ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ଥାନାରେ ପହଞ୍ଚି ନ୍ୟାୟ ଦାବି କଲେ ମହିଳା

ଚାନ୍ଦବାଲି: ଘରେ ନଥିଲେ ଶାଶୂ କି ସ୍ବାମୀ । କୁନି ପୁଅ ସହ ରହୁଥିଲେ ମହିଳା ଜଣକ । ଏହି ସମୟରେ କୁକୁଡ଼ା ମପେଇବା ପାଇଁ ପହଞ୍ଚିଥିଲେ ଜଣେ ବ୍ୟକ୍ତି । ମହିଳା ମଧ୍ୟ କୁକୁଡ଼ା ମପେଇଥିଲେ । ଭାତ ଉତୁରି ପଡ଼ିବାରୁ ଘର ଭିତରକୁ ପଳାଇ ଯାଇଥିଲେ । ସେହି ସମୟରେ ମହିଳାଙ୍କୁ ଏକାକୀ ପାଇ ଭର ଭିତରକୁ ପଶିଯାଇ ମହିଳାଙ୍କ ହାତକୁ ଜାବୁଡ଼ି ଧରିଥିଲେ ଆଉ କହିଥିଲେ ମୁଁ ଯେବେ ଆସିବି ମୋ କଥା ଟିକେ ବୁଝିବ । ଏତିକି କଥାରେ ମହିଳା ଜଣକ ତାଙ୍କ ହାତକୁ ଛାଟି ଦେଇ ଘର ବାହାରକୁ ପଳାଇ ଆସିଥିଲେ ଆଉ କହିଥିଲେ କଣ ତୋ କଥା ବୁଝିବି ।
ଏଠୁ ତୁରନ୍ତ ପଳାଇ ଯା…ମହିଳାଙ୍କ ଠାରୁ ଏପରି ଶୁଣି ପଳାଇ ଯାଇଥିଲେ ବ୍ୟକ୍ତି ଜଣକ । ଆଉ କଲ କରି କହିଥିଲେ ତମେ ଦେବା ଦେବି କରୁଛ ମୋତେ ଦେଉନ। ଏଭଳି ଲଜ୍ଜାଜନକ ଅଭିଯୋଗ ଭଦ୍ରକ ଜିଲ୍ଲା ବାଂଶଡା ଥାନା ଅଞ୍ଚଳରୁ ଆସିଛି । ଘରେ କେହି ନଥିବାର ସୁଯୋଗ ନେଇ କୁକୁଡ଼ା କିଣିବା ବାହାନାରେ ମହିଳାଙ୍କ ଘରକୁ ଯାଇ ତାଙ୍କୁ ଟଣା ଘୋଷଡା କରିବା ସହିତ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ମହିଳା। ଏବେ ସ୍ବାମୀ ଘରକୁ ଆସିବା ପରେ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି ।
ଅଭିଯୋଗ ମୁତାବକ, ମହିଳା ଜଣକ କୁନି ପୁଅ ସହ ଘରେ ଏକା ଥିବା ବେଳେ ସେହି ଗାଁ ର ହୃଷିକେଶ ମାଝି (ଗୁନିଆ ) କୁକୁଡ଼ା କିଣିବା ବାହାନାରେ ତାଙ୍କ ଘରକୁ ଯାଇଥିଲା । ମନ୍ଦ ଉଦ୍ଦେଶ୍ୟ ରଖି ଘର ଭିତରକୁ ଯାଇ ମହିଳାଙ୍କୁ ଟଣା ଓଟେରା କରିଥିଲେ । ତେବେ ମହିଳା ଜଣଙ୍କ ପାଟି କରିବାରୁ ହୃଷିକେଶ ସେଠାରୁ ଦୌଡ଼ି ପଳାଇଥିଲେ। ମହିଳା ଜଣଙ୍କ ବାଂଶଡା ଥାନାରେ ଏକ ଲିଖିତ ଅଭିଯୋଗ କରିବା ସହ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ।
ତେବେ ଏ ବାବଦରେ ପୋଲିସର ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଅଭିଯୁକ୍ତ ହୃଷିକେଶ ମାଝୀ କହିଛନ୍ତି ମୋତେ ମିଛରେ ବଦନାମ କରାଯାଉଛି। ମୁଁ ସେମିତି କିଛି କରିନି । କିନ୍ତୁ ସେପଟେ ମହିଳା ଜଣକ କହିଛନ୍ତି କେସ୍ ଉଠାଇ ନେବା ପାଇଁ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦିଆଯାଉଛି । ଯଦି କେସ୍ ନଉଠାଇବେ ତେବେ ତାଙ୍କ ଜୀବନ ପ୍ରତି ବିପଦ ରହିଛି ।
Also Read:ଡମ୍ପର ଧକ୍କା ହୋଇ ରୋଲର ମେସିନ ତଳେ ଚାପି ହୋଇ ଚାଲିଗଲା ୩ ଜୀବନ, କ୍ଷତିପୂରଣ ମିଳିବା ପରେ ହଟିଲା ରାସ୍ତାରୋକ