୪ ଦିନ ପରେ ଆସିବ ଭୟଙ୍କର ‘ଦ୍ୱିପ୍ରହର’! ପୃଥିବୀ ଆଡ଼କୁ ମାଡ଼ି ଆସୁଛି ବଡ଼ ଗ୍ରହ; ରଚିବ ଧ୍ୱଂସର ତାଣ୍ଡବ

ଆସନ୍ତା ୨୨ ଫେବୃଆରୀ ଦ୍ୱିପ୍ରହର ପ୍ରାୟ ୧ଟା ୨୪ ମିନିଟ୍‌ରେ ପୃଥିବୀଠାରୁ ପାଖାପାଖି ୫୩.୬୬ ଲକ୍ଷ କିଲୋମିଟର ଦୂରରୁ ଏକ ବଡ଼ ଗ୍ରହ ପୃଥିବୀ ଆଡ଼କୁ ମାଡ଼ି ଆସୁଛି। ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏହାକୁ ସମ୍ଭାବ୍ୟ ବିପଜ୍ଜନକ ଗ୍ରହ ଶ୍ରେଣୀରେ ରଖିଛି। ଯଦିଓ ଏହାର ଆକାରର ଗଣନା ବର୍ତ୍ତମାନ ସଠିକ୍ ନାହିଁ, କିନ୍ତୁ ବୈଜ୍ଞାନିକମାନଙ୍କ ଅନୁସାରେ, ଏହା ୬୨୩ ଫୁଟରୁ ନେଇ ୧୪୧୦ ଫୁଟ ପର୍ଯ୍ୟନ୍ତ ଲମ୍ବା ହୋଇପାରେ। ତେବେ ୨୦୧୯ରେ କରାଯାଇଥିବା ଏକ ଗଣନା ଅନୁଯାୟୀ, ଏହା ୭୩୮ ଫୁଟ୍ର ଲମ୍ବା ରହିଛି। ମହାକାଶରୁ ଆସୁଥିବା ଏହି ଗ୍ରହର ନାମ ହେଉଛି ଆଷ୍ଟେରଏଡ (455176) 1999 VF22।

ଆସନ୍ତା ସପ୍ତାହ ମଙ୍ଗଳବାର ଅର୍ଥାତ୍ ଫେବୃଆରୀ ୨୨ରେ ଏହା ପୃଥିବୀଠାରୁ ଯେଉଁ ଦୂରତାରେ ବାହାରୁଛି, ତାହା ପୃଥିବୀ ଏବଂ ଚନ୍ଦ୍ରର ଦୂରତାଠାରୁ ୧୪ ଗୁଣା ଅଧିକ। ଯଦିଓ ଏହି ଦୂରତା ମହାକାଶ ଜଗତରେ ଅଧିକ ବୋଲି ବିବେଚନା କରାଯାଏ ନାହିଁ। ଏହା ପୃଥିବୀ ପାର୍ଶ୍ୱରୁ ପ୍ରତି ସେକେଣ୍ଡ ୨୫.୧୦ କିଲୋମିଟର ବେଗରେ ବାହାରିବ। ଅର୍ଥାତ୍ ଏହାର ଗତି ହେଉଛି ଘଣ୍ଟା ପ୍ରତି ୯୦,୩୬୦ କିଲୋମିଟର। ଆଷ୍ଟେରଏଡ (455176) 1999 VF22 ପୃଥିବୀର ସବୁଠାରୁ ନିକଟତର ଏବଂ ପାଖାପାଖି ଏକ ଶତାବ୍ଦୀ ପରେ ପୁଣିଥରେ ଆସିବ। ଅର୍ଥାତ୍ ଏହା ୨୧୫୦ ଫେବୃଆରୀ ୨୩ରେ ଆସିବ। କିନ୍ତୁ ଏହା କେତେ ଦୂରତାରୁ ବାହାରିକ, ତାହା ଏବେଠୁ ଆକଳନ କରିବା କଷ୍ଟକର। ଏହି ଗ୍ରହର ଆବିଷ୍କାର ୧୯୯୯ ମସିହା ଅକ୍ଟୋବର ୩୧ରେ ହୋଇଥିଲା। କିନ୍ତୁ ଏହା ନଭେମ୍ବର ୧୦ ପର୍ଯ୍ୟନ୍ତ ଠିକ୍ ଭାବରେ ଦେଖାଯାଇ ନ ଥିଲା। ଏହାକୁ କ୍ୟାଟାଲିନା ସ୍କାଏ ସର୍ଭେ ଆବିଷ୍କୃତ କରିଥିଲା।

