବ୍ୟବସାୟର ସମସ୍ତ ପାୱାର ଅଫ୍ ଆଟର୍ଣ୍ଣି ସାବିତ୍ରୀ ଦେବୀଙ୍କ ହାତରେ ଥିଲା । ପରିବାରର ସବୁ ନିଷ୍ପତ୍ତି ସାବିତ୍ରୀ ଦେବୀ ହିଁ ନେଉଥିଲେ ।..
ପେଣ୍ଟିଂର ପାରଶ୍ରମିକରେ ସନ୍ତୁଷ୍ଟ ନଥିଲା ରାଜନ୍
ଦିନେ ସାବିତ୍ରୀ ଦେବୀଙ୍କ ବୋହୂ ତାଙ୍କୁ କହିଥିଲେ ଯେ ସେ ନିଜ ବଡେରୁମର କାନ୍ଥରେ ଅସ୍ତଗାମୀ ସୂର୍ଯ୍ୟଙ୍କ ଚିତ୍ର ଆଙ୍କିବାକୁ ଚାହୁଁଛନ୍ତି। ତଣେୁ ସାବିତ୍ରୀ ଦେବୀ ପାଲାନି ନାମକ ଜଣେ କାରପେଣ୍ଟରଙ୍କୁ ଡାକି ଜଣେ ଚିତ୍ରକରଙ୍କୁ ଖୋଜିବାକୁ କହିଥିଲେ। କାରପେଣ୍ଟର ପାଲାନି କେରଳରେ ରହୁଥିବା ତାର ଜଣେ ପରିଚିତ ରାଜନ ନାମକ ଚିତ୍ରକରଙ୍କୁ ଡାକିଥିଲେ । ରାଜନ ଆସି ସାବିତ୍ରୀ ଦେବୀଙ୍କ ବୋହୂ ଚାହୁଁଥିବା ପରି କାନ୍ଥରେ ଚିତ୍ର ଆଙ୍କିଲେ। …କିନ୍ତୁ ପେଣ୍ଟିଂ ବଦଳରେ ତାଙ୍କୁ ଦିଆଯାଇଥିବା ପାରିଶ୍ରମିକରେ ରାଜନ ଖୁସି ନଥିଲେ। ରାଜନ କେରଳ ଫେରି ତାଙ୍କର ତିନି ବନ୍ଧୁ – ଶଶିଧରନ୍ ପିଲ୍ଲାଇ, ରାଜୁ ଏବଂ ରଘୁଙ୍କୁ ଏହା କହିଥିଲେ । ସେ କ୍ଷୋଭର ସହିତ କହିଥିଲେ ଯେ ପେଣ୍ଟିଂ କରିବା ପାଇଁ କେତେ ପରିଶ୍ରମ କରିବାକୁ ପଡିଛି। କିନ୍ତୁ ସାବିତ୍ରୀ ଦେବୀ ଧାର୍ଯ୍ୟ ଅର୍ଥ ଦେଇ ନଥିଲେ। …
୨ ଲକ୍ଷ ଟଙ୍କା ପାଇଁ ହତ୍ୟା
ଚତ୍ରକର ଭାବରେ ରାଜନର ଆୟ ଭଲ ହେଉନଥିବାରୁ ରବର ଚାଷ କରିବାକୁ ଟଙ୍କା ଯୋଗାଡ଼ରେ ବ୍ୟସ୍ତ ଥିଲା । ଟଙ୍କା ପାଇଁ ଚାରି ସାଙ୍ଗଙ୍କ ସହ ମିଶି ସାବିତ୍ରୀ ଦେବୀଙ୍କ ଘରୁ ଲୁଟ ପାଇଁ ଯୋଜନା ହେଳା । ଏଥିପାଇଁ ରାଜନ ବେଙ୍ଗାଲୁରୁ ଫେରି ପାଲାନି ମାଧ୍ୟମରେ ରିଅଲ ଇଷ୍ଟେଟ୍ ବ୍ୟବସାୟ ବିଷୟରେ ଆଲୋଚନା କରିବା ବାହାନାରେ ସାବିତ୍ରୀ ଦେବୀଙ୍କୁ ସାକ୍ଷାତ କଲେ । ଏହି ବାହାନାରେ ସାବିତ୍ରୀ ଦେବୀଙ୍କ ଘରକୁ ଯିବା ଆସିବା ଆରମ୍ଭ ହଲୋ । ଜାଣିବାକୁ ପାଇଲେ ଯେ ଜମି କାରବାର ପାଇଁ ଜଣେ ବ୍ୟବସାୟୀଙ୍କଠାରୁ ସାବିତ୍ରୀ ୨ ଲକ୍ଷ ନଗଦ ଟଙ୍କା ଆଣି ଘରେ ରଖିଛନ୍ତି । ଯୋଜନା ହେଲା ସାବିତ୍ରୀଙ୍କ ଘର ଲୁଟିବା ପାଇଁ । …
