ଅନ୍ତରୀକ୍ଷରେ କଣ ଖାଆନ୍ତି, କେମିତି ରହନ୍ତି ମହାକାଶଚାରୀ, ଜାଣନ୍ତି କି ?

ମହାକାଶ ବା ସ୍ପେସ । ପୃଥିବୀରୁ ଏବେ ବଡ ସଂଖ୍ୟାରେ ଆଷ୍ଟ୍ରୋନଟ ଯାଆନ୍ତି ଏବଂ ସେମାନଙ୍କୁ ଅନ୍ତରୀକ୍ଷରେ କାଫି ମୁସ୍କିଲରେ ସମୟ ବିତାଇବାକୁ ପଡେ । ଅନ୍ତରୀକ୍ଷରେ ମାଇକ୍ରୋ ଗ୍ରାଭିଟି ଥିବାରୁ ଏଠି ରହିବା ଖାଇବା ପିଇବା ପୁରା ଅଲଗା ହୋଇଥାଏ । ମହାକାଶଚାରୀଙ୍କ ଖାଇବା ପିଇବା ପାଇଁ ବିଶେଷ ଭାବରେ ଖାଦ୍ୟପେୟ ନିଆଯାଇଥାଏ ତା ସହ ଟଏଲେଟ ପାଇଁ ମଧ୍ୟ ବିଶେଷ ଭାବରେ ବ୍ୟବସ୍ଥା ହୋଇଥାଏ । ପ୍ରାୟ ଲୋକଙ୍କ ମନରେ ମହାକାଶଚାରୀଙ୍କ ଯାତ୍ରା ଓ ଜୀବନଯାପନ ଉପରେ ଅନେକ ପ୍ରଶ୍ନ ରହିଥାଏ । ଏହାରି ଭିତରେ ଜାଣିବା କି ମହାକାଶଚାରୀ ଅନ୍ତରୀକ୍ଷରେ କଣ ଖାଇଥାନ୍ତି , ସେମାନଙ୍କ ଖାଦ୍ୟ କୋଉପ୍ରକାରର ହୋଇଥାଏ । ତାଛଡା ଖାଲି ସମୟ କିଭଳି ଭାବରେ ବିତାଇଥାନ୍ତି । ଜାଣିବା ଏହା ସମ୍ପର୍କରେ ବିଶେଷ କଥା ।

ପ୍ରଥମେ ପ୍ରଥମେ ଅନ୍ତରୀକ୍ଷରେ ମହାକାଶଚାରୀଙ୍କ ଖାଇବା ପାଇଁ ସମସ୍ୟା ହେଉଥିଲା । ଏଥିପାଇଁ ସେମାନଙ୍କୁ ପାଣି ଇଂଜେକ୍ସନ ଏକ ବିଶେଷ କଣ୍ଟେନରରେ ଦିଆଯାଏ । ଏହା ଛଡା କିଛି ଖାଦ୍ୟ ଏମିତି ହୋଇଥାଏ ଯାହା ପ୍ରାକୃତିକ ରୂପରେ ଖିଆଯାଇଥାଏ ଯେଉଁଥିରେ ନଟସ ସାମିଲ ଥାଏ । ଖାଦ୍ୟକୁ ବିଶେଷ ଭାବରେ ପ୍ୟାକ କରି ନେଇଥାନ୍ତି । ପାନୀୟ ପଦାର୍ଥ ପାଇଁ ପାଉଡରର ବ୍ୟବହାର ବେଶୀ ହୋଇଥାଏ । ଯଦିଓ କୁହାଯାଏ ଯେ ଅନ୍ତରୀକ୍ଷରେ ଖାଦ୍ୟ ଓଜନ କରି ଖିଆଯାଏ ଏବଂ ସିମୀତ ମାତ୍ର ହିଁ ଖାଇବାର ସୂଚନା ରହିଥାଏ ।

