ଏହି ମୁସଲିମ୍‌ ଦେଶରେ ଜଳୁଛି ମା’ ଦୁର୍ଗାଙ୍କ ଅଖଣ୍ଡ ଜ୍ୟୋତି, ଜାଣନ୍ତୁ ଟେମ୍ପଲ ଅଫ୍‌ ଫାୟାରର ଇତିହାସ

ପାକିସ୍ତାନରେ ପୂଜା ପାଉଛନ୍ତି ହିନ୍ଦୁ ଦେବୀ। ଆମେ ସମସ୍ତେ ଜାଣନ୍ତି, ପାକିସ୍ତାନ ଏକ ମୁସଲିମ୍‌ ଦେଶ। ଏଠାରେ ହିନ୍ଦୁ ଲୋକ ଓ ମନ୍ଦିର ଉପରେ ପ୍ରାୟତଃ ଅତ୍ୟାଚାର ହୋଇଥାଏ। ଏହି ମୁସଲିମ୍‌ ଦେଶରେ ହିନ୍ଦୁମାନଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଏ। ମାତ୍ର ପାକିସ୍ତାନର ଅତେଶଗହର ସୁରାଖାନୀରେ ମା’ ଦୁର୍ଗାଙ୍କର ଏକ ଏଭଳି ମନ୍ଦିର ରହିଛି, ଯେଉଁଠାରେ ଅନେକ ବର୍ଷ ହେଲା ଅଖଣ୍ଡ ଦୀପ ଜଳୁଛି।

ଏବେ ଏହି ପବିତ୍ର ସ୍ଥାନକୁ ଲୋକମାନେ ଯା’ଆସ କରନ୍ତିନି କି ଭିଡ଼ ବି ହେଉନି। ମାତ୍ର ମା’ଙ୍କ ନାଁରେ ଜଳୁଥିବା ଦୀପ ଏବେ ବି ଜଳିଚାଲିଛି। ଏହି ମନ୍ଦିରକୁ ଟେମ୍ପଲ ଅଫ୍‌ ଫାୟାର ମଧ୍ୟ କୁହାଯାଏ। ଏହି କାରଣରୁ ଦୀର୍ଘ ବର୍ଷ ଧରି ଏହି ଦୀପ ଜଳୁଛି। ହିନ୍ଦୁଧର୍ମରେ ଅଗ୍ନିକୁ ପବିତ୍ର ବୋଲି କୁହାଯାଏ। ଏଣୁ ଏହି ପୀଠରେ ଜଳୁଥିବା ଜ୍ୟୋତିକୁ ସାକ୍ଷାତ ଭଗବତୀଙ୍କ ରୂପ ବୋଲି ବିବେଚନା କରାଯାଏ। ଏଠାରେ ଏକ ପୁରାତନ ତ୍ରିଶୁଳ ମଧ୍ୟ ରହିଛି। ମନ୍ଦିରର କାନ୍ଥରେ ଗୁରୁମୁଖୀରେ କଳାକୃତି ଅଙ୍କାଯାଇଛି।

Ateshgah

ଟେମ୍ପଲ ଅଫ୍‌ ଫାୟାର ମନ୍ଦିରରେ ପ୍ରାଚୀନ ବାସ୍ତୁକଳା ବ୍ୟବହାର କରାଯାଇଛି। କୁହାଯାଏ ଯେ, ବହୁ ବର୍ଷ ପୂର୍ବେ ଭାରତୀୟ ସାଧବ ପୁଅମାନେ ଏହି ରାସ୍ତା ଦେଇ ବଣିଜ କରିବାକୁ ଯାଉଥିଲେ। ସେମାନେ ହିଁ ଏଠାରେ ଏହି ମନ୍ଦିର ନିର୍ମାଣ କରିଛନ୍ତି। ଐତିହାସିକଙ୍କ ମୁତାବକ, ଏହି ମନ୍ଦିରକୁ ହରିୟାଣାର ମାଦଜା ଗାଁର ବୁଦ୍ଧଦେବ ନାମକ ଜଣେ ବ୍ୟକ୍ତି ନିର୍ମାଣ କରିଥିଲେ। ଏଠାରେ ଥିବା ଆଉ ଏକ ଶିଳାଲେଖ ମୁତାବକ, ଉତ୍ତମଚନ୍ଦ୍ର ଓ ଶୋଭରାଜ ମଧ୍ୟ ମନ୍ଦିର ନିର୍ମାଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.