୨୧ ସେପଟେମ୍ବର ୧୯୮୮, ସମୟ ସନ୍ଧ୍ୟା ୭.୩୦ । ସାବିତ୍ରୀ ଦେବୀଙ୍କ କୋଠରୀରେ ତଳ ମହଲାରେ ବସି ଟିଭି ଦେଖୁଥିଲେ। ଏହି ସମୟରେ ରାଜନ, ଶଶି ପିଲ୍ଲାଇ ଏବଂ ତାଙ୍କର ଦୁଇ ସହଯୋଗୀ ଘରେ ପ୍ରବଶେ କରି ସାବିତ୍ରୀଙ୍କ ଗଳା କାଟି ହତ୍ୟା କରିଥିଲେ।ଏତିକିବେଳେ ପାଟି ଶୁଣି ଆସିଥିଲା । ତାକୁ ମଧ୍ୟ ଏମାନେ ଆକ୍ରମଣ କରିଥିଲେ । ସେ ଆହତ ହୋଇ ଚେତା ହରାଇଥିଲା । ପରେ ସାବିତ୍ରୀ ଦେବୀଙ୍କ ପୁଅ ଏବଂ ନାତି ଆସିଥିଲେ । ଦୁର୍ବୃତ୍ତମାନେ ସେମାନଙ୍କୁ ମଧ୍ୟ ଛାଡ଼ି ନଥିଲେ । ଘଟଣାସ୍ଥଳରେ ହିଁ ନାତିର ମୃତ୍ୟୁ ଘଟିଥିଲା। ଏହା ପରେ ରାଜନ ଘରର ଆଲମାରୀରୁ ଟଙ୍କା ଓ ଅଳଙ୍କାର ଲୁଟି ନେଇ ଚମ୍ପଟ ମାରିଥିଲା ।
ଟାୱେଲରୁ ମିଳିଲା ହତ୍ୟାର ସୁରାକ
ହତ୍ୟାକାରୀମାନେ ମାତ୍ର ୧୫ ମିନିଟରେ କାଣ୍ଡ ଘଟାଇ ଫେରାର ହୋଇଗଲେ । ସାବିତ୍ରୀ ଦେବୀଙ୍କ ଦ୍ୱିତୀୟ ପୁଅ ରାତି ପ୍ରାୟ ୮.୧୫ରେ ଘରକୁ ଫେରିବା ବେଳକୁ ସବୁକିଛି ଓଲଟପାଲଟ ହୋଇ ସାରିଥିଲା । ପୋଲିସ ଆସି ତଦନ୍ତ କରିବା ବେଳେ ଘଟଣାସ୍ଥଳରୁ ଏକ ନାଲି ଟାେଓ୍ଵଲ ଜବତ କଲା । ଏହାଛଡ଼ା ସାବିତ୍ରୀ ଦେବୀଙ୍କ ଘରୁ ଲୁଟ୍ ବେଳେ ରାଜନ ଓ ତା ସାଥୀମାନେ ସାଙ୍ଗରେ ନେଇ ଯାଇଥିବା ଖାଲି ବ୍ୟାଗ କିଛି ଦୂରରେ ଥିବା ରେଳ ଟ୍ରାକରୁ ମିଳିଥିଲା । ଏପଟେ କାର୍ପେଣ୍ଟରପାଲାନି ଲାଲ ରଙ୍ଗର ଟାୱେଲ ଦେଖି ରାଜନର ବୋଲି ଚିହ୍ନଟ କରିଥିଲେ । ପରେ ସବୁକିଛି ପୋଲିସ ଆଗରେ ସ୍ପଷ୍ଟ ହୋଇ ଯାଇଥିଲା । ..
