ସ୍ପେଶାଲ

ଜୀବନରେ ଉନ୍ନତି ପାଇବା ପାଇଁ କରନ୍ତୁ ଏହି ୬ ଟି ଜିନିଷର ପୂଜା ,ସମସ୍ତ କଷ୍ଟରୁ ମିଳିଯିବ ମୁକ୍ତି

ହିନ୍ଦୁ ଧର୍ମରେ ଗ୍ରନ୍ଥମାନଙ୍କର ବିଶେଷ ମହତ୍ୱ ରହିଛି | 18 ଟି ପୁରାଣ ମଧ୍ୟରୁ ଗୋଟିଏ ହେଉଛି ଗରୁଡ ପୁରାଣ | ଏଥିରେ ବ୍ୟକ୍ତିର କର୍ମ ଅନୁସାରେ ଫଳ ମିଳିବା ବିଷୟରେ ଉଲ୍ଳେଖ ହୋଇଛି | ଜୀବନକୁ ସଫଳ କରିବାକୁ ଏବଂ ଉନ୍ନତି ପାଇବାକୁ ଗରୁଡ଼ ପୁରାଣରେ କେତେକ ମନ୍ତ୍ର ବିଷୟରେ କୁହାଯାଇଛି | ଏହାର ଅର୍ଥ ଜାଣିଲେ ଜୀବନକୁ ସଫଳ କରି ପାରିବା | ଗରୁଡ଼ ପୁରାଣରେ ଏହି 6 ଟି ଜିନିଷ ବିଷୟରେ କୁହାଯାଇଛି, ଯାହାର ପୂଜା ଏବଂ ଉପାସନାରେ ସବୁକିଛି ପାଇହୁଏ | ଆସନ୍ତୁ ଜାଣିବା ଏହା ବିଷୟରେ |

ଭଗବାନ ବିଷ୍ଣୁ –

ଧାର୍ମିକ ଗ୍ରନ୍ଥ ଅନୁସାରେ ଭଗବାନ ବିଷ୍ଣୁ ଭକ୍ତମାନଙ୍କର ସମସ୍ତ କଷ୍ଟ ଦୂର କରି ସେମାନଙ୍କ ଜୀବନରେ ସୁଖ -ଶାନ୍ତି ପ୍ରଦାନ କରିଥାନ୍ତି | ଯେଉଁ ବ୍ୟକ୍ତି ଦିନର ଆରମ୍ଭ ଭଗବାନଙ୍କ ଭକ୍ତିରେ କରିଥାଏ, ତା’ର କାମରେ ସଫଳତା ମିଳିଥାଏ | ତେଣୁ ନିତ୍ୟ ଭଗବାନ ବିଷ୍ଣୁଙ୍କର ଉପାସନା କରିବା ଉଚିତ |

ଏକାଦଶୀ ବ୍ରତ –

ସେହି ଗରୁଡ଼ ପୁରାଣରେ ଏକାଦଶୀ ବ୍ରତ ବିଷୟରେ ମଧ୍ୟ କୁହାଯାଇଛି | ସମସ୍ତ ବ୍ରତମାନଙ୍କ ମଧ୍ୟରୁ ଏକାଦଶୀ ବ୍ରତ ଶ୍ରେଷ୍ଠ ଅଟେ | ଯେଉଁ ବ୍ୟକ୍ତି ଏକାଦଶୀ ବ୍ରତ ପୁରା ନିଷ୍ଠାର ସହିତ ରଖିଥାଏ ତା ଜୀବନରେ ଶୁଭ ଫଳ ପ୍ରାପ୍ତି ହୋଇଥାଏ |

ଗଙ୍ଗା ନଦୀ –

ଗରୁଡ଼ ଗ୍ରନ୍ଥ ଅନୁସାରେ ଗଙ୍ଗା ଜଳ ସମସ୍ତ ପାପରୁ ମୁକ୍ତି ଦେଇଥାଏ | ଏଥିପାଇଁ ଯେକୌଣସି ଶୁଭ କାର୍ଯ୍ୟରେ ଗଙ୍ଗା ଜଳ ବ୍ୟବହାର କରାଯାଇଥାଏ | ଗଙ୍ଗା ଜଳରେ ଶୁଦ୍ଧିକରଣ କରାଯାଇଥାଏ | ଏଥିପାଇଁ ଗଙ୍ଗା ଜଳର ପୂଜା ଅବଶ୍ୟ କରନ୍ତୁ |

ତୁଳସୀ –

ତୁଳସୀ ଗଛର ସମ୍ବନ୍ଧ ମା’ ଲକ୍ଷ୍ମୀଙ୍କ ସହିତ ଏବଂ ଭଗବାନ ବିଷ୍ଣୁଙ୍କର ତୁଳସୀ ପତ୍ର ବହୁତ ପ୍ରିୟ ଅଟେ | ଭଗବାନ ଶ୍ରୀହରିଙ୍କ କୃପା ପାଇବାପାଇଁ ତୁଳସୀ ଗଛର ପୂଜା କରାଯାଇଥାଏ | ତୁଳସୀ ଗଛ ମୂଳରେ ନିୟମିତ ଦୀପ ଜଳାଇବା ଉଚିତ |

ଜ୍ଞାନୀ ପୁରୁଷ –

ଧାର୍ମିକ ଶାସ୍ତ୍ର ଅନୁସାରେ ଜ୍ଞାନୀ ପୁରୁଷ ବା ପଣ୍ଡିତଙ୍କ ସମ୍ମାନ କରିବା ଦ୍ୱାରା ବ୍ୟକ୍ତିକୁ ସଫଳତା ମିଳିଥାଏ | ଶାସ୍ତ୍ରରେ ଜ୍ଞାନୀ ପୁରୁଷଙ୍କ ଅପମାନ ଅନୁଚିତ କୁହାଯାଇଥାଏ |

ଗାଈ –

ହିନ୍ଦୁ ଧର୍ମରେ ଗାଈକୁ ପୂଜନୀୟ ସ୍ଥାନ ଦିଆଯାଇଛି | ଗରୁଡ଼ ପୁରାଣ ଅନୁସାରେ ଗାଈ ଠାରେ ସମସ୍ତ ଦେଵୀ -ଦେବତାଙ୍କ ବାସ ହୋଇଥାଏ | ଗାଈଙ୍କୁ ଦେବ ତୁଲ୍ୟ ମାନିକରି ତାଙ୍କର ପୂଜା -ଅର୍ଚ୍ଚନା କରିବା ଦ୍ୱାରା ସମସ୍ତ ଅସୁବିଧାରୁ ମୁକ୍ତି ମିଳିଥାଏ |

Niharanjan

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

13 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

46 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

48 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

55 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

1 hour ago