ସ୍ପେଶାଲ

ନାଳ ସଫା କରୁ କର ଅଚାନକ ବାହାରିଲା ବିଶାଳକାୟ ମୂଷା, ଦେଖିଲେ ନିଜ ଆଖିକୁ ବିଶ୍ୱାସ କରିପାରିବେନି ଆପଣ

ନିକଟରେ ମେକ୍ସିକୋରେ ପ୍ରବଳ ବର୍ଷା ପରେ ସଂଗୃହିତ 22 ଟନ୍ ବର୍ଜ୍ୟବସ୍ତୁରେ ଲୋକମାନେ ଏପରି ଏକ ଜିନିଷ ଦେଖିଥିଲେ ଯେ ଯାହାକୁ ଦେଖି ସେଠାରୁ ଲୋକମାନେ ଭୟରେ ଦୌଡିବା ଆରମ୍ଭ କରିଥିଲେ । ତେବେ ପରେ ଦେଖିଥିଲେ ଯେ ଏହା ଏକ ବିରାଟ ବଡ଼ ମୂଷା ଥିଲା । ଏହି ମୂଷା ଏତେ ବଡ ଥିଲା ଯେ ଲୋକମାନେ ଏହାକୁ ଦେଖି ବିଶ୍ୱାସ କରିପାରିଲେ ନାହିଁ । ଏହି ମୂଷା ମଣିଷଠାରୁ ବି ବଡ ଥିଲା । କେହି ଜଣେ ଫଟୋ ଉଠାଇ ଏହାକୁ ସୋସିଆଲ ମିଡିଆରେ ସେୟାର କରିଥିଲେ ଯାହା ପରେ ଏହା ଭାଇରାଲ ହୋଇଯାଇଥିଲା । କିନ୍ତୁ କିଛି ସମୟ ପରେ ଏହି ମୂଷାର ବାସ୍ତବତା ସାମ୍ନାକୁ ଆସିଥିଲା ଯାହାଦ୍ୱାରା ଲୋକମାନେ ପୁରା କଥା ବୁଝିପାରିଥିଲେ ।

ସୋସିଆଲ ମିଡିଆରେ ଏକ ବିଶାଳ ମୂଷାର ଚିତ୍ର ଭାଇରାଲ ହେଉଛି ଏବଂ ଏହି ମୂଷା ମଣିଷଠାରୁ ବି ବଡ । ଏହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ତେବେ ଏହି ରହସ୍ୟମୟ ଜୀବଟିକୁ ମେକ୍ସିକୋର ଏକ ଗଟରରୁ ବାହାର କରାଯାଇଛି । ପ୍ରକୃତରେ ମେକ୍ସିକୋରେ ଅନେକ ଦିନ ଧରି ପ୍ରବଳ ବର୍ଷା ହୋଇଥିଲା । ଏହି ସମୟରେ ହଠାତ୍ ସହରର ମୁଖ୍ୟ ଡ୍ରେନ୍ ଯାମ ହୋଇଗଲା । ତେବେ ଡ୍ରେନେଜ ସମସ୍ୟା ଦେଖାଦେବା ପରେ ସଫେଇ କର୍ମଚାରୀ ଏହାକୁ ସଫା କରିବାକୁ ଚେଷ୍ଟା କରିଥିଲେ । ଯେଉଁଥିରେ 22 ଟନ୍ ଆବର୍ଜନା ବାହାର କରାଯାଇଥିଲା । ଏହି ଅଳିଆ ଗଦା ଭିତରେ ଲୋକମାନେ ହଠାତ୍ ଏକ ବିଶାଳ ମୂଷାକୁ ଦେଖିଲେ ଏବଂ ଏହି ମୂଷା ବହୁତ ବଡ ଥିଲା । ବାତ୍ୟା ପରେ ଆସିଥିବା ବର୍ଷାରେ ଏହା ସହରର ଡ୍ରେନ୍‌ରେ ଅଟକି ରହିଥିଲା । ଯେତେବେଳେ ମେକ୍ସିକୋର ଶ୍ରମିକମାନେ ଏହା ଦେଖିଲେ ସମସ୍ତେ ହଠାତ ଡରି ଯାଇଥିଲେ । ଏହା ପରେ ଲୋକମାନେ ଏହାକୁ ଅତି ନିକଟରୁ ଯାଇ ଦେଖିବାକୁ ଲାଗିଲେ ।