ପୋଲିସ ଆଖିରେ ଧୁଳି ଦେଇ ରାଜନ ଓ ତାର ସହଯୋଗୀ ଲୁଚକାଳି ଖେଳି ଚାଲିଥିଲେ । କିନ୍ତୁ କେରଳରେ ତଦନ୍ତ କରୁଥିବା ଟିମ ରାଜନଙ୍କୁ ଖୋଜିବା ବେଳେ ଏକ ଚମକାଇ ଦେବା ଭଳି ତଥ୍ୟ ସାଉଁଟିଥିଲା । ତାହା ହେଉଛି ଯେ ସାବିତ୍ରୀ ଦେବୀଙ୍କ ପରିବାରର ସର୍ବନାଶ ପାଇଁ ଯିଏ ଅସଲ ସୁତ୍ରଧର ସେ ହେଉଛି କର୍ପେଣ୍ଟର ପିଲାନି।
ରାଜନଙ୍କୁ ଖୋଜିବା ପାଇଁ ପୋଲିସ୍ ର୍କମଚାରୀମାନେ ଛଦ୍ମବଶେରେ ନିଜକୁ ଶ୍ରମିକ ଭାବରେ ସଜାଇ ରଖିଥିଲେ । ୧୦ ଦିନ ଖୋଜିଲା ପରେ ରାଜନ ତାମିଲନାଡୁର ନଗରକୋଏଲରେ ଥିବା ଜଣେ ସମ୍ପର୍କୀୟ ଘରେ ରହୁଥିବା ଜଣାପଡ଼ିଥିଲା । ସେହି ଘରେ ଚଢ଼ଉ କରିଥିଲା ପୋଲିସ୍ । ହେଲେ ରାଜନ୍ ମିଳି ନଥିଲା । ତେବେ ଅନକେ ଦିନ ଧରି ହାତ ଖାଲିଥିବା ପୋଲିସ ଶେଷରେ ଏକ ଭିଡ଼ ବସ ଭିତରୁ ଶଶି ପିଲ୍ଲାଇକୁ ଚିହ୍ନି ମାଡ଼ି ବସିଥିଲେ । ବେଙ୍ଗାଲୁରୁ ଆଣିବା ପରେ ସବୁ ସତ ବଖାଣି ଥିଲା ଶଶି ପିଲ୍ଲାଇ । କିପରି ଓ କାହିଁକି ହତ୍ୟା କରିଥିଲେ ତାହା କହିଥିଲା ପୋଲିସକୁ । କିନ୍ତୁ ଏହା ପରେ ବି ରାଜନର ପତ୍ତା ମିଳୁନଥିଲା । ….
ରାଜନଙ୍କୁ ଧରିବା ପାଇଁ ପୋଲିସ କିଛି ଗ୍ରାହକଙ୍କ ସହ ଯୋଗାଯୋଗ କରିଥିଲା। ରାଜନ ତା ପେଣ୍ଟଇଂରେ ଯେମିତି ଦସ୍ତଖତ କରେ, ଠିକ ସେମିତି ହିଁ କିଛି ଫଟୋ ଓ ବ୍ରଶ ଦ୍ୱାରା ଚିତ୍ରର ସଦ୍ୟ ପେଣ୍ଟିଂକୁ ଠାବ କରିଥିଲା ପୋଲିସ । ଗ୍ରାହକ ଭାବରେ ପରିଚୟ ଦେଇ ପୋଲିସ ଶେଷରେ ପହଞ୍ଚିଲା ରାଜନ ପାଖରେ । ୨୨ଦିନର ଲୁଚକାଳି ଖେଳ ପରେ ଅକ୍ଟୋବର ୧୩ ତାରିଖରେ ଧରା ପଡ଼ିଥିଲା ମୁଖ୍ୟ ଅପରାଧୀ ରାଜନ। ୧୬ ନଭେମ୍ବର୧୯୯୩ରେ କୋର୍ଟ ରାଜନ, ଶଶି ପିଲ୍ଲାଇ ଏବଂ ଅନ୍ୟ ଜଣେ ସହଯୋଗୀଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ରଘୁ ଏବଂ ରାଜୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ପରେ ପରେ ରାଜନ ଓ ଦୁଇ ସହଯୋଗୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିବାକୁ ନିବଦେନ କରି ଜଲେ ଭିତରେ ଦିନ କାଟିଥିଲେ ।….