ରାତାରାତି ହୋଇଯିବେ ଧନୀ, ନାଗକେସର ମଞ୍ଜିରେ କରନ୍ତୁ ଏମିତି ଉପାୟ

ଧନୀ ହେବା ସହିତ ଦୁନିଆର ସବୁ ଖୁସି ପାଇବା ପାଇଁ ସମସ୍ତେ ଚାହାନ୍ତି। ଏଥିପାଇଁ କଠିନ ପରିଶ୍ରମ ମଧ୍ୟ କରନ୍ତି। ଏହା ପରେ ମଧ୍ୟ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିନଥାଏ। ଏପରି ସ୍ଥଳେ ଗ୍ରହ ନକ୍ଷତ୍ର ଦାୟୀ ରହିଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଏବଂ ଲାଲ କିତାବରେ ଧନ ପାଇବାର ଅତୁଟ ଉପାୟ ବିଷୟରେ କୁହାଯାଇଛି । ଏଥିମଧ୍ୟରୁ ନାଗକେସର ଉପାୟ ବହୁତ ପ୍ରଭାବୀ ହୋଇଥାଏ । ନାଗକେସର ଉପାୟ ଆର୍ଥିକ ସମସ୍ୟାରୁ ମୁକ୍ତି ଦେବ।
ଆପଣ ନାଗକେସର ଫୁଲ ନିଶ୍ଚିତ ଦେଖିଥିବେ। ଏହା ମନ୍ଦିର ଭଳି ସ୍ଥାନରେ ବେଶି ଦେଖିବାକୁ ମିଳିଥାଏ।ଏହି ଫୁଲ ଦେଖିବାକୁ ବିଭିନ୍ନ ରଙ୍ଗର। କିନ୍ତୁ ଏହାର ପାଖୁଡା ସାପର ଫଣା ଭଳି ହୋଇଥାଏ। ଯଦି ଘରେ ପ୍ରତିଦିନ ପାରିବାରିକ କଳହ ଲାଗିଥାଏ । ଏହାକୁ ଶେଷ କରିବା ପାଇଁ ନାଗକେସର ଫୁଲ ସହିତ କିଛି ଉପାୟ କରାଯାଇପାରିବ। ଦୀପାବଳି କିମ୍ବା ଅମାବାସ୍ୟା ଦିନ ନାଗକେସର ଫୁଲକୁ ଘରେ ଲୁଚାଇ ରଖନ୍ତୁ। ଫଳରେ ଆପଣଙ୍କୁ ଏହି ସମସ୍ୟାରୁ ଶୀଘ୍ର ଲାଭ ମିଳିବ।
ନାଗକେସରର ଉପାୟ :
ନାଗକେସରର ବ୍ୟବହାର ପୂଜାରେ ହୋଇଥାଏ। କିନ୍ତୁ ତନ୍ତ୍ର ମନ୍ତ୍ରରେ ନାଗକେସରର ମହତ୍ତ୍ୱ ରହିଛି। ଆର୍ଥିକ ସମସ୍ୟାରୁ ମୁକ୍ତି ପାଇଁ ପାଇଁ ନାଗକେସରର ମଞ୍ଜି ବେଶ୍ ଉପଯୋଗୀ ହୋଇଥାଏ।
ଆର୍ଥିକ ସଙ୍କଟରୁ ମୁକ୍ତି ପାଇବା ପାଇଁ ନାଗକେସର ମଞ୍ଜି ଏବଂ ୫ଟି କଏନ ନିଅନ୍ତୁ। ଶୁକ୍ରବାର ଦିନ ଶୁଭ ମୁହୂର୍ତ୍ତରେ ଏହାକୁ ପୂଜା କରନ୍ତୁ ଏବଂ ଲାଲ କପଡାରେ ବାନ୍ଧି ଆଲମାରୀରେ ଟଙ୍କା ପଇସା ଥିବା ସ୍ଥାନରେ ରଖନ୍ତୁ।
ଅନେକ ଚେଷ୍ଟା କରିବା ପରେ ମଧ୍ୟ ଧନ ହାନି କିମ୍ବା ଅଯଥାରେ ଧନ ଖର୍ଚ୍ଚ ହେଉଥିଲେ ଗୁରୁବାର ଦିନ ନାଗକେସର ମଞ୍ଜି, ହଳଦୀ, କଏନ, ତମ୍ବା ପାତ୍ର ଏବଂ ଅକ୍ଷତ ରଖି ଏକ ହଳଦିଆ କପଡାରେ ବାନ୍ଧି ଆଲମାରୀରେ ରଖିଦିଅନ୍ତୁ। ଧନ ହାନି ହେବ ନାହିଁ।

ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ପୂର୍ଣ୍ଣିମା ଦିନ ନାଗକେସର ମଞ୍ଜିରେ ଉପାୟ କରନ୍ତୁ। ଯଦି ସୋମବାର ଦିନ ପୂର୍ଣ୍ଣିମା ପଡୁଥାଏ, ତେବେ ଏମିତି ଉପାୟ କଲେ ଅଧିକ ଶୁଭ ଫଳ ମିଳିଥାଏ। ଏହିଦିନ ସକାଳେ ଗାଧୋଇବା ପରେ ଶିବଲିଙ୍ଗରେ ନାଗକେସର ମଞ୍ଜି ଥିବା ଫୁଲ ଶିବଲିଙ୍ଗରେ ଅର୍ପଣ କରନ୍ତୁ। ଆର୍ଥିକ ସ୍ଥିତି ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହେବ । ଧନ ଲାଭ ଯୋଗ ହେବ।
ମା’ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ନାଗକେସର ଫୁଲ ଲାଭଦାୟକ ହୋଇଥାଏ। ଯଦି ଆପଣ ଆର୍ଥିକ ସମସ୍ୟାରେ ବୁଡି ରହିଛନ୍ତି କିମ୍ବା କ୍ୟାରିୟର, ବ୍ୟବସାୟରେ ବାଧା ଆସୁଛି, ତେବେ ଦୀପାବଳି ଦିନ ନାଗକେସର ଫୁଲ ସହ ଜ୍ୟୋତିଷ ଉପାୟ କରିବାର ଭଲ ସୁଯୋଗ । ଏହି ଦିନ ନାଗକେସରର ଉପାୟ କରିବା ଦ୍ୱାରା ଆର୍ଥିକ ସମସ୍ୟା ଶେଷ ହୁଏ।