ଆଷ୍ଟେରଏଡ (455176) 1999 VF22 ଆକାରରେ ଏତେ ବଡ଼ ଯେ ଯଦି ଏହା ପୃଥିବୀର କୌଣସି ସ୍ଥାନରେ ପଡ଼େ, ତ ବଡ଼ ଧ୍ୱଂସ ଘଟାଇ ପାରେ। ସ୍ଥଳଭାଗରେ ପରମାଣୁ ବୋମା ପରି ଏବଂ ସମୁଦ୍ରରେ ବଡ଼ ସୁନାମି ପରି ଏହା ଶକ୍ତିଶାଳୀ ହୋଇଥାଏ। ଏମିତିରେ ଏହାର ପୃଥିବୀ ସହ ଧକ୍କା ହେବାର କୌଣସି ଆଶଙ୍କା ନାହିଁ, କିନ୍ତୁ ଯଦି ଏହା ଧକ୍କା ହେବ, ତେବେ ହିରୋସିମା-ନାଗାସାକି ଉପରେ ପଡ଼ିଥିବା ପରମାଣୁ ବୋମାଠାରୁ ଆହୁରି ଭୟଙ୍କର ଧ୍ୱଂସ ଘଟାଇବ।

ଏହା ଏକ ପ୍ରସ୍ତରମୟ S ପ୍ରକାରର ଆଷ୍ଟେରଏଡ୍, ଯାହା ଆପୋଲୋ ଆଷ୍ଟେରଏଡ୍ ଶ୍ରେଣୀରେ ଆସିଥାଏ। ଆପୋଲୋ ଆଷ୍ଟେରଏଡ୍ ଗ୍ରୁପ୍ ସବୁଠାରୁ ସାଧାରଣ କ୍ଷୁଦ୍ରଗ୍ରହ ଗୋଷ୍ଠୀ। ଆଷ୍ଟେରଏଡ୍ (455176) 1999 VF22 ଆକାଶରେ ଦ୍ରୁତ ଗତିରେ ଚାଲିବା ସମୟରେ ବି ତାରା ପରି ଦେଖାଯିବ। କେବଳ ଏହାର ସ୍ଥିତି ଲଗାତାର ବଦଳି ଚାଲିଥିବ। ଏହି ଆକାର ଗ୍ରହର ପୃଥିବୀ ସହ ଧକ୍କା ଦେବାର ସମ୍ଭାବନା ୬ ଲକ୍ଷ ବର୍ଷରେ ଗୋଟିଏ ଥର ହୋଇଥାଏ। ସୌଭାଗ୍ୟର କଥା ହେଉଛି, ନାସା ନିକଟରେ DART ମିଶନ୍ ଲଞ୍ଚ୍ କରିଛି, ଯେଉଁଥିରେ ଏକ ମହାକାଶଯାନକୁ ଆଷ୍ଟେରଏଡ୍ ସହିତ ଧକ୍କା ଦେଇ ତାହାର ଦିଗ ଏବଂ ଗତି ବଦଳାଇବାକୁ ଚେଷ୍ଟା କରାଯିବ। ଯଦି ଏହି ମିଶନ ସଫଳ ହୁଏ, ତା’ ହେଲେ ଭବିଷ୍ୟତରେ ପୃଥିବୀକୁ ଆଷ୍ଟେରଏଡ୍ ଆକ୍ରମଣରୁ ରକ୍ଷା କରାଯାଇ ପାରିବ।

କହି ରଖୁଛୁ, ପୃଥିବୀ ଉପରେ ଶେଷ ଥର ଯେଉଁ ଆଷ୍ଟେରଏଡ୍ ପଡ଼ିଥିଲା, ତାହା ରୁଷ୍‌ରେ ଅନେକ ଧ୍ୱଂସ ଘଟାଇଥିଲା। ଏହି ଘଟଣା ହେଉଛି ୨୦୧୩ ମସିହାର। ଆଷ୍ଟେରଏଡ୍ ୧୭ ମିଟରର ଲମ୍ବ ଥିଲା। ତାହା ରୁଷ୍ ଉପରେ ଆସି ବାୟୁମଣ୍ଡଳରେ ଫାଟି ଯାଇଥିଲା, ଯେଉଁଥିରେ ଏକ ସହରର ସମସ୍ତ କୋଠା ଘରର ଝରକା, କବାଟ ସବୁ ଭାଙ୍ଗି ଯାଇଥିଲା। ଅନେକ ଲୋକ ଏଥିରେ ଆହତ ମଧ୍ୟ ହୋଇଥିଲେ। ଏହା ପୂର୍ବରୁ ୧୯୦୮ରେ ରୁଷ୍‌ରେ ଯେଉଁ ଆଷ୍ଟେରଏଡ୍ ଧ୍ୱଂସ ଘଟାଇଥିଲା, ତାହା ପୋଦ୍‌କାମେନୟା ତୁଙ୍ଗସୁକା ନଦୀରେ ପଡ଼ିଥିଲା। ଏଠାରେ ଏକ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିଲା, ଯାହାକୁ ତୁଙ୍ଗସୁକା ଇଭେଣ୍ଟ କୁହାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.