କୁଣ୍ଡଳୀରେ ଶୁକ୍ର ବ୍ୟକ୍ତିଙ୍କୁ କରିଥାଏ ଧନବାନ, ଶୁକ୍ରବାର କରନ୍ତୁ ଲାଲ କିତାବର ଏହି ଉପାୟ, ମା’ ଲକ୍ଷ୍ମୀ ହେବେ ପ୍ରସନ୍ନ

ପ୍ରତ୍ୟେକ ବ୍ୟକ୍ତି ଚାହିଁଥାନ୍ତି ଯେ ମା’ ଲକ୍ଷ୍ମୀଙ୍କ ଆଶିର୍ବାଦ ସର୍ବଦା ତାଙ୍କ ଉପରେ ରହିଥାଉ । ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତିଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପା ରହିଥାଏ, ସେମାନଙ୍କ ଜୀବନରେ କେବେ ବି ଧନର ଅଭାବ ହୋଇ ନଥାଏ । ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ସେହିପରି ଜାତକଙ୍କ କୁଣ୍ଡଳୀରେ ଶୁକ୍ର ଗ୍ରହ ମଜବୁତ ଥିଲେ ଜୀବନରେ ଆରାମ ପ୍ରାପ୍ତ ହୋଇଥାଏ । ଆସନ୍ତୁ ଜାଣିବା ଲାଲ କିତାବ ଅନୁସାରେ କେଉଁ ଉପାୟ କଲେ ଶୁକ୍ର ଗ୍ରହ ଓ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ ।

ଲାଲ୍‌ କିତାବରେ ଶୁକ୍ରଙ୍କ ଉପାୟ :

୧. କୁଣ୍ଡଳୀରେ ଶୁକ୍ର ଗ୍ରହଙ୍କୁ ମଜବୁତ କିରିବା ପାଇଁ ଶୁକ୍ରବାର ଦିନ ସ୍ନାନ କରି ଧଳା ବସ୍ତ୍ର ପିନ୍ଧିବା ସହ ‘‘ ଓଁ ଦ୍ରାଂ ଦ୍ରୀଂ ଦ୍ରୌଂ ସଃ ଶୁକ୍ରାୟ ନମଃ ’’ ମନ୍ତ୍ର ୫, ୧୧ କିମ୍ବା ୨୧ ମାଳା ଜପ କରନ୍ତୁ ।

୨. କୁଣ୍ଡଳୀରେ ଶୁକ୍ର ଗ୍ରହ ମଜବୁତ ଥିଲେ ବ୍ୟକ୍ତିଙ୍କ ସବୁ କାମରେ ଯଶ ଓ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥାଏ । ତେଣୁ ଶୁକ୍ରବାର ଦିନ ଆପଣ ଦହି, ଚିନି, ଧଳା ବସ୍ତ୍ର, ଶୃଙ୍ଗାର ସାମଗ୍ରୀ, ଚାଉଳ ଓ ମିଶ୍ରି ଆଦି ଜିନିଷ ଦାନ କରିପାରିବେ ।

୩. ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ଶୁକ୍ର ଗ୍ରହ ଦୁର୍ବଳ ହୋଇଥାନ୍ତି, ତାଙ୍କ ଜୀବନରେ ଧନ ଓ ମାନ ସମ୍ମାନର ଶୁଭ ଯୋଗ ସମାପ୍ତ ହୋଇଯାଇଥାଏ । ତେଣୁ ଉକ୍ତ ଲୋକ ୨୧ ବା ୩୧ ଶୁକ୍ରବାର ପର୍ଯ୍ୟନ୍ତ ଲଗାତାର ବ୍ରତ କରିବା ଦରକାର ।ଏହାଦ୍ୱାରା ଶୁକ୍ର ମଜବୁତ ହେବା ସହ ମା ଲକ୍ଷ୍ମୀଙ୍କ କୃପା ଯୋଗୁ ଜୀବନରେ ସୁଖ ସମୃଦ୍ଧିର ବୃଦ୍ଧି ପାଇଥାଏ ।

୪. ଯେଉଁ ଜାତକଙ୍କର ଶୁକ୍ର ଦୁର୍ବଳ ହୋଇଥାଏ, ସେମାନଙ୍କୁ ହୀରା ଧାରଣ କରିବାକୁ ଉପଦେଶ ଦିଆଯାଇଥାଏ । ଯଦି ହୀରା ପିନ୍ଧିବା ସମ୍ଭବ ନହୁଏ ତେବେ ଆପଣ ଜ୍ୟୋତିଷଙ୍କ ପରାମର୍ଶରେ ତୁରମଲୀ କୁରଂଗୀ ବା ଦତଲା ରତ୍ନ ଧାରଣ କରି ପାରିବେ ।

୫. ନିଜର ସ୍ୱଚ୍ଛତାର ଧ୍ୟାନ ରଖିବା ସହ ନିଜ ଆଖପାଖର ସଫା ସୁତର ପ୍ରତି ଧ୍ୟାନ ରଖିବା ଦ୍ୱାରା ଶୁକ୍ର ଗ୍ରହର ଶୁଭତା ବଢ଼ିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.