ସଙ୍କଟରୁ ଦୂରେଇ ରହିବା ପାଇଁ ବ୍ୟବହାର କରନ୍ତୁ ଏହି ମଣି
![kk](https://knewsodisha.com/wp-content/uploads/2021/03/kk.jpg)
ରାମାୟଣ , ମହାଭାରତ ତଥା ଆମ ବେଦ-ପୁରାଣରେ ଅନେକ ଚମତ୍କାରୀ ମଣି ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ପୌରାଣିକ ତଥ୍ୟ ଅନୁଯାୟୀ ସାପର ମୁଣ୍ଡରେ ମଧ୍ୟ ମଣି ରହିଥାଏ। ପାତାଳ ଲୋକରୁ ଏହି ମଣି ସଂପର୍କରେ ସୂଚନା ମିଳିଥାଏ। ସର୍ପରାଜ ବାସୁକୀଙ୍କର ଏହି ମଣି ଉପରେ ଅଧିକାର ରହିଥାଏ। ଏହା ଏକପ୍ରକାର ଉଜ୍ୱଳମାନ ପଥର ଅଟେ।
ସାଧାରଣତଃ, ମଣି ବିଭିନ୍ନ ପ୍ରକାରର ର ହିଥାଏ। ସେଥିରୁ କିଛି ବର୍ତ୍ତମାନ ସମୟରେ ବିଲୁପ୍ତ ହୋଇଯାଇଛି ତ କେତେକ ଦୁର୍ଲଭ ଏବଂ ଅନ୍ୟ କିଛି ମଣିର ସନ୍ଧାନ ମିଳିଛି। ମଣି ମୁଖ୍ୟତଃ ୯ ପ୍ରକାରର ଥିବା କୁହାଯାଏ । ତାହା ହେଉଛି, ଘୃତ ମଣି,ତୈଳ ମଣି, ଭିଷ୍ମକ ମଣି, ଉପଳକ ମଣି , ସ୍ଫଟିକ ମଣି , ପାରସ ମଣି , ଓଲୁକ ମଣି , ଲାଜାବର୍ତ ମଣି, ମାସର ମଣି।
ଏହା ବ୍ୟତୀତ କୌସ୍ତୁଭ ମଣି ରହିଛି । ଯାହା ସଂପର୍କରେ ପୁରାଣରେ ବର୍ଣ୍ଣନା କରାଯାଇଛି । ଚାଲନ୍ତୁ ଜାଣିବା ସେ ସଂପର୍କରେ..
– କୌସ୍ତୁଭ ମଣିର ସୃଷ୍ଟି ସମୁଦ୍ର ମନ୍ଥନ ଦ୍ୱାରା ହୋଇଥିଲା। ପୁରାଣ ଅନୁଯାୟୀ ଏହି ମଣି ସମୁଦ୍ର ମନ୍ଥନ ସମୟରେ ୧୪ ମୁଲ୍ୟବାନ ରତ୍ନ ମଧ୍ୟରୁ ଏକ।
– ଏହି ମଣିକୁ ଭଗବାନ ବିଷ୍ଣୁ ଧାରଣ କରିଥାନ୍ତି। ଏହା ଉଜ୍ୱଳ ମଣି ଅଟେ।
– ଏହି ମଣି ଯେଉଁଠି ଥାଏ , ସେଠାରୁ ନକାରାତ୍ମକ ଶକ୍ତି ହ୍ରାସ ପାଏ।
– ବିଶ୍ୱାସ ରହିଛି ଯେ ଏହା ଏବେ ମଧ୍ୟ ସମୁଦ୍ରରେ ଗଭୀରରେ ରହିଛି।
– ଏହି ମଣି ସବୁ ପ୍ରକାରର ସମସ୍ୟାରୁ ରକ୍ଷା କରିଥାଏ।
ଏହା ଅତି ଚମତ୍କାର ମଣି । ଶାସ୍ତ୍ର ମତ ଅନୁଯାୟୀ ସବୁ ପ୍ରକାର ସମସ୍ୟାରୁ ତଥା ନକାରାତ୍ମକ ଶକ୍ତିରୁ ଏହା ଆପଣଙ୍କୁ ରକ୍ଷା କରିଥାଏ।