ଅଟୋ ଚାଳକଙ୍କ ଝିଅ କଲେ କମାଲ୍: ବିହାର ବୋର୍ଡ ପରୀକ୍ଷାରେ ହେଲେ ଟପ୍ପର

ପ୍ରତିଭା ଯେ କେବଳ ଧନୀ ଘରେ ଜନ୍ମ ହୁଅନ୍ତି ତାହା ନୁହେଁ । ଜଣେ ଅଟୋ ଚାଳକଙ୍କ ଝିଅ ବାଣିଜ୍ୟ ବିଭାଗରେ ଟପ୍ପର ହୋଇଛନ୍ତି। ବିହାର ସ୍କୁଲ ପରୀକ୍ଷା ବୋର୍ଡ ଦ୍ୱାଦଶ ଶ୍ରେଣୀ ଅର୍ଥାତ୍ ଇଣ୍ଟର ବୋର୍ଡ ପରୀକ୍ଷାର ପ୍ରକାଶ କରିଛି ଫଳାଫଳ। ପ୍ରକାଶିତ ଫଳାଫଳ ଅନୁଯାୟୀ, ସୁରସଣ୍ଡର ଜଣେ ଅଟୋ ଡ୍ରାଇଭରଙ୍କ ଝିଅ ଭୂମି କୁମାରୀ ବାଣିଜ୍ୟ ବିଭାଗରେ ଦ୍ୱିତୀୟ ସ୍ଥାନ ହାସଲ କରି ବୋର୍ଡ ପରୀକ୍ଷାରେ ଟପ୍ପର ହୋଇଛନ୍ତି।

ପ୍ରତିଭା ଯେ କେବଳ ଧନୀ ଘରେ ଜନ୍ମ ହୁଅନ୍ତି ତାହା ନୁହେଁ । ଜଣେ ଅଟୋ ଚାଳକଙ୍କ ଝିଅ ବାଣିଜ୍ୟ ବିଭାଗରେ ଟପ୍ପର ହୋଇଛନ୍ତି। ବିହାର ସ୍କୁଲର ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଅର୍ଥାତ୍ ଇଣ୍ଟର ବୋର୍ଡ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି । ପ୍ରକାଶିତ ଫଳାଫଳ ଅନୁଯାୟୀ, ସୁରସଣ୍ଡର ଜଣେ ଅଟୋ ଡ୍ରାଇଭରଙ୍କ ଝିଅ ଭୂମି କୁମାରୀ ବାଣିଜ୍ୟ ବିଭାଗରେ ଦ୍ୱିତୀୟ ସ୍ଥାନ ହାସଲ କରି ବୋର୍ଡ ପରୀକ୍ଷାରେ ଟପ୍ପର ହୋଇଛନ୍ତି। ଭୂମି ଟପ୍ପର ହେବା ପରେ ସୁରସଣ୍ଡ ସମେତ ବିହାରର ସୀତାମାରି ଜିଲ୍ଲାରେ ଉତ୍ସାହର ବାତାବରଣ ଖେଳିଯାଇଛି। ଏହାସହ ଭୂମି ସମଗ୍ର ବିହାର ପାଇଁ ଗର୍ବ ଆଣିଛନ୍ତି।

ଭୂମି କୁମାରୀ ଅଟୋ ଡ୍ରାଇଭର ମନୋଜ ସାହା ଏବଂ ସରିତା ଦେବୀଙ୍କ ଝିଅ। ଭୂମି ଏହି ବୋର୍ଡ ପରୀକ୍ଷାରେ ମୋଟ ୪୭୪ ମାର୍କ ହାସଲ କରିଛନ୍ତି। ତେବେ ଭୂମିଙ୍କ ଘରର ଆର୍ଥିକ ଅବସ୍ଥା ସେତେଟା ଭଲ ନୁହେଁ। ଭୂମି କହିଛନ୍ତି ଯେ, ତାଙ୍କର ପ୍ରାଥମିକ ଶିକ୍ଷା କେବଳ ସୁରସଣ୍ଡରେ ହୋଇଥିଲା। ତାଙ୍କ ବାପା କେବଳ ଏକ ଅଟୋ ଚଳାଇ ଯାହା ରୋଜଗାର କରନ୍ତି ସେଥିରେ ତାଙ୍କ ସହ ଦୁଇ ସାନଭାଇ ଅନିକେତ୍ କୁମାର ଏବଂ ଅବିନାଶ କୁମାରଙ୍କୁ ମଧ୍ୟ ପାଠ ପଢାଇଥାନ୍ତି।

topper

ସେଥିରୁ ପୁଣି ଘରର ଖର୍ଚ୍ଚ ମଧ୍ଯ କରିବାକୁ ପଡେ । ତଥାପି, ଘରର ଆର୍ଥିକ ଅବସ୍ଥା ଭଲ ନଥିଲେ ମଧ୍ୟ ତାଙ୍କ ବାପା କି ମା ସେମାନଙ୍କ ଅଧ୍ୟୟନରେ କୌଣସି ଅଭାବ ରଖିନଥିବା ଭୂମି କହିଛନ୍ତି। ଅନ୍ୟପକ୍ଷରେ, ଝିଅ ଭୂମି ତାଙ୍କ ପିତାମାତାଙ୍କ କଠିନ ପରିଶ୍ରମ ପାଇଁ ସମ୍ମାନ ଆଣିଛନ୍ତି ଏବଂ ପରୀକ୍ଷାରେ ଶୀର୍ଷ ସ୍ଥାନରେ ଆସି ସମଗ୍ର ପରିବାରକୁ ଗର୍ବିତ କରିଛନ୍ତି।

ତେବେ ଶ୍ରେଷ୍ଠ ୧୦ ଟପ୍ପର ତାଲିକାରେ ଆସିବାର ଆଶା ରଖିଥିବା କଥା କହିଛନ୍ତି ଭୂମି। ସେ ଆଶା କରିଥିଲେ ଯେ ସେ ଶ୍ରେଷ୍ଠ ୧୦ ଟପ୍ପର ତାଲିକାରେ ସ୍ଥାନ ପାଇବେ। ଏହା ବ୍ୟତୀତ ସେ କହିଛନ୍ତି ଯେ, ଭବିଷ୍ୟତରେ ସେ ଏକ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ହେବାକୁ ଚାହୁଁଛନ୍ତି। ଯେଉଁଥିପାଇଁ ସେ ଅଧ୍ୟୟନ ଆରମ୍ଭ କରିସାରିଛନ୍ତି।

ଏପଟେ ଏହି ଖବର ପ୍ରଚାର ହେବାପରେ ୱାର୍ଡ କାଉନସିଲର କୁନ୍ଦନ କୁମାର ତାଙ୍କୁ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସ୍ଥାନୀୟ ଲୋକଙ୍କ ସହିତ ୱାର୍ଡ କାଉନସିଲର କହିଛନ୍ତି ଯେ ଭୂମି ଆରମ୍ଭରୁ ଅଧ୍ୟୟନରେ ବହୁତ ଚତୁର । ତେବେ ଟପ୍ପର ହେବାପରେ ଭୂମି ତାଙ୍କ ସଫଳତାର ଶ୍ରେୟ ତାଙ୍କ ପରିବାର ସଦସ୍ୟଙ୍କ ସହ ଶୁଭେଚ୍ଛୁମାନଙ୍କୁ ଦେଇଛନ୍ତି।

Leave A Reply

Your email address will not be published.