ଭାରୋତ୍ତୋଳନରେ ଭାରତ ପାଇଁ ଗର୍ବ ଆଣିଲେ ଅଟୋ ଚାଳକଙ୍କ ପୁଅ
ଭାରତ ପାଇଁ ଗର୍ବ ଆଣିଛନ୍ତି ଢେଙ୍କାନାଳର ସହର କୁଟୁଣୀଆ ସାହିର ଅଟୋ ଚାଳକଙ୍କ ପୁଅ ହୃଦାନନ୍ଦ ଦାସ । ଉତ୍ତରପ୍ରଦେଶ ନୋଇଡାଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠି ଓପନ ଭାରତ୍ତୋଳନ ଚମ୍ପିୟନସିପର ୭୩ କିଲୋ ବର୍ଗରେ ଭାଗ ନେଇ ସୂର୍ଣ୍ଣପଦକ ହାସଲ କରିଛନ୍ତି। ସ୍ନାଚରେ ୧୧୦ କିଲୋ, କ୍ଲିନ ଓ ଜର୍କରେ ୧୪୦ କିଲୋ ଭାରଉତ୍ତୋଳନ କରି ସଫଳ ହୋଇଛନ୍ତି ।

ଢେଙ୍କାନାଳ(କେନ୍ୟୁଜ୍): ଦୃଢ ଇଚ୍ଛାଶକ୍ତି ଓ ମନୋବଳ ଥିଲେ ସବୁକିଛି ସମ୍ଭବ ହୋଇଥାଏ । ପରିଶ୍ରମ ଆଉ ଏକାଗ୍ରତା ଆଗରେ ଆର୍ଥିକ ଅନାଟନ ବି ବାଧକ ସାଜିନଥାଏ । ନିଜ ଲକ୍ଷ ସ୍ଥଳରେ ପହଁଚିବା ପାଇଁ ଯିଏ ସବୁ ବାଧା ବିଘ୍ନକୁ ସାମ୍ନା କରିବାକୁ ପ୍ରସ୍ତୁତ ଥାଏ, ସେ ହିଁ ସଫଳତାର ଶୀର୍ଷରେ ପହଁଚିଥାଏ । ଯାହା ସମ୍ଭବ କରି ଦେଖାଇଛନ୍ତି ଜଣେ ଅଟୋ ଚାଳକଙ୍କ ପୁଅ ।
ଭାରତ ପାଇଁ ଗର୍ବ ଆଣିଛନ୍ତି ଢେଙ୍କାନାଳର ସହର କୁଟୁଣୀଆ ସାହିର ଅଟୋ ଚାଳକଙ୍କ ପୁଅ ହୃଦାନନ୍ଦ ଦାସ । ଉତ୍ତରପ୍ରଦେଶ ନୋଇଡାଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠି ଓପନ ଭାରୋତ୍ତୋଳନ ଚମ୍ପିୟନସିପର ୭୩ କିଲୋ ବର୍ଗରେ ଭାଗ ନେଇ ସୂର୍ଣ୍ଣପଦକ ହାସଲ କରିଛନ୍ତି। ସ୍ନାଚରେ ୧୧୦ କିଲୋ, କ୍ଲିନ ଓ ଜର୍କରେ ୧୪୦ କିଲୋ ଭାରୋଉତ୍ତୋଳନ କରି ସଫଳ ହୋଇଛନ୍ତି।
ଏହି ଚମ୍ପିୟାନସିପରେ ୧୫ଟି ଦେଶର ୨୫୦ ପ୍ରତିଯୋଗୀମାନେ ଭାଗ ନେଇଥିଲେ। ଜୁଲାଇ ୧୬ ତାରିଖରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ତେବେ ଗତକାଲି ସେ ଜିଲ୍ଲାରେ ପହଞ୍ଚିବାପରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲେ। ହୃଦାନନ୍ଦ ଜିଲ୍ଲା ପାଇଁ ଗୌରବ ଆଣିଥିବାରୁ ତାଙ୍କୁ ଶୁଭେଛା ଜଣାଇବା ସହ ଆଗକୁ ଆହୁରୀ ଖେଳ ରେ ସୁନାମ ଅର୍ଜନ କରି ଏହିପରି ଜିଲ୍ଲା, ରାଜ୍ୟ, ପାଇଁ ଗୌରବ ଆଣିବାକୁ ଉତ୍ସାହିତ କରିଥିଲେ ଜିଲ୍ଲାପାଳ ସରୋଜ କୁମାର ସେଠୀ ।
ହୃଦାନନ୍ଦଙ୍କ ସଫଳତା ପାଇଁ ଆଜି ପରିବାର ଠାରୁ ଆରମ୍ଭ କରି ସମଗ୍ର ଜିଲ୍ଲା ତଥା ରାଜ୍ୟ ଗର୍ବିତ । ଆଗାମୀ ଦିନରେ ତାଙ୍କର ଏହି ସଫଳତାର ଅଭିଯାନ ଏମିତି ଜାରି ରହୁ, ତାଙ୍କ ପରିଶ୍ରମ ଆଉ ଏକାଗ୍ରତା ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟୁ ଏହା ହିଁ ସମସ୍ତଙ୍କ ଆଶା ।