ଆମ ଦେଶର ସୈନିକ ସବୁବେଳେ ସବୁ ସମୟରେ ତତ୍ପର ଥାଆନ୍ତି ଶତୃ ଠାରୁ ଦେଶକୁ ରକ୍ଷା କରିବାକୁ । କିନ୍ତୁ କଣ ଆପଣ ସେହି ସୈନିକ ବିଷୟରେ ଜାଣିଛନ୍ତି ଯିଏ ଦେଶ ପାଇଁ ପାଲଟିଛନ୍ତି ସାହନ । ଯିଏ କି ମରିବାର ୪୮ ବର୍ଷ ପରେ ବି ଦେଶକୁ ଶତୃଙ୍କ କବଳରୁ ରକ୍ଷା କରୁଛନ୍ତି । ଆପଣ ଏହା ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିତ । ଭାବୁଥିବେ ମରିବା ପରେ ଜଣେ କେମିତି ଦେଶକୁ ରକ୍ଷା କରିପାରିବ । କିନ୍ତୁ ହଁ ଏହା ବିଲକୁଲ ସତ । ଇଷ୍ଟ୍ ସିକ୍କିମ୍ ସୀମାରେ ହରଭଜନ ସିଂ ଆଜି ବି ଦେଶକୁ ଜଗୁଛନ୍ତି । କୁହନ୍ତି ଯେ ଆଜି ବି ସେଠାରେ ସେ ଡ୍ୟୁଟି କରୁଛନ୍ତି । କେବଳ ଏତିକି ନୁହେଁ, ହି ସୀମାରେ ତାଙ୍କ ନାଁରେ ଏକ ମନ୍ଦିର ବି ତିଆରି ହୋଇଛି । ଯେଉଁଠାକୁ ସୈନିକ ମାନେ ଦର୍ଶନ ପାଇଁ ମଧ୍ୟ ଯାଆନ୍ତି ଏବଂ ତାଙ୍କର ଦେଖାଶୁଣା ମଧ୍ୟ କରନ୍ତି ।
ଆପଣ ଜାଣିଛନ୍ତି ହରଭଜନ ସିଂଙ୍କ ଡର ଶତ୍ରୁ ମାନଙ୍କର ଏତେ ଯେ ଶତୃ ବି ତାଙ୍କ ନାଁ ଶୁଣିଲେ ଡରନ୍ତି । ଆପଣଙ୍କ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ ଏଠାରେ ନିୟୋଜିତ ସୈନିକ ମାନଙ୍କ କୁହନ୍ତି ଯେ ଚୀନ ପକ୍ଷରୁ ହେଉଥିବା ଷଡଯନ୍ତ୍ରକୁ ହରଭଜନ ସିଂ ପୂର୍ବରୁ ଜାଣିପାରନ୍ତି ଏବଂ ଜଣାଇଦିଅନ୍ତି । ଯାହାଦ୍ୱାରା ଆମର ସୈନିକ ମାନେ ପୂର୍ବରୁ ସର୍ତକ ହୋଇଯାଆନ୍ତି ।
ବାବା ହରଭଜନ ସିଂଙ୍କ ସାହସିକତାର ପ୍ରମାଣ ଏହି କଥାରେ ବି ଲଗାଇପାରିବେ ଯେ ଚୀନର ସୈନିକ ମଧ୍ୟ ବାବା ହରଭଜନ ସିଂଙ୍କ ଆତ୍ମାକୁ ନେଇ ବିଶ୍ୱାସ କରନ୍ତି ଏବଂ ଭୟ କରନ୍ତି ମଧ୍ୟ । ବାବା ହରଭଜନ ସିଂ ମନ୍ଦିରକୁ ଆଜି ବି ସୈନିକମାନେ ଗଲେ ତାଙ୍କର ଉପସ୍ଥିତି ସେଠାରେ ଅନୁଭୂତ ହୁଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଯେବେ ବି ଭାରତ ଏବଂ ଚୀନ ମଧ୍ୟରେ ମିଟିଙ୍ଗ୍ ହୁଏ ସେତେବେଳେ ବାବା ହରଭଜନ ସିଂଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଏକ baba mandirଚେୟାର ଖାଲି ରଖାଯାଇଥାଏ । ଯେମିତିକି ସେ ବି ଦୁଇ ଦେଶ ମଧ୍ୟରେ ହେଉଥିବା ଚର୍ଚ୍ଚାରେ ଭାଗ ନେଇପାରିବେ ।
