ସ୍ପେଶାଲ

ବାବା ୱାଙ୍ଗାଙ୍କ ଭବିଷ୍ଯବାଣୀ: ପବନରେ ଉଡିବ ଟ୍ରେନ, ଟ୍ରମ୍ପ ହରାଇବେ ଶ୍ରବଣ ଶକ୍ତି, ପୁଟିନଙ୍କ ଉପରେ ହେବ ମରଣାନ୍ତକ ଆକ୍ରମଣ

ବାଲକାନର ନଷ୍ଟ୍ରାଦମସ ବାବା ୱାଙ୍ଗା ଭବିଷ୍ଯବାଣୀ କରିଛନ୍ତି। ସେ କହିଛନ୍ତି, ୨୦୨୦ ଅପେକ୍ଷା ଆସନ୍ତା ବର୍ଷ ୨୦୨୧ ରେ ଆସିବ ବଡ଼ ପ୍ରଳୟ। ତାଙ୍କର ଭବିଷ୍ୟବାଣୀ ଅନୁସାରେ, ମାନବତା ପାଇଁ ୨୦୨୧ ଖୁବ୍ ବିପଦଜନକ ପ୍ରମାଣିତ ହେବାକୁ ଯାଉଛି। ୮୬ ବର୍ଷ ବୟସରେ ୧୯୬୬ରେ ବାବା ୱାଙ୍ଗାଙ୍କର ମୃତ୍ୟୁ ହୋଇଥିଲା। ତେବେ ସେ ୯/୧୧ ଆକ୍ରମଣ, ବ୍ରେକଜିଟ୍ ସଙ୍କଟ ସହିତ ସାରା ବିଶ୍ବରେ ଘଟି ସାରିଥିବା ଘଟଣା ଉପରେ ସମ୍ପୂର୍ଣ୍ଣ ସଠିକ୍ ଭବିଷ୍ୟବାଣୀ କରିଥିଲେ।

୨୦୨୧କୁ ନେଇ ସେ କହିଥିଲେ, ଦୁନିଆକୁ ଅନେକ ଗୁଡିଏ ପ୍ରଳୟ ଓ ଗମ୍ଭୀର ବିପତ୍ତିର ସମ୍ମୁଖୀନ ହେବାକୁ ପଡିବ। ସେ କହିଛନ୍ତି, ଏକ ବଡ ଡ୍ରାଗନ ମାନବତା ଉପରେ କବଜା କରିନେବ। ବିଶେଷଜ୍ଞଙ୍କ କହିବା ଅନୁସାରେ, ବାବା ୱାଙ୍ଗା ଏହି କଥା ଜରିବରେ ଚୀନ୍ ଆଡକୁ ସଙ୍କେତ ଦେଇଛନ୍ତି। ଏହାଛଡା ସେ ଇନ୍ଧନକୁ ନେଇ ମଧ୍ୟ ବଡ କଥା କହିଛନ୍ତି। ବାବାଙ୍କ କହିବା ଅନୁସାରେ, ପେଟ୍ରୋଲିୟମ ଉତ୍ପାଦନ ରୋକିବା ପରେ ଟ୍ରେନ ସୂର୍ଯ୍ୟ ରଶ୍ମି ଜରିଆରେ ପବନରେ ଉଡିବ।

ବାବା ୱାଙ୍ଗା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନଙ୍କ ଭବିଷ୍ୟତ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି। ସେ କହିଛନ୍ତି, ଟ୍ରମ୍ପଙ୍କୁ ଏକ ରହସ୍ୟମୟ ରୋଗ ହେବ, ଯେଉଁ କାରଣରୁ ସେ ଶ୍ରବଣ ଶକ୍ତି ହରାଇବା ସହ ତାଙ୍କୁ ବ୍ରେନ୍ ଟ୍ରମା ହୋଇପାରେ। ପୁଟିନଙ୍କ ଉପରେ ତାଙ୍କ ଦେଶରେ ଅନେକ ଥର ମରଣାନ୍ତକ ଆକ୍ରମଣ ହେବ। ଏହାଛଡା ସେ କହିଛନ୍ତି, ୟୁରୋପରେ ଇସ୍ଲାମ କଠୋରପନ୍ଥୀ ଆକ୍ରମଣ କରିବେ।

ବାବା ୱାଙ୍ଗାଙ୍କ ରୋଗକୁ ନେଇ କରାଯାଇଥିବା ଭବିଷ୍ୟବାଣୀ ଗୋଟିଏ ପଟେ ଲୋକଙ୍କୁ ଚିନ୍ତା ପକାଇ ଦେଇଛି ତ ଆଉ ଏକ ଆଶ୍ବସ୍ତିର ଖବର ମଧ୍ୟ ରହିଛି। ସେ କହିଛନ୍ତି, ୨୦୨୧ରେ ସାରା ବିଶ୍ବ କ୍ୟାନସର ଭଳି ରୋଗରୁ ମୁକ୍ତି ପାଇବ। ତାଙ୍କର ଭବିଷ୍ୟବାଣୀ ଅନୁସାରେ, ବିଶ୍ବକୁ ଚଳିତ ବର୍ଷ କ୍ୟାନସରର ଚିକିତ୍ସା ମିଳିଯିବ।

ସୂଚନାଯୋଗ୍ଯ, ବାବା ୱାଙ୍ଗା ପୂର୍ବରୁ ଅନେକ ଭବିଷ୍ୟବାଣୀ କରିସାରିଛନ୍ତି। ଯେପରିକି ସୋଭିଏତ୍ ସଂଘ ଭାଙ୍ଗିବା, ୯/୧୧ ଆକ୍ରମଣ, ପ୍ରିନସେସ୍ ଡାଏନାଙ୍କ ମୃତ୍ୟୁ, ଶର୍ମିବେଲ ବିପତ୍ତି ଭଳି ଘଟଣା ସତ ପ୍ରମାଣିତ ହୋଇଛି। ଏପରିକି ସେ ନିଜର ମୃତ୍ୟୁର ଭବିଷ୍ୟବାଣୀ ମଧ୍ୟ କରିଛନ୍ତି। ସେ କହିଥିଲେ ବ୍ରହ୍ମାଣ୍ଡ ୫୦୭୯ରେ ଶେଷ ହୋଇଯିବ।

Swagatika

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

8 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

16 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

22 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

31 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

33 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

40 mins ago