ରାମାୟଣ: ଟିଭିରେ ସୀତା ହରଣ ଦେଖି ଖୋଦ୍‌ ରାବଣ ବି ହୋଇଗଲେ ଭାବୁକ, ଯୋଡ଼ି ଦେଲେ ଦୁଇ ହାତ

ଅଶୀ ଦଶକରେ ୭୮ ଏପିସୋଡ଼ ‘ରାମାୟଣ’ରେ ରାବଣ ଭୁମିକାରେ ଥିଲେ ଅଭିନେତା ଅରବିନ୍ଦ ତ୍ରିବେଦି । ଏବେ ଅରବିନ୍ଦଙ୍କୁ ୮୪ ବର୍ଷ । ଟିଭିରେ ଯଦିଓ ରାବଣ ଭୂମିକାରେ ଅଭିନୟ କରିଛନ୍ତି, ବାସ୍ତବ ଜୀବନରେ ସେ ଜଣେ ରାମଭକ୍ତ ।

କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ ଯୋଗୁ ଲୋକେ ଏକରକମ ଘରେ ବନ୍ଦୀ ହୋଇ ରହିଛନ୍ତି । ଲୋକଙ୍କ ମନୋରଞ୍ଜନ ପାଇଁ ଏବେ ପୁଣି ଥରେ ୩୩ ବର୍ଷ ପରେ ଟିଭିରେ ‘ରାମାୟଣ’ ପ୍ରସାରିତ ହେଉଛି । ଆଜି ବି ସେଦିନର ସେହି ଲୋକପ୍ରିୟତା ରହିଛି ।

ravan.2

ଲୋକେ ଘରେ ବସି ‘ରାମାୟଣ’ର ମଜା ନେଉଛନ୍ତି । ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀ ଏବେ ୮୪ ବର୍ଷ ବୟସରେ ପଦାର୍ପଣ କରିଥିବା ବେଳେ ଆଜି ଟିଭି ଆଗରେ ବସି ରାମାୟଣ ଦେଖୁଛନ୍ତି ।

ଅରବିନ୍ଦଙ୍କ ଏଭଳି ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଏବେ ଘୁରି ବୁଲୁଛି, ଯେଉଁଥିରେ ସେ ଘରେ ବସି ଟିଭିରେ ରାମାୟଣ ଦେଖୁଛନ୍ତି । ରାବଣ ଯେତେବେଳେ ଅଟ୍ଟହାସ୍ୟ କରି ମା’ ସୀତାଙ୍କୁ ହରଣ କରିଛି ସେତେବେଳେ ରାବଣ ଭୂମିକା ତୁଲାଇଥିବା ଅରବିନ୍ଦ ଭାବୁକ ହୋଇପଡ଼ିଛନ୍ତି ।

ଟିଭି ଆଗରେ ବସିଥିବା ଅରବିନ୍ଦ ମା’ ସୀତାଙ୍କ ଆଖିରେ ଲୁହ ଦେଖି ହାତ ଯୋଡ଼ି ଦେଇଛନ୍ତି । ଏହି ଭିଡ଼ିଓ ଏବେ ସୋସିଆଲ୍‌ ମିଡିଆରେ ଜୋର୍‌ଦାରରେ ସେୟାର ହେଉଥିବା ଦେଖାଯାଇଛି । ରାବଣ ଭୂମିକାରେ ଅବତ୍ତୀର୍ଣ୍ଣ ହୋଇଥିବା ଅରବିନ୍ଦ ବାସ୍ତବ ଜୀବନରେ ଜଣେ ସଚ୍ଚା ରାମ ଭକ୍ତ ବୋଲି ଜଣାଯାଇଛି ।

Leave A Reply

Your email address will not be published.