ଆଖି ନଥିଲେ କଣ ହେଲା ମନବଳ ତ ଅଛି, ଯାହା କେହି କରିପାରୁନାହାନ୍ତି ତାକୁ ସେ କରି ଦେଖାଇଲେ

କଥାରେ ଅଛି ସ୍ମାର୍ଟ ୱାର୍କ ସବୁବେଳେ ସ୍ମାର୍ଟ ରିଜଲ୍ଟ ଦେଇଥାଏ । ଆଉ ପରିଶ୍ରମର ଅନ୍ୟ କୌଣସି ବିକଳ୍ପ ନାହିଁ । ହେଲେ ଏହା ଛଡା ବି ଆଉ କିଛି ଅଛି ଯାହା ଆପଣଙ୍କୁ ସିଡିର ଶୀର୍ଷରେ ପହଞ୍ଚାଇବ । ସେ ଶବ୍ଦଟି କଣ ଜାଣନ୍ତି ? ମନବଳ । ବହୁ ଉଦାହରଣ ଦେଖିଥିବେ । ସାମର୍ଥ୍ୟ ଥିବ, ସକ୍ଷମ ଥିବେ ହେଲେ ମନବଳ ନଥିଲେ ବି ମଣିଷ ତାର ଲକ୍ଷ୍ୟରୁ ବିଚ୍ୟୁତ ହୁଏ । କିନ୍ତୁ ଯଦି ଏସବୁ କଥା ଆପଣଙ୍କ ମଧ୍ୟରେ ଅଛି ତେବେ ତ ହାର ମାନିବା ପ୍ରଶ୍ନ ଉଠୁନି । ଆଗକୁ ଯିବାକୁ କେହି ବି ଆପଣଙ୍କୁ ରୋକିପାରିବେନି । ତାର ଜିତାଜାତା ଉଦାହରଣ ହେଉଛନ୍ତି ଆୟୁଷି ଡବାସ ।

ଆମେ କହୁଛୁ ୟୁପିଏସି ରେଜଲ୍ଟ କଥା । ୟୁପିଏସି ସିଭିଲ ସର୍ଭିସ ୨୦୨୧ ର ଫାଇନାଲ ଫଳ ପ୍ରକାଶ ଶେଷ ଚୟନରେ ପୁରା ୬୮୫ ପରୀକ୍ଷାର୍ଥୀ ସଫଳ ଘୋଷିତ ହୋଇଛନ୍ତି । ଏଥିରେ ଆୟୁଷି ନାମ୍ନୀ ୪୮ର‍୍ୟାଙ୍କରେ ଆଗରେ ରହିଛନ୍ତି । ଆପଣ ଭାବୁଥିବେ ଏତେ ପିଲା ୟୁପିଏସି କ୍ଲିଅର କଲେ ହେଲେ ଆୟୁଷିଙ୍କୁ ନେଇ ଆମ ରିପୋର୍ଟ କାହିଁକି । କାରଣ ସେ ଜଣେ ଚକ୍ଷୁହୀନ ପରୀକ୍ଷାର୍ଥୀ । ଆଉ ଏହା ପରେ ବି ହାର କେବେ ମାନିନଥିଲେ ଆୟୁଷି । ନିଜର ପରିଶ୍ରମ ବଳରେ ୬ଟି ପଦକ୍ଷେପ ପରେ ପ୍ରାପ୍ତ କରିଛନ୍ତି ଏହି ସଫଳତା ।

ଆୟୁଷି ଦ୍‌ିଲ୍ଲୀର ମୁବାରକପୁରର ସ୍ଥିତ ଗଭର୍ଣ୍ଣମେଣ୍ଟ ଗଲ୍ସ ସିନିୟର ସେକେଣ୍ଡରୀ ସ୍କୁଲରେ ଇତିହାସ ଟିଚର ଅଟନ୍ତି । ତାଙ୍କୁ ନିଜର ସଫଳତା ଉପରେ ବି ବିଶ୍ୱାସ ହେଉନାହିଁ । ଏମିତିକି ତାଙ୍କ ନମ୍ବର ୫୦ର‍୍ୟାଙ୍କ ମଧ୍ୟରେ ଆସିବ ଏକଥା ସେ କେବେ ବି ଭାବିନାହାନ୍ତି ।

