୭୬ ବର୍ଷରେ ହେଲା ପ୍ରେମ ୭୧ ବର୍ଷୀୟ ଗାର୍ଲଫ୍ରେଣ୍ଡକୁ କଲେ ପ୍ରପୋଜ, ଆଉ ତାପରେ..

ପ୍ରେମ ଏମିତି ଏକ ଅକ୍ଷର ଯାହା ଅନ୍ଧ ଏବଂ ଶାଶ୍ୱତ । ପ୍ରେମରେ ନା ଅଛି ବୟସ ନା ଅଛି ଜାତି ଧର୍ମ । ପ୍ରେମ ତ ଏକ ପବିତ୍ର ଅନୁଭବ। କିନ୍ତୁ ଅନ୍ୟ ପକ୍ଷରେ ପ୍ରେମ ଏକ ନିଶା । ଜୀବନରେ ଥରେ ଯଦି ପ୍ରେମ ହୁଏ ତା ହେଲେ ଏଥିରୁ ମୁକୁଳିବା ବହୁତ କଷ୍ଟକର। ଆଉ ପ୍ରେମକୁ ନେଇ କେହି କେବେ ପ୍ରକୃତ ସଜ୍ଞା ପାଖରେ ପହଞ୍ଚି ପାରିନି। ତେବେ ନିକଟରେ ୟୁଏସରେ ଏକ ଏପରି ମାମଲା ଦେଖିବାକୁ ମିଳିଛି ଯାହା ବିଷୟରେ ଜାଣିବା ପରେ ଆପଣ ବି କହିବେ ପ୍ରକୃତରେ ପ୍ରେମ ସତ । ଏଠାରେ ଜଣେ ୭୬ ବର୍ଷୀୟ ବୃଦ୍ଧ ତାଙ୍କର ୭୧ ବର୍ଷୀୟା ଗାର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ କରିଛନ୍ତି ।

ସୂଚନା ଅନୁଯାୟୀ ୭୧ ବର୍ଷୀୟା ଗ୍ଲୋରିୟା ଜଣେ ବିଧବା କିନ୍ତୁ ୭୬ ବର୍ଷୀୟ ଜେଫ୍ରି ବିବାହ କରିନାହାନ୍ତି । ଦୁଇଜଣଙ୍କ ସାକ୍ଷାତ ଗୋଟିଏ କେୟାର ସେଣ୍ଟରରେ ହୋଇଥିଲା ଯେଉଁଠି ଦୁଇଜଣଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲା । ଏହାପରେ ତିନି ବର୍ଷ ପର‌୍ୟ୍ୟନ୍ତ ସେମାନେ ଡେଟ କରିଥିଲେ । ଶେଷରେ ଜେଫ୍ରି ଗ୍ଲୋରିୟାଙ୍କୁ ବିବାହ ପ୍ରସ୍ତାବ ଦେବାକୁ ଭାବିଥିଲେ ଏବଂ ଅଚାନକ ଗ୍ଲୋରିୟାଙ୍କ ଦେହ ଖରାପ ହୋଇଯାଇଥିଲା ଓ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ସମୟରେ ଜେଫ୍ରି ଭାବିନେଥିଲେ ଯେ ଯେମିତି ହେଲେ ବି ସେ ଗ୍ଲୋରିୟାଙ୍କୁ ପ୍ରପୋଜ କରିକି ହିଁ ରହିବେ । ସେହି ସମୟରେ ସେ ବାରମ୍ବାର କହୁଥିଲେ ଯେ “ମୁଁ ତାଙ୍କୁ ବହୁତ ମିସ କରୁଛି” ।


କେୟାର ସେଣ୍ଟର ସାହାଯ୍ୟରେ ଜେଫ୍ରି ଏବଂ ଗ୍ଲୋରିୟା ଏକ ହୋଇ ପାରିଥିଲେ । ଶେଷରେ ସେଠାରେ ଅନେକ ଆୟୋଜନ କରାଯାଇ ଜେଫ୍ରି ଏବଂ ଗ୍ଲୋରିୟାଙ୍କର ଏନଗେଜମେଣ୍ଟ କରାଯାଇଥିଲା । ସେଥିପାଇଁ ତ କୁହାଯାଏ ପ୍ରେମରେ କେବେବି ବିଳମ୍ବ କରିବା କଥା ନୁହେଁ । ଯଦି ଆପଣ ବି ଏବେ ପର‌୍ୟ୍ୟନ୍ତ ପ୍ରପୋଜ କରିନାହାନ୍ତି ତାହେଲେ ଜଲଦି କରିଦିଅନ୍ତୁ ।

Leave A Reply

Your email address will not be published.