ମହାରାଷ୍ଟ୍ର : ହେଲମେଟ୍ ନପିନ୍ଧିବାରୁ ଅଟୋ ରିକ୍ସା ଡ୍ରାଇଭରଙ୍କ କଟିଲା ଚାଲାଣ

ମହାରାଷ୍ଟ୍ରର କଲ୍ୟାଣରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଅଟୋ ଡ୍ରାଇଭର ହେଲମେଟ ନ ପିନ୍ଧିବାରୁ ଟ୍ରାଫିକ ପୋଲିସ ୫୦୦ ଟଙ୍କାର ଏକ ଚାଲାଣ କାଟିଛନ୍ତି। କୁହାଯାଉଛି ଯେ, ୩ ଡିସେମ୍ବର ୨୦୨୧ରେ ମୁମ୍ବାଇର କାନ୍ଦିବଳୀ ଅଞ୍ଚଳରେ ଏକ ବାଇକରେ ଚାଳକ ବିନା ହେଲମେଟରେ କୁଆଡେ ଯାଉଥିଲେ । ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଟ୍ରାଫିକ୍ ପୋଲିସ ତାଙ୍କ ଫଟୋ ଉଠାଇଥିଲେ । କିନ୍ତୁ ଚାଲାଣ ଅଟୋ ରିକ୍ସା ଚାଳକ ଗୁରୁନାଥ ଚିକନକରଙ୍କ ନାଁରେ ଆସିଥିଲା । ଚାଲାଣରେ ଫଟୋ ବାଇକର ଥିଲା, କିନ୍ତୁ ଅଟୋର ନମ୍ବର, ନାଁ ଓ ମୋବାଇଲ ନମ୍ବର ଗୁରୁନାଥଙ୍କର ଥିଲା ।

ଅଟୋ ରିକ୍ସା ଡ୍ରାଇଭର ଗରୁନାଥ ଯେବେ ମୋବାଇଲ୍ ଫୋନରୁ ୫୦୦ ଟଙ୍କା ଜରିମାନା ବିଷୟରେ ଜାଣିଲେ, ସେ ଆଶ୍ଚର୍ଯ୍ୟ ହୋଇଗଲେ । ତା’ପରେ ସେ କଲ୍ୟାଣ ଟ୍ରାଫିକ ପୋଲିସକୁ ଏ ବିଷୟରେ ପଚାରିଥିଲେ ଏବଂ ସେମାନେ ତାଙ୍କୁ ଥାନା ଏବଂ ମୁମ୍ବାଇ ଯିବାକୁ କହିଥିଲେ। ଏହି ବୟାନ ଉପରେ ରିକ୍ସା ଚାଳକ କହିଥିଲେ ଯେ, ଯଦି ମୋର ଭୁଲ ନାହିଁ, ତେବେ ମୁଁ କାମ ବନ୍ଦ କରି ମୁମ୍ବାଇ ଓ ଥାନାକୁ କାହିଁକି ଯିବି?

ଗୁରୁନାଥ କହିଛନ୍ତି ଯେ ଟ୍ରାଫିକ ପୋଲିସ ନିଜର ଭୁଲ ସଂଶୋଧନ କରିବା ଆବଶ୍ୟକ। ଏହି ସମସ୍ତ ସମସ୍ୟା ଗୁରୁନାଥଙ୍କୁ ମାନସିକ ଯନ୍ତ୍ରଣା ଦେଇଛି । ଏହି ମାମଲାରେ ଲାଗିଥିବା ଜୋରିମାନା ଓ ନୋଟିସକୁ ରଦ୍ଦ କରିବାକୁ ସେ ଦାବି କରିଥିଲେ । ତେବେ କଲ୍ୟାଣରେ ନିକଟରେ ଇ-ଚାଲାଣ ବ୍ୟବସ୍ଥା ଆରମ୍ଭ ହୋଇଛି, ଯେଉଁ କାରଣରୁ ସେଥିରେ ଅନେକ ତ୍ରୁଟି ଦେଖିବାକୁ ମିଳିଛି

ଅଟୋ ରିକ୍ସା ଡ୍ରାଇଭରର ସମ୍ପର୍କୀୟ ମଦନ ଚିକାନକର କହିଛନ୍ତି ଯେ ସେମାନଙ୍କ ଇ-ଚାଲାଣ ସିଷ୍ଟମରେ କାମ କରୁଥିବାବେଳେ ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବାରୁ ଟ୍ରାଫିକ ପୋଲିସକୁ ଦଣ୍ଡିତ କରାଯିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.