ଚାକିରି କରିବା ପାଇଁ ଆଜିକାଲିର ଯୁବପିଢି କଠିନ ପରିଶ୍ରମ କରୁଛନ୍ତି। କିନ୍ତୁ ଯେତେବେଳେ ଆପଣ ସବୁକିଛି ପାଇଁ ପ୍ରସ୍ତୁତ ରହିଥିବା ବେଳେ ଆପଣଙ୍କ ସାଙ୍କିଆ ପାଇଁ ହଇରାଣ ହୁଅନ୍ତି, ତେବେ ସେତେବେଳେ କ’ଣ କରିବେ। ଏମିତି ଏକ ଘଟଣା ଜଣେ ଉଚ୍ଚ ଶିକ୍ଷିତା ଯୁବତୀଙ୍କ ସହିତ ଘଟିଛି। ତାଙ୍କୁ ସାଙ୍ଗିଆ ପାଇଁ ମିଳୁନି ଚାକିରି | ଚାକିରି ପାଇଁ ଆବେଦନ କରିବା ବେଳେ ସାଙ୍ଗିଆ ଲେଖିବା ମାତ୍ରେ ସଫ୍ଟୱେର ଆବେଦନକୁ ଗ୍ରହଣ କରିବାକୁ ମନା କରିଦେଉଛି | ଏପରି ସମସ୍ୟାର ସାମ୍ନା କରିଛନ୍ତି ଆସାମର ପ୍ରିୟଙ୍କା ଚୁତିଆ।| ବାରମ୍ବାର ଚାକିରି ପାଇଁ ଆବେଦନ କରିବା ପରେ ତାଙ୍କ ସାଙ୍ଗିଆ ଆବେଦନ ଗ୍ରହଣ କରାଯାଉନଥିବାକୁ ବିରକ୍ତ ହୋଇ ଏବେ ସେ ଫେସବୁକରେ ନିଜର ଦୁଃଖ ଜାହିର କରିଛନ୍ତି |
ସୂଚନା ମୁତାବକ, ନ୍ୟାସନାଲ ସିଡ୍ କର୍ପୋରେସନ୍ ଲିମିଟେଡରେ ଚାକିରି କରିବା ପାଇଁ ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ ପ୍ରିୟଙ୍କା ଆବେଦନ କରିବାକୁ ଚାହିଁଥିଲେ | କିନ୍ତୁ ସାଙ୍ଗିଆ ବକ୍ସରେ ‘ଚୁତିଆ’ ଲେଖିବା ପରେ ତାଙ୍କୁ ଅପଶବ୍ଦ ନଲେଖି ସାଙ୍ଗିଆ ଲେଖିବାକୁ କୁହାଯାଇଥିଲା | ପୁଣି ଥରେ ସେ ‘ଚୁତିଆ’ ଲେଖିବାରୁ ତାଙ୍କ ଆବେଦନକୁ ଗ୍ରହଣ କରାଯାଇନଥିଲା |
ଏହି ଘଟଣା ବିଷୟରେ ଜଣାଇ ପ୍ରିୟଙ୍କା ଫେସବୁକରେ ଲେଖିଛନ୍ତି ଯେ, ମୁଁ ଲୋକମାନଙ୍କୁ ପ୍ରକୃତରେ ବୁଝାଇବାକୁ ଚାହେଁ ଯେ, ମୁଁ ଅପଶବ୍ଦ ବ୍ୟବହାର କରୁନାହିଁ | ଏହା ଏକ ସମ୍ପ୍ରଦାୟ ଯେଉଁଠାରୁ ମୁଁ ଆସିଛି | ଏସବୁ ଘଟିବା ପରେ ମୁଁ ପ୍ରକୃତରେ ଦୁଃଖିତ ଏବଂ ହତାଶ ଅନୁଭବ କରୁଛି | ‘ଚୁତିଆ’ ଆସାମର ଏକ ସମ୍ପ୍ରଦାୟ ଏବଂ ଏହା ରାଜ୍ୟର ସର୍ବପୁରାତନ ଆଦିବାସୀ ସମ୍ପ୍ରଦାୟ ମଧ୍ୟରୁ ଅନ୍ୟତମ |
ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…
ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…
ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…
ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…
ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…