ଅଧରାତିରେ ୨୦ କିଲୋମିଟର ଅଟୋ ଚଳାଇ ଗର୍ଭବତୀଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ଆଶାକର୍ମୀ : ପ୍ରଶଂସା କଲେ ଉପରାଷ୍ଟ୍ରପତି

କୋଭିଡ୍ ଯୁଦ୍ଧରେ ଡାକ୍ତର, ନର୍ସ, ଆଶାକର୍ମୀମାନେ କୋଭିଡ୍ ଯୋଦ୍ଧା ସାଜି ଜୀବନ ବଞ୍ଚାଉଛନ୍ତି । କେବଳ କୋଭିଡ୍ ମହାମାରୀ ନୁହେଁ, ଏହି ଯୋଦ୍ଧାମାନେ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ମଧ୍ୟ ବାଜି ଲଗାଉଛନ୍ତି । କର୍ଣ୍ଣାଟକର ଜଣେ ଆଶାକର୍ମୀ ଜଣେ ଗର୍ଭବତୀ ମହିଳାକୁ ରକ୍ଷା କରି ସମସ୍ତଙ୍କୁ ଉଦାହରଣ ସୃଷ୍ଟି କରିଛନ୍ତି ।

ଆଶାକର୍ମୀ ଜଣକ ଜଣେ ଗର୍ଭବତୀ ମହିଳାଙ୍କ ଅଧ ରାତ୍ରିରେ ନିଜ ଅଟୋ ରିକ୍ସାରେ ପ୍ରାୟ ୨୦ କିଲୋମିଟର ଦୂର ସ୍ଥିତ ସରକାରୀ ହସ୍ପିଟାଲରେ ସୁରକ୍ଷିତ ଭାବେ ପହଞ୍ଚାଇଛନ୍ତି । ତା’ପରଦିନ ଗର୍ଭବତୀ ମହିଳା ଜଣକ ଉଡ୍ଡୁପୀ ସରକାରୀ ହସ୍ପିଟାଲରେ ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଇଛନ୍ତି ।

sah

ଉଡ୍ଡୁପୀର ପଣ୍ଣାନିକଲା ଗ୍ରାମରେ ଏହି ଘଟଣାଟି ଘଟିଛି । ଦେବଦୂତ ସାଜି ମହିଳାଙ୍କୁ ଜୀବନ ଦେଇଥିବା ଆଶାକର୍ମୀଙ୍କ ନାମ ହେଉଛି ରାଜୀବ । ଆଶା କର୍ମୀଙ୍କୁ ରାଜୀବ ଗୁରୁବାର ଦିନ ସ୍ଥାନୀୟ ଲୋକେ ଜଣେ ଗର୍ଭବତୀଙ୍କ ଅବସ୍ଥା ଠିକ୍ ନଥିବା କଥା କହିଥିଲେ । ମାମଲାର ଗମ୍ଭୀରତାକୁ ଦେଖି ଆଶା କର୍ମୀ ରାଜୀବୀ ନିଜେ ଅଟୋ ଚଳାଇ ମହିଳାଙ୍କ ଘରକୁ ଯାଇ ତାଙ୍କୁ ଅଟୋରେ ହସ୍ପିଟାଲ ନେଇଥିଲେ । ରାଜୀବୀ ଙ୍କ ପାଖରେ ଏକ ଅଟୋ ରହିଛି । ଯାହାକୁ ସେ ନିଜ ଆର୍ଥିକ ସ୍ଥିତି ପାଇଁ ବ୍ୟବହାର କରିଥା’ନ୍ତି।

ରାଜୀବୀଙ୍କ ଏପରି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଉପରାଷ୍ଟ୍ରପତି ରାଜୀବୀଙ୍କ ଏପରି କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଟୁଇଟ୍ ଜରିଆରେ ଅଭିନନ୍ଦନ ଜଣାଇଛନ୍ତି । ରାଜୀବୀ ପର୍ଣ୍ଣାନକିଲା ଗ୍ରାମ ପଞ୍ଚାୟତର ସ୍ବଚ୍ଛ ଭାରତ ମିଶନର ଆମ୍ବାସାଡାର ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.