ୟୁପିଏସି ଏଗଜାମର ପ୍ରିପେୟାରେସନ ପାଇଁ ଅନେକ ମୋବାଇଲ ଆପକୁ ଫଲୋ କରିଛନ୍ତି । ଯାହାକୁ ଶୁଣି ଶୁଣି ସେ ପରୀକ୍ଷା ପାଇଁ ପ୍ରସ୍ତୁତି କରିଛନ୍ତି । ଏହା ଛଡା ପରିବାର ଲୋକେ ସିଲାବସ ପଢି ଶୁଣାନ୍ତି । ଯାହାକୁ ସେ ମନେ ରଖିଥାନ୍ତି । ତାଙ୍କ ସ୍ୱାମୀ ଅଷ୍ଟ୍ରେଲିଆରୁ ବିଜନେସ ଉପରେ ପଢାପଢି କରନ୍ତି । ସେ କେବଳ ମକ ଟେଷ୍ଟ ପାଇଁ କୋଚିଙ୍ଗ ନେଇଥିଲେ ।

ଆୟୁଷିଙ୍କ ପଢା ପାଇଁ ତାଙ୍କ ମାଆ ନର୍ସିଙ୍ଗ ଅଧିକାରୀ ପଦରୁ ଭଲ୍ୟୁଣ୍ଟାରୀ ରିଟାର୍ଡମେଣ୍ଟ ନେଇଗଲେ । ଆଉ ତାଙ୍କ ପଢାପଢିରେ ପୁରା ସହଯୋଗ କଲେ । ଏହା ପୂର୍ବରୁ ବର୍ଷ ୨୦୧୯ରେ ସେ ଦିଲ୍ଲୀ ଅଧିନସ୍ଥ ଚୟନ ବୋର୍ଡର ପରୀକ୍ଷାରେ ମଧ୍ୟ ଶୀର୍ଷ ସ୍ଥାନ ପ୍ରାପ୍ତ କରିଥିଲେ । ଯାହା ପରେ ତାଙ୍କ ନିଯୁକ୍ତି ଗଭର୍ଣ୍ଣମେଣ୍ଟ ଗଲ୍ସ ସିନିୟର ସେକେଣ୍ଡରୀ ସ୍କୁଲରେ ଇତିହାସର ଶିକ୍ଷକ ଭାବେ ହେଲା ।

ଆୟୁଷିଙ୍କ ସଫଳତାର ରାସ୍ତା ଲମ୍ବା । ଗ୍ରାଜୁଏସନରେ ମଧ୍ୟ ଟପ କରିଥିଲେ ସେ । ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶ୍ୟାମା ପ୍ରସାଦ ମୁଖାର୍ଜି ମହାବିଦ୍ୟାଳୟରୁ ଗ୍ରାଜୁଏସନର ପଢା ପୁରା କରିଛନ୍ତି । ତାଙ୍କର ପିତା ଅଶୋକ କୁମାର ପଞ୍ଜାବର ଭଟିଣ୍ଡା ସ୍ଥିତ ଏଚଇଏଲରେ ମୁଖ୍ୟ ଡିସ୍ପେନ୍ସର ପଦରେ କାର୍ଯ୍ୟରତ । ଆୟୁଷିଙ୍କୁ ପ୍ରତି ପଦକ୍ଷେପରେ ତାଙ୍କ ସହ ପାଦରେ ପାଦ ମିଳାଇ ଚାଲିଛନ୍ତି ବାପା ଅଶୋକ କୁମାର । ଯାହାର ପୁରସ୍କାର ଆଜି ତାଙ୍କ ଝିଅ ତାଙ୍କୁ ଆଣିଦେଇଛି ।

ପିଲାଠୁ ସେମିତି କିଛି ବଡ ଆଶା କରନ୍ତିନି ବାପାମାଆ । ପିଲା ଉପରେ ଖାଲି ଯଦି ଟିକିଏ କଣ ଆଶା ଥାଏ ସେ ହେଉଛି ବଡ ହେଲେ ଆମ ନାଁ ରଖିବ । ନିଜ ଗୋଡରେ ନିଜେ ଛିଡା ହେବ । ତାହା କରିଦେଖାଇଛନ୍ତି ଆୟୁଷି । ଦୁନିଆକୁ ନଦେଖିଲେ ବି ଅନେକ ପିଲାଙ୍କୁ ସଫଳତାର ବାଟ ଦେଖାଇଦେଲେ ସାହସୀ ଆଉ ଉଚ୍ଚମନା ଆୟୁଷି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.