୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ, ଭୟଭୀତ ହେଲାଣି ସାରା ବିଶ୍ବ

ଆସୁଛି ୨୦୨୬ । ଏହି ବର୍ଷ ସହିତ ଜଡିତ ଭବିଷ୍ୟବାଣୀ ବିଷୟରେ ସମସ୍ତେ ଜାଣିବାକୁ ଚାହୁଁଛନ୍ତି । ବିଶ୍ୱର ଅନେକ ଭବିଷ୍ୟବକ୍ତା ୨୦୨୬କୁ ନେଇ ଅନେକ ଭବିଷ୍ୟବାଣୀ କରିଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ସବୁଠାରୁ ଖାସ୍ ହେଉଛନ୍ତି ବୁଲଗେରିଆନ୍ ମହିଳା ବାବା ଭେଙ୍ଗା । ବାବା ଭେଙ୍ଗା ଜଣେ ଅନ୍ଧ ମହିଳା ଥିଲେ, ତାଙ୍କର ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ ପାଇଁ ସେ ବେଶ ଜଣାଶୁଣା । ତାଙ୍କର ମୃତ୍ୟୁ ୧୯୯୬ରେ ହୋଇଥିଲା, କିନ୍ତୁ ଲୋକମାନେ ଏବେ ବି ତାଙ୍କ ଭବିଷ୍ୟବାଣୀ ଉପରେ ବିଶ୍ୱାସ କରନ୍ତି । ଆଜି ଆମେ ଆପଣଙ୍କୁ ୨୦୨୬ ବର୍ଷ ପାଇଁ ବାବା ଭେଙ୍ଗାଙ୍କ କିଛି ଭବିଷ୍ୟବାଣୀ ବିଷୟରେ କହିବାକୁ ଯାଉଛୁ ।

୨୦୨୬ ବର୍ଷ ପାଇଁ ବାବା ଭେଙ୍ଗା ଯେଉଁ ଭବିଷ୍ୟବାଣୀ କରିଛନ୍ତି ତାହା ଆପଣଙ୍କୁ ଚମକାଇ ଦେବ । ଲୋକଙ୍କ ମନରେ ଏବେ ଠୁ ଭୟ ଏବଂ ଚିନ୍ତା ଦେଖାଗଲାଣି । ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ, ୨୦୨୬ରେ ବିଶ୍ୱର ପୂର୍ବ ଭାଗରେ ଏକ ବଡ଼ ଓ ବିନାଶକାରୀ ଯୁଦ୍ଧ ହୋଇପାରେ । ଯାହା ଧୀରେ ଧୀରେ ସାରା ବିଶ୍ୱରେ ବ୍ୟାପିବ । ଏହି ଯୁଦ୍ଧ ବିଶ୍ୱର ପଶ୍ଚିମ ଭାଗକୁ ସର୍ବାଧିକ କ୍ଷତି ପହଞ୍ଚାଇବ ବୋଲି କହିଛନ୍ତି ବାବା ଭେଙ୍ଗା । ଏହି ଯୁଦ୍ଧ ବିଶ୍ୱ ପାଇଁ ବିନାଶକାରୀ ହେବ ଏବଂ ଜୀବନହାନିର କାରଣ ସାଜିବ । ଭବିଷ୍ୟବାଣୀରେ ଏହା ମଧ୍ୟ ଦାବି କରାଯାଇଛି ଯେ ରୁଷର ଜଣେ ପ୍ରସିଦ୍ଧ ଏବଂ ଶକ୍ତିଶାଳୀ ନେତା ସମଗ୍ର ବିଶ୍ୱ ଉପରେ ପ୍ରାଧାନ୍ୟ ବିସ୍ତାର କରି ପାରିବେ । ଯୁଦ୍ଧ ହେଉ କିମ୍ବା ରାଜନୈତିକ ଅସ୍ଥିରତା, ଆଗାମୀ ବର୍ଷ ବଡ଼ ବିପଦ ଆଣିବ ।

