ପଶୁ ଭଳି ବ୍ୟବହାର କରୁଛନ୍ତି ଏଠିକା ସ୍କୁଲ ପଢୁଆ ଛାତ୍ରଛାତ୍ରୀ, ଜାଣନ୍ତୁ କାହିଁକି

ଦୁନିଆରେ ଅଜବ ଗଜବ ଘଟଣା ଦେଖାଯିବା କିଛି ନୂଆ ନୁହେଁ । ଏମିତି ହିଁ ଏକ ଦୃଶ୍ୟ ଅଷ୍ଟ୍ରେଲିଆରେ ଦେଖାଦେଇଛି । ଅଷ୍ଟ୍ରେଲିଆର ଏକ ଏଲିଟ ପ୍ରାଇଭେଟ ଗାର୍ଲସ ସ୍କୁଲରେ କିଛି ଛାତ୍ର ୨ ହାତ ଆଉ ୨ ଗୋଡ ବ୍ୟବହାର କରି ଚାଲୁଛନ୍ତି । ଏମିତିକି ସେମାନଙ୍କ ୟୁନିଫର୍ମରେ ଲାଞ୍ଜ ପାଇଁ ଏକ କଣା ବି କରାଯାଇଛି । ପିଲାମାନେ ନିଜକୁ ବିଲେଇ ଓ ବିଲୁଆ କହି ମଧ୍ୟ ପରିଚୟ ଦେଉଛନ୍ତି । ସ୍କୁଲରେ ଛାତ୍ରମାନଙ୍କ ଏହି ବ୍ୟବହାରକୁ ନେଇ ସେମାନଙ୍କ ଅଭିଵାବକ ମାନଙ୍କର ବି ଚିନ୍ତା ବଢିଯାଇଛି ।

ଏକ ଖବର କାଗଜ ସଂସ୍ଥା ପକ୍ଷରୁ ମିଳିଥିବା ରିପୋର୍ଟ ମୁତାବକ, ଏହି ଘଟଣାଟି ଅଷ୍ଟ୍ରେଲିଆର ବ୍ରିସବେନ ଗାର୍ଲସ ସ୍କୁଲରେ ଘଟିଛି । ଏହି ସ୍କୁଲରେ ୭ମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅଛି । ଏଠିକା ପିଲାଙ୍କ ଅନୁଯାୟୀ ସେମାନେ ହେଉଛନ୍ତି ଜଣେ ଜଣେ ପଶୁ । ଯେବେକି ସେମାନଙ୍କ ସାଥିମାନେ ବି ନିଜ ନିଜକୁ ବିଭିନ୍ନ ପ୍ରକାର ପଶୁ ନାଁରେ ପରିଚୟ ଦେଉଛନ୍ତି । ପୁଅ ତ ପୁଅ ଏଠି ଝିଅମାନେ ବି ଦୁଇ ହାତ ଓ ଦୁଇ ଗୋଡ଼ରେ ଚାଲୁଥିବା ନଜର ଆସିଛନ୍ତି । ଆଉ ପିଲାମାନଙ୍କର ଏପରି ବ୍ୟବହାରରେ ସେମାନଙ୍କ ପିତାମାତା ମାନେ ବି ଅତିଷ୍ଠ ହୋଇଗଲେଣି । ଏବାବଦରେ ଜଣେ ଅଭିଵାବକ କହିଛନ୍ତିକି ପିଲାମାନେ ଡେସ୍କ ଉପରେ ବସିଥିବାବେଳେ ପରସ୍ପର ଉପରେ ଖୁବ ଜୋରରେ ଚିଲାଉଥିବା ଅନେକ ଥର ଦେଖାଗଲାଣି । ଏମିତିକି ଲାଞ୍ଜ ଉପରେ ବସି ପଡିଥିବା ନେଇ ଆରୋପ ଲଗାଈ ଝଗଡା ଲାଗିଯାଉଛନ୍ତି । ପିଲା ମାନଙ୍କର ଏମିତି ଅଜବ ବ୍ୟବହାରକୁ ନେଇ ସେମାନଙ୍କ ମା’ ବାପା ମାନେ ବି ଚିନ୍ତାରେ ପଡିଗଲେଣି । ଅନ୍ୟ ପକ୍ଷରେ ଗାର୍ଲସ ଗ୍ଲାମର ସ୍କୁଲର ପ୍ରବକ୍ତା ଏହି ସବୁ ଆରୋପକୁ ଟାଳି ଦେଇଛନ୍ତି ।

ବ୍ରିସବେନର ମନୋଚିକିତ୍ସକ ଯ୍ୟୁଡିଥ ଲୋକେଙ୍କ କହିବା ଅନୁଯାୟୀ ଏମିତି ଅଜବ ଟ୍ରେଣ୍ଡ ବାବଦରେ ଶୁଣି ବି ତାଙ୍କୁ କୋୖଣସି ଆଶ୍ଚର୍ଯ୍ୟ ହୋଇନଥିଲା । ସେ ଏହା ମଧ୍ୟ କହିଛନ୍ତିକି କିଛି ଦିନ ତଳେ ହିଁ ପିଲାମାନେ ନିଜକୁ ପଶୁ ଭାବରେ ପରିଚୟ ଦେବା ଆରମ୍ଭ କରିଥିଲେ । ଆଉ ଚାହୁଁ ଚାହୁଁ ଏହି ଟ୍ରେଣ୍ଡ ଚାରି ଆଡକୁ ବ୍ୟାପିଗଲା । ଆଉ ଧୀରେ ଧୀରେ ପିଲାମାନେ ଏହି ଟ୍ରେଣ୍ଡରେ ପଡିଗଲେ । ଆଉ ଧୀରେ ଧୀରେ ଏହି ଟ୍ରେଣ୍ଡ ଚାରି ଆଡକୁ ବ୍ୟପିଗଲା । ଡଃ ଲୋକେଙ୍କ କହିବା ଅନୁଯାୟୀ ଜଣେ ଛାତ୍ରର ବ୍ୟବହାର ପ୍ରଭାବ ସିଧାସଳଖ ତାଙ୍କ ସ୍ୱାସ୍ଥ୍ୟ ଉପରେ ପଡୁଛି । ଆଉ ଏହା ଦ୍ୱାରା ବାରମ୍ବାର କ୍ଲାସରୁମ ଶିକ୍ଷା ବାଧାପ୍ରାପ୍ତ ହେଉଥିବା ମଧ୍ୟ ଲକ୍ଷ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.