ରବିବାର ଦିନ କରନ୍ତୁ ଏହି ଛୋଟ ଉପାୟ, ସବୁ ଅସୁବିଧାରୁ ମିଳିବ ମୁକ୍ତି

ରବିବାର ଦିନ ସୂର୍ଯ୍ୟ ଦେବଙ୍କ ପୂଜା କରାଯାଏ । ସୂର୍ଯ୍ୟଦେବଙ୍କ କୃପା ହେଲେ ବ୍ୟକ୍ତିର ଜୀବନରୁ ସବୁ ସମସ୍ୟା ଦୂର ହୋଇଯାଇଥାଏ । ରବିବାର ଦିନ କିଛି ଖାସ ଉପାୟ କରିବା ଦ୍ୱାରା ସୂର୍ଯ୍ୟ ଦେବଙ୍କ କୃପା ମିଳିଥାଏ । ଜ୍ୟୋତିଷରେ ସୁର୍ଯ୍ୟ ଦେବଙ୍କୁ ଗ୍ରହ ରାଜ ବୋଲି କୁହାଯାଏ । କୁଣ୍ଡଳୀରେ ସୂର୍ଯ୍ୟଦେବ ମଜବୁତ ହେଲେ ବ୍ୟକ୍ତିକୁ ଯଶ, କୀର୍ତ୍ତି ପ୍ରାପ୍ତ ହୋଇଥାଏ । ରବିବାର ଦିନ କିଛି ଖାସ ଉପାୟ କରିବା ଦ୍ୱାରା ସବୁ ସମସ୍ୟା ଦୂର ହୋଇଯାଇଥାଏ । ଆସନ୍ତୁ ଜାଣିବା ଏହି ଉପାୟ ସମ୍ପର୍କରେ ।

ରବିବାର ଦିନ କରନ୍ତୁ ସୂର୍ଯ୍ୟ ଦେବଙ୍କ ଏହି ଛୋଟ ଉପାୟ –

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁଣ୍ଡଳୀରେ ସୂର୍ଯ୍ୟ ଗ୍ରହ ଅଶୁଭ କିମ୍ବା ଦୁର୍ବଳ ଥିଲେ ରବିବାର ଦିନ ମାଛଙ୍କୁ ଅଟା ଗୁଳା ଖାଇବାକୁ ଦିଅନ୍ତୁ । ଏମିତି କରିବା ଦ୍ୱାରା କୁଣ୍ଡଳୀରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ ହୋଇଥାଏ । ଫଳରେ ବ୍ୟକ୍ତିଙ୍କ ଜୀବନରେ ଆସୁଥିବା ସମସ୍ତ ବାଧା ଦୂର ହୋଇଥାଏ ।

ରବିବାର ଦିନ ଉଦୟ ସୂର୍ଯ୍ୟଙ୍କୁ ଜଳ ଦେବା ବହୁତ ଶୁଭ ହୋଇଥାଏ । ସୂର୍ଯ୍ୟ ଦେବଙ୍କୁ ଜଳ ଦେବା ପରେ ମାତା ଲକ୍ଷ୍ମୀଙ୍କୁ ପୂଜା କରିବା ଉଚିତ୍‌ । ଏମିତି କରିବା ଦ୍ୱାରା ସୂର୍ଯ୍ୟ ଦେବଙ୍କ ସହ ମାତା ଲକ୍ଷ୍ମୀ ବି ପ୍ରସନ୍ନ ହୋଇଥାନ୍ତି । ଘରେ କେବେ ବି ଧନ ସମ୍ପତ୍ତି କମ ହୋଇନଥାଏ ।

ଯଦି ଆପଣ ପ୍ରତି ଦିନ ସୂର୍ଯ୍ୟ ଦେବଙ୍କ ପୂଜା କରିପାରୁ ନାହାଁନ୍ତି,ତେବେ ଅତି କମରେ ରବିବାର ଦିନ ପୂଜା ଜରୁର କରନ୍ତୁ । ରବିବାର ଦିନ ଆଦିତ୍ୟ ହୃଦୟ ସ୍ତ୍ରୋତ ପାଠ ଜରୁର କରନ୍ତୁ । ଏହାଦ୍ୱାରା ସୂର୍ଯ ଦେବ ପ୍ରସନ୍ନ ହୋଇ ସବୁ ମନସ୍କାମନା ପୂର୍ଣ୍ଣ କରିଥାନ୍ତି ।

ଚାକିରି ବା ବ୍ୟବସାୟରେ ଉନ୍ନତି ଚାହାଁନ୍ତି ତ ରବିବାର ଦିନ ବହି ଯାଉଥିବା ଜଳରେ ଗୁଡ଼ ଓ ଚାଉଳକୁ ମିଶାଇ ପ୍ରବାହିତ କରନ୍ତୁ । ଏମିତି କରିବା ଦ୍ୱାରା ବ୍ୟକ୍ତି ଉପରେ ସୂର୍ଯ୍ୟଦେବ କୃପା ବର୍ଷା କରିଥାନ୍ତି ।
ବିଦ୍ର : ଏହିସବୁ ତଥ୍ୟ ଶାସ୍ତ୍ର ଆଧାରିତ, ଅଧିକ ଜାଣିବା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.