ବାବା ଭେଙ୍ଗାଙ୍କ ଅନ୍ୟ ଏକ ଭବିଷ୍ୟବାଣୀ ଅନୁଯାୟୀ, ଲୋକମାନେ ୨୦୨୬ ମସିହାରେ ବଡ଼ ବଡ଼ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇପାରନ୍ତି । ପ୍ରାକୃତିକ ବିପର୍ଯ୍ୟୟର ବର୍ଷ ହେବ ୨୦୨୬ । ୨୦୨୬ ମସିହାରେ ବଡ଼ ବଡ଼ ଭୂମିକମ୍ପ, ଜ୍ୱାଳାମୁଖୀ ଉଦଗୀରଣ ଏବଂ ଅତ୍ୟଧିକ ବର୍ଷା ହେବ, ଯାହା ପରିବେଶକୁ ବହୁତ କ୍ଷତି ପହଞ୍ଚାଇବ।

ଭେଙ୍ଗା ଏହା ମଧ୍ୟ ଭବିଷ୍ୟବାଣୀ କରିଛନ୍ତି ଯେ, AI ଏତେ ଶକ୍ତିଶାଳୀ ହୋଇଯିବ ଯେ ମଣିଷ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇଯିବ । AI ନିଜେ ବଡ଼ ନିଷ୍ପତ୍ତି ନେବା ଆରମ୍ଭ କରିବ, ଯାହା ସିଧାସଳଖ ଆମ ଜୀବନକୁ ପ୍ରଭାବିତ କରିବ । ଏହି ଭବିଷ୍ୟବାଣୀ ଅନେକାଂଶରେ ସତ ପ୍ରମାଣିତ ହେବାରେ ଲାଗିଲାଣି । କାହିଁକି ନା ଦ୍ରୁତ ଗତିରେ ବୃଦ୍ଧି ପାଉଛି AI । AI  ପାଇଁ କାହାର ଚାକିରି ଯାଉଛି ତ କାହାର ବ୍ୟକ୍ତିଗତ ସୂଚନା ଲିକ୍ ହୋଇଥିବା ଖବର ଆମେ ପ୍ରତିଦିନ ଶୁଣୁଛୁ । ଏଭଳି ପରିସ୍ଥିତିରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀକୁ ନେଇ ଚିନ୍ତାରେ ବିଶ୍ବବାସୀ ।

ବାବା ଭେଙ୍ଗାଙ୍କର ସବୁଠାରୁ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ ହେଉଛି ମଣିଷ ୨୦୨୬ରେ ପ୍ରଥମ ଥର ପାଇଁ ସିଧାସଳଖ ଏଲି୍ଅନ୍ ସହିତ ସାକ୍ଷାତ କରିବ । ଯଦି ଏପରି ହୁଏ ତେବେ ମାନବ ସମାଜ ପାଇଁ ଏହା ଏକ ଐତିହାସିକ ମୋଡ଼ ହେବ । ଭବିଷ୍ୟବାଣୀ ଅନୁସାରେ ୨୦୨୬ରେ ଏକ ବିଶାଳ ମହାକାଶଯାନ ପୃଥିବୀକୁ ଆସିବ । ଯଦିଓ ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ, ତଥାପି ଏହି ଭବିଷ୍ୟବାଣୀ ଲୋକମାନଙ୍କୁ ଆକର୍ଷିତ କରି ଚାଲିଛି । ଏହାକୁ ନେଇ ଚର୍ଚ୍ଚା ଆଲୋଚନା ହେଉଛି । ତେବେ ଜ୍ୟୋତିର୍ବିଦଙ୍କ ଭବିଷ୍ୟବାଣୀ ଯାହା ବି ହେଉନା କାହିଁକି ଏଥିରେ ପ୍ରାକୃତିକ ବିପର୍ଯ୍ୟୟର କଥା ହେଉ କି AI ସମ୍ପର୍କିତ କଥା ହେଉ ତାହା ସତ ହେବାର ଅନେକ ବିଶ୍ବାସ ରହିଛି । ତେଣୁ ଆଗୁଆ ସତର୍କ ରହିବା ଜରୁରୀ ।

Also Read: ପୁଣି ଚର୍ଚ୍ଚାରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ, ୨୦୮୮ ମସିହାରେ ବ୍ୟାପିବ ଅଜଣା ଭାଇରସ୍