ଏମିତି ଏକ ମନ୍ଦିର ଯେଉଁଠାରେ ଲୋକମାନେ ପୂଜୁଛନ୍ତି ବାଜପେୟୀଙ୍କୁ

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବେ ଦୁନିଆରେ ନାହାଁନ୍ତି ସତ, କିନ୍ତୁ ଲୋକମାନଙ୍କ ହୃଦୟରେ ସର୍ବଦା ବଂଚିଥିବେ । ଲୋକମାନେ ତାଙ୍କୁ ଏମିତି ଭଲପାଉଥିଲେ ଯେ, ମଧ୍ୟପ୍ରଦେଶର ଗୱାଲିୟର ଠାରେ ତାଙ୍କର ଏକ ମନ୍ଦିର ନିର୍ମାଣ କରାଇଛିନ୍ତି । ଏହି ମନ୍ଦିରରେ ପ୍ରତ୍ୟେକ ଦିନ ଭକ୍ତଙ୍କର ଭିଢ ରହିଥାଏ ଏବଂ ଭଜନ ଆରତୀ ସହିତ ପୂଜାପାଠ ମଧ୍ୟ ଚାଲିଥାଏ । ଏହି ମନ୍ଦରରେ ପୂଜା କରିବା ପାଇଁ ପୂଜାରୀ ମଧ୍ୟ ନିଯୁକ୍ତ କରାଯାଇଛି । ଗବାଲିୟରର ଲୋକମାନେ ବାଜପେୟୀଙ୍କର କବିତାରେ ଏପରି ପ୍ରକାରରେ ପ୍ରଭାବିତ ହୋଇଛନ୍ତି ଯେ ଏହି ମନ୍ଦିରରେ ତାଙ୍କ କବିତାକୁ ଜପ କରିଥାନ୍ତି । ସତକଥା, ବର୍ତ୍ତମାନ ଏହି ମନ୍ଦିରରେ ବାଜପେୟୀଙ୍କର ପ୍ରତିମା ରଖାଯାଇ ନାହିଁ କେବଳ ତାଙ୍କ ଫୋଟ ଲଗାଯାଇ ପୂଜା କରାଯାଏ ।
୨୦୦୫ ମସିହାରେ ସତ୍ୟନାରାୟଣଙ୍କର ଟେକାରି ଉପରେ ବାଜେପେୟୀଙ୍କ ନାମରେ ଏକ ଛୋଟ ମନ୍ଦିରର ନିର୍ମାଣ କରାଯାଇଥିଲା । ଯେଉଁଠାରେ ବାଜପାୟୀ ସ୍କୁଲରୁ ଫେରିବା ପରେ ନିଜର ଖାଳି ସମୟକୁ ବିତାଇବା ପାଇଁ ଆସୁଥିଲେ । ଏହି ମନ୍ଦିରର ନିର୍ମାଣ ବିଜୟ ସିଂହ ଚୋହାନ ଏବଂ ବାଜପେୟୀଙ୍କ ସମର୍ଥକମାନେ କରିଥିଲେ ।
ବିଜୟ ସିଂହ ଚୋହାନ ପୁରୁଣା ଦିନକୁ ମନେପକାଇ କହିଛନ୍ତିକି’ ପ୍ରଥମେ ବାଜପେୟୀ ଏହି ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତ ନଥିଲେ ଯେତେବେଳେ ସେ ଜାଣିଲେ ହିନ୍ଦୀ ଭାଷାକୁ ଗୁରୁତ୍ବ ଦେବା ପାଇଁ ଏହା ନିର୍ମାଣ କରାଯିବ ସେବେ ସେ ରାଜି ହୋଇଥିଲେ । କିନ୍ତୁ କହିଥିଲେ ଏହି ମନ୍ଦିର ନିର୍ମାଣରେ ବହୁତ କମ୍ ଟଙ୍କା ଖର୍ଚ୍ଚ କରିବା ପାଇଁ ଏବଂ ତାଙ୍କର ମୂର୍ତ୍ତୀ ପୂଜା ନକରିବା ପାଇଁ । ତେଣୁ କୌଣସି ମୂର୍ତ୍ତୀ ସ୍ଥାପନା ନକରି ସେଠାରେ ବାଜପେୟୀଙ୍କର ଫୋଟ ପୂଜା କରାଯାଉଥିଲା ।
ସେ କହିଛନ୍ତି ବାଜପେୟୀଙ୍କର ପଢାଲେଖା ଗୱାଲିୟରରେ ହୋଇଥିଲା ଓ ସେ ପୁରାଦୁନିରେ ନାଁ ରଖିଥିଲେ । ସଂୟୁକ୍ତ ରାଷ୍ଟ୍ର ସଂଘରେ ଯେଉଁ ଭାଷଣ ଦେଇଥିଲେ ତାହାକୁ ସାରା ଦୁନିଆ ଶୁଣିଥିଲା । ବିଜୟ ସଂହ କହିଛନ୍ତିକି’ ହିନ୍ଦୀ ସାହିତ୍ୟରେ ତାଙ୍କର ଯୋଗଦାନ ଅତୁଳନୀୟ ଏବଂ ଏଥିପାଇଁ ତାଙ୍କ ନାମରେ ଏହି ମନ୍ଦିର ନିର୍ମାଣ କରାଯାଇଛି ।
ସୂଚନା ଅନୁଯାଇ, ଅଟଳଙ୍କର ଏକ ପ୍ରତିମା ଲାଲ୍ ପଥରରେ ତିଆରି କରାଯାଉଛି ଯାହାକୁ ଆଗାମି ୩ମାସ ମଧ୍ୟରେ ମନ୍ଦିରରେ ସ୍ଥାପନା କରାଯିବ । ଏଠାରେ ତାଙ୍କ ନାଁର ଅଟଳ ସମ୍ମାନ ମଧ୍ୟ ଦିଆଯାଉଛି । ଆଜି ଯାଏ ପ୍ରାୟ ୭୦୦ଲୋକଙ୍କୁ ଅଟଳ ସମ୍ମାନରେ ସମ୍ମାନିତ କରାଯାଇଛି ।
ଗୱାଲିୟର ଜଣେ ପ୍ରଖ୍ୟାତ କବି ରଶିମ୍ ସାଫତ୍ କହିଛନ୍ତି, ମନ୍ଦିରକୁ ଆମେ ପ୍ରତ୍ୟେକ ଦିନ ଯାଉଛୁ ଏବଂ ତାଙ୍କୁ ପୂଜା କରିବା ସହିତ ତାଙ୍କ କବିତାକୁ ଜପ ମଧ୍ୟ କରୁଛୁ । ହିନ୍ଦୀପ୍ରେମୀ ଏବଂ କବିମାନଙ୍କ ପାଇଁ ଏହି ମନ୍ଦିରଟି ସବୁଠାରୁ ଶାନ୍ତିର ସ୍ଥାନ । ଏଠାକୁ ସେମାନେ ଆସି ତାଙ୍କ କବିତାର ରଚନା କରିଥାନ୍ତି । ଆମେ ମାନେ ଚାହୁଁଛୁକି’ ବାଜପେୟୀଙ୍କର ସମ୍ମାନ ପାଇଁ ସରକାର ତାଙ୍କର ଏକ ସ୍ମାରକୀ ନିର୍ମାଣ କରନ୍ତୁ ।