ଭାଗ୍ୟ ବୃଦ୍ଧି ପାଇଁ ବିରି ଡାଲିର ଏହି ଟିପ୍ସ ହୋଇଥାଏ ବହୁତ ଲାଭକାରୀ

ଗ୍ରହ ନକ୍ଷତ୍ରର ଦଶା ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଭାବିତ କରିଥାଏ । ଜ୍ୟୋତିଷ ଶାସ୍ତ୍ରରେ କେତେକ ଉପାୟ ଦିଆଯାଇଛି,ଯେଉଁଥିରେ ଗ୍ରହକୁ ଶାନ୍ତ ଓ ମଜବୁତ କରାଯାଇପାରେ । ଆପଣ ଜାଣିଥିବେ ବିରି ଡାଲି କେବଳ ଖାଦ୍ୟ ପାଇଁ ବ୍ୟବହାର କରାଯାଏ । ହେଲେ ବିରି ଡାଲି ଉପାୟ ଦ୍ୱାରା ଯେ ଆପଣ ନିଜର ଭାଗ୍ୟ ବଦଳାଇ ପାରିବେ, ଏକଥା ବୋଧହୁଏ ଜାଣି ନଥିବେ ।

ଧନ ଲାଭ ଓ ଭାଗ୍ୟକୁ ମଜବୁତ କରିବା ପାଇଁ ଏହି ଉପାୟ ବହୁତ ଲାଭକାରୀ ହୋଇଥାଏ । ଶନିବାର ଦିନ ବିରି ଡାଲି ଉପାୟ ବହୁତ ଲାଭକାରୀ ହୋଇଥାଏ । ଆସନ୍ତୁ ଜାଣିବା ବିରି ଡାଲି ସହିତ ଜଡିତ କିଛି ଖାସ୍‌ ଉପାୟ ।

ବିରି ଡାଲି ଉପାୟ

୧.  ଶନିବାର ଦିନ ସନ୍ଧ୍ୟାରେ ବିରି ଡାଲି ଦାନାରେ ଅଳ୍ପ ଦହି ଓ ସିନ୍ଦୁର ମିଶାଇ ଦିଅନ୍ତୁ । ଏହାକୁ ଲଗାତାର ଓସ୍ତ ଗଛ ମୂଳରେ ୨୧ ଦିନ ଯାଏ ଓସ୍ତ ଗଛ ମୂଳରେ ଦିଅନ୍ତୁ । ଫେରିବା ବେଳେ ପଛକୁ ଦେଖନ୍ତୁ ନାହିଁ । ଏହି ଉପାୟ ଆର୍ଥିକ ସମସ୍ୟା ଦୂର କରିଥାଏ ।

୨.  ଶନି ଦୋଷରେ ପୀଡିତ ଥିଲେ ବିରି ଡାଲିର ଏହି ଉପାୟ ବହୁତ ଲାଭକାରୀ ହୋଇଥାଏ । ଶନିବାର ଦିନ ଅଳ୍ପ ବିରି  ନିଜ ମୁଣ୍ଡ ଉପରେ ୩ ଥର ବୁଲାଇ ଆଣି କୁଆକୁ ଖାଇବାକୁ ଦିଅନ୍ତୁ ।

୩.  ଶନିବାର ପଲଙ୍ଗ ତଳେ ଏକ ପାତ୍ରରେ ଶୋରିଷ ତେଲ ରଖି ଦିଅନ୍ତୁ । ପର ଦିନ ଏହି ତେଲରେ ବିରି ଡାଲିରେ ଗୁଲଗୁଲା ତିଆରି କରି କୁକୁର ଓ ଗରୀବଙ୍କୁ ଖୁଆନ୍ତୁ । ଏମିତି କରିବା ଦ୍ୱାରା ଘରୁ ଅଭାବ ଦୂର ହୋଇଥାଏ ।

୪. କୌଣସି ନୂଆ ବ୍ୟବସାୟ ଆରମ୍ଭ କରୁଛନ୍ତି ବିରି ଡାଲିର ଏହି ଉପାୟ କରନ୍ତୁ । କୌଣସି ଲୁହା ବସ୍ତୁ ଆଣି ଏହାକୁ ନିଜ ଅଫିସରେ ରଖି ଦିଅନ୍ତୁ । ଯେଉଁଠି ଏହି ଲୁହାକୁ ରଖିବେ ସେଠାରେ ଏକ ସ୍ୱସ୍ତିକ ଚିହ୍ନ ଆଙ୍କନ୍ତୁ ଓ ତା ଉପରେ କିଛି ବିରି ଡାଲି ପକାନ୍ତୁ । ବ୍ୟବସାୟରେ ଲାଭ ମିଳିବ ।

Leave A Reply

Your email address will not be published.