ମିଳିଥିବା ଖବର ଅନୁଯାୟୀ ଏହା ଦେଖିବା ପରେ ସଫେଇ କର୍ମଚାରୀ ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ପରେ ସମସ୍ତେ ପକ୍ଷକୁ ଯାଇ ଦେଖିବା ପରେ ଏହା ଅସଲି ନୁହେଁ ବରଂ ଏକ ନକଲି ମୂଷା ଥିଲା । ଅର୍ଥାତ ଡ୍ରେନରେ ଅଟକିଥିବା ସମସ୍ତ ଅଳିଆ ଆବର୍ଜନା ଗୁଡିକ ଅଟକି ଯାଇ ଏକ ମୂଷାର ରୂପ ନେଇଥିଲା । ତେବେ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

 

 

KNews Bureau

Recent Posts

ବ୍ରେକଅପ୍‌ ଆମକୁ କଣ ଶିକ୍ଷା ଦିଏ ? ଜାଣନ୍ତୁ କିଛି ରୋଚକ କଥା

ମେଣ୍ଟାଲ ହେଲଥ୍‌ ଏବଂ ଇମୋସନ୍‌ ପାଇଁ ବ୍ରେକଅପ୍‌ ଭଲ ହୋଇନଥାଏ । ଏହା ଅନେକ ଲୋକଙ୍କ ପାଇଁ ଜୀବନର ସବୁଠାରୁ…

25 mins ago

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା, ଜାଣନ୍ତୁ କ’ଣ ଏହାର ସ୍ୱତନ୍ତ୍ରତା?

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ । ଏକ…

33 mins ago

କୋଚିନ ସିପୟାର୍ଡରେ ସେଫ୍ଟି ଆସିଷ୍ଟାଣ୍ଟ ପଦବୀରେ ଭର୍ତ୍ତି, ଜାଣନ୍ତୁ କେତେ ମିଳିବ ଦରମା

କୋଚିନ ସିପୟାର୍ଡ ଲିମିଟେଡ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ୩୦ରୁ ଅଧିକ ପଦବୀରେ…

48 mins ago

ସତସଙ୍ଗ ବିହାରରେ ସିରିଜ୍‌ ଦୁର୍ଘଟଣା, ଦୁଇଟି କାର୍‌କୁ ପଛରୁ ପିଟିଲା ବସ୍‌

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ସିରିଜ୍‌ ଦୁର୍ଘଟଣା । ଭୁବନେଶ୍ବର ସତସଙ୍ଗ ବିହାର ନିକଟରେ ଘଟିଛି ଏହି ଦୁର୍ଘଟଣା । ପ୍ରଥମେ…

59 mins ago

ଟି୨୦ ବିଶ୍ୱକପ ମହାକୁମ୍ଭ ଆରମ୍ଭ, ପ୍ରଥମ ମ୍ୟାଚରେ ୭ ଓ୍ଵିକେଟରେ କାନାଡାକୁ ହରାଇଲା ଆମେରିକା

ଟି-୨୦ ବିଶ୍ବକପ ମହାକୁମ୍ଭ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଆମେରିକା ଓ କାନାଡା । ଏହି…

1 hour ago

ପରକୀୟା ପ୍ରୀତିକୁ ବାରଣ କରିବାରୁ ସ୍ତ୍ରୀକୁ ମାଡ ମାରି ଘରୁ ତଡିଦେଲା ସ୍ୱାମୀ, ଏବେ ଥାନାରେ ମାମଲା

ନରସିଂହପୁର(କେନ୍ୟୁଜ୍): ପରକୀୟା ପ୍ରୀତିକୁ ନେଇ ଥାନାରେ ଆସି ମାମଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର…

1 hour ago