ସିକ୍କିମର ବର୍ଡରରେ ନିୟୋଜିତ ସୈନିକଙ୍କ କହିବା କଥା ଯେ ମରିବା ପରେ ବି ବାବା ଏବେବି ବର୍ଡରରେ ଡ୍ୟୁଟି କରୁଛନ୍ତି । ଏଥିପାଇଁ ବାବା ହରଭଜନ ସିଂଙ୍କୁ ଦରମା ବି ଦିଆଯାଇଥାଏ । ସେନାରେ ତାଙ୍କର ଏକ ରାଙ୍କ୍ ବି ରହିଛି । ପୂର୍ବରୁ ତ ତାଙ୍କୁ ଛୁଟିରେ ତାଙ୍କ ଗାଁକୁ ବି ପଠାଯାଇଥିଲା । ହେଲେ କିଛି ଲୋକ ଏହାକୁ ନେି ଯେତେବେଳେ ଆପତ୍ତି ପ୍ରକାଶ କଲେ ସେତେବେଳେ ତାଙ୍କର ଛୁଟିରେ ଯିବାକୁ ବନ୍ଦ କରିଦିଆଗଲା । ଏବେ ପ୍ରତି ବର୍ଷ ୧୨ ମାସ ଯାକ ବାବା ହରଭଜନ ଡ୍ୟୁଟିରେ ରହୁଛନ୍ତି ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମନ୍ଦିରରେ ବାବାଙ୍କର ଗୋଟେ କକ୍ଷ ବି ରହିଛି । ଯାହାକୁ ପ୍ରତିଦିନ ସଫସୁତୁରା କରାଯାଇ ବିଛଣା ବି ଲଗାଯାଏ । ସେହିପରି ବାବା ହରଭଜନଙ୍କ କକ୍ଷରେ ବାବା ପିନ୍ଧୁଥିବା ତାଙ୍କ ୟୁନିଫର୍ମ ଏବଂ ଜୋତା ବି ରଖାଯାଏ । ଲୋକଙ୍କର କହିବାକଥା ଯେ ସେମାନେ ଏହି ୟୁନିଫର୍ମ ଏବଂ ଜୋତାକୁ ପ୍ରତ୍ୟେକ ଦିନ ସଫା କରିବା ସତ୍ତ୍ୱେ ବି ତାଙ୍କ ଜୋତାରେ କାଦୁଅ ଲାଗିଥାଏ ଏବଂ ବିଛଣା ଅସଜଡା ହୋଇ ପଡିଥାଏ ।
ଏବେ ଆପଣଙ୍କୁ ଜାଣିବାକୁ ବହୁତ ଆଗ୍ରହ ଥିବ ଯେ ବାବା ହରଭଜନ ସିଂ କିଏ ଯିଏ ମରିବାର ଏତେ ବର୍ଷ ପରେ ବି ଆଜି ବି ଚାଇନା ଭାରତ ସୀମାରେ ଡ୍ୟୁଟି କରୁଛନ୍ତି । ତେବେ କହିବାକୁ ଚାହିଁବୁ ଯେ ହରଭଜନ ସିଂଙ୍କ ଜନ୍ମ ୩୦ ଅଗଷ୍ଟ ୧୯୪୬ରେ ଗୁଜରାବାଲାରେ ହୋଇଥିଲା । ସେ ସେନାରେ ନିଜ ସେବା ମାତ୍ର ଦୁଇ ବର୍ଷ ଦେଇଛନ୍ତି ଯେ ଦୁଇ ବର୍ଷ ପରେ ସିକ୍କିମରେ ହୋଇଥିବା ଏକ ଦୁର୍ଘଟଣାରେ ତାଙ୍କର ଜୀବନ ଚାଲିଗଲା ।
କୁହାଯାଏ ଯେ ବାବା ହରଭଜନ ଥରେ ଖଚ୍ଚରରେ ନଦୀ ପାର ହେଉଥିଲେ, ଠିକ ଏହି ସମୟରେ ନଦୀ ଫୁଲିବାକୁ ଲାଗିଲା ଏବଂ ସେ ନଦୀର ପ୍ରଖର ସ୍ରୋତରେ ଭାସିଗଲେ । ଏମିତିକି ତାଙ୍କ ମରଶରୀର ପାଣିରେ ଭାସିଯାଇ ଏତେ ଦୂର ଚାଲି ଯାଇଥିଲା ଯେ ଦୁଇ ଦିନ ଖୋଜାଖୋଜି ପରେ ବି ତାଙ୍କର ସନ୍ଧାନ ମିଳିଲାନାହିଁ । ଏହାପରେ ହରଭଜନ ସିଂହ ଜଣେ ସୈନିକଙ୍କ ସ୍ୱପ୍ନରେ ଆସିଲେ ଏବଂ ତାଙ୍କୁ ନିଜ ମୃତ ଶରୀର ବିଷୟରେ କହିଲେ । ଏହାପରେ ସେହି ସୈନିକ ଜଣଙ୍କ ସାଥି ସୈନିକଙ୍କୁ ନେଇ ସେହି ଯାଗାରେ ପହଁଚିଲେ ତ ସେଠାରେ ହରଭଜନ ସିଂଙ୍କ ମରଶରୀର ମିଳିଲା । ସେବେ ଠାରୁ ବାବା ହରଭଜନ ସିଂହଙ୍କ ବଙ୍କରକୁ ମନ୍ଦିରର ରୂପ ଦେଇଦିଆଗଲା ।