ଏବେ ଏବେ ନାସା ବାହାର ଅନ୍ତରୀକ୍ଷରେ ୪ମାସ ପାଇଁ ଏକ ନିଆରା ଚିଲି ପ୍ଲାଣ୍ଟକୁ କ୍ୟୁରେଟ କରି ସେଥିରେ ଚିଲି ବଢାଇଲା ଓ ଏହି ଲଙ୍କା ବହୁତ ବଡ ମଧ୍ୟ ହୋଇଯାଇଥିଲା ଏବଂ ମହାକାଶଚାରୀ ମାନେ ୟାକୁ ଖାଇଥିଲେ । ଯେଉଁଥିପାଇଁ ସେମାନେ ସେଠାରେ ଏକ ଥାଳି ବନାଇଥିଲେ । ଏଥିପାଇଁ କୁହାଯାଇପାରିବ କି ମହାକାଶଚାରୀଙ୍କ ପାଇଁ ନୂଆ କୌଶଳ ଅନେକ କିଛ ିସମସ୍ୟା ସମାଧାନ କରିପାରୁଥିବାରୁ ସେମାନଙ୍କ ଜୀବନ ପୂର୍ବ ଅପେକ୍ଷା ସହଜ ହୋଇପାରିଛି । ତାଛଡା ଖାଦ୍ୟ ପାଇଁ ମଧ୍ୟ ଅନେକ କିଛି ବିକଳ୍ପ ବାହାରିଲାଣି ।

ଗୋଟେ ସାଧାରଣ ମଣିଷକୁ ଲାଗେ କି ଅନ୍ତରୀକ୍ଷରେ ଜିନିଷର ଡେଲିଭରି ହେଉନଥିବ । କିନ୍ତୁ ଏହା ନୁହେଁ । ଅନ୍ତରୀକ୍ଷ ଯାତ୍ରୀଙ୍କ ସମ୍ପର୍କୀୟ ସେମାନଙ୍କ ପାଇଁ ଅନେକ କିଛି ଜିନିଷ ପଠାଇପାରିବେ । ଯେମିତିକି ମିଠେଇ, ବହି, ପତ୍ରିକା, ଫଟ ଏବଂ ଚିଠି । ଏସବୁକୁ କାର୍ଗୋ ପ୍ୟାକେଜ ଦ୍ୱାରା ପୃଥିବୀରୁ ସ୍ପେସ ଷ୍ଟେସନକୁ ପଠାଯାଏ । ଏହିଭଳି ସେମାନଙ୍କ ପର୍ଯ୍ୟନ୍ତ ଜିନିଷ ପହଞ୍ଚିଥାଏ । ସ୍ପେସ ଷ୍ଟେସନରେ ମହାକାଶଚାରୀଙ୍କ ପାଇଁ ଅଲଗା ଭାବରେ ଦୁଇଟି ଲାଇବ୍ରେରୀ ମଧ୍ୟ ରହିଛି । ମିଶନ କଣ୍ଟ୍ରୋଲ ସେଣ୍ଟର ସାଥିଙ୍କ ସହ ପରିବାର ଓ ସମ୍ପର୍କୀୟଙ୍କ ସହ ମଧ୍ୟ କଥା ହୋଇପାରନ୍ତି । ଇମେଲ, ହାମ ରେଡିଓ ଓ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବି କନେକ୍ଟ ହୋଇପାରନ୍ତି ।

ମହାକାଶଚାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ରକାରର ଶୌଚାଳୟ ତିଆରି କରାଯାଏ । ଯାହା ସାଧାରଣ ଶୌଚାଳୟ ପରି ଦେଖାଯାଏ । ଏହି ଶୌଚାଳୟଟି ସମ୍ପୂର୍ଣ୍ଣ ଭାବରେ ହ୍ୟାଣ୍ଡହେଲ୍ଡ ଏବଂ ପାଦଦେଶରେ ଅଟେ । ଯାହା ଦ୍ୱାରା ସେମାନେ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହେବେ ନାହିଁ । ଯେଉଁଥିରେ ସେମାନେ ଠିଆ ହୋଇପାରିବେ । ମହାକାଶଚାରୀ ମାନେ ଶୌଚାଳୟ ଢାଙ୍କୁଣୀ ଉଠାଇ ସିଟରେ ବସିଥାନ୍ତି । ଯେପରି ସାଧାରଣ ଶୌଚାଳୟ ବ୍ୟବହାର କରାଯାଇଥାଏ କିନ୍ତୁ ଏହା ଏକ ଶୂନ୍ୟ ଶୌଚାଳୟ ଯାହା ଆବର୍ଜନାକୁ ବାୟୁ ମାଧ୍ୟମରେ ଏକ ଟ୍ୟାଙ୍କ ଭିତରକୁ ନେଇଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.