ସ୍ତନ ନେଇ ଜନ୍ମିଛି ବାଳକ, ଛାତିରୁ ବାହାରୁଛି କ୍ଷୀର

ଓ୍ଵାଶିଂଟନ : ଆମେରିକାର ଇଣ୍ଡିଆନାରେ ଏପରି ଜଣେ ବାଳକ ଜନ୍ମିଛି ଯାହାଙ୍କ ଛାତିରୁ ଝରୁଛି କ୍ଷୀର । ଏହାକୁ ଡାକ୍ତରମାନେ ଏକ ଅଦ୍ଭୁତ ରୋଗ ବୋଲି କହୁଛନ୍ତି ।

ଇଶ୍ୱରଙ୍କ ସୃଷ୍ଟିରେ ବହୁ ଅଦ୍ଭୁତ କଥାମାନ ଦେଖିବାକୁ ମିଳେ ଯାହାର ରହସ୍ୟ ବଡ଼ ବଡ଼ ବୈଜ୍ଞାନିକ ବା ଡାକ୍ତରଙ୍କ ପାଇଁ ଅଜଣା ହୋଇ ରହିଛି । କେବଳ ସ୍ରଷ୍ଟାଙ୍କୁ ହିଁ ତା’ର ରହସ୍ୟ ବୋଧହୁଏ ମାଲୁମ୍‌ । ଏପରି ଏକ ଅଦ୍ଭୁତ କଥା ଦେଖିବାକୁ ମିଳିଛି ଆମେରିକାର ଇଣ୍ଡିଆନାରେ । ଏଠାକାର ଜଣେ ମହିଳା ୭ ଦିନ ତଳେ ଜନ୍ମ ଦେଇଛନ୍ତି ଏକ ଶିଶୁ ପୁତ୍ରକୁ । ମା’ଙ୍କ ନାମ ବାନେସା ମୋରାନ ଓ ତାଙ୍କ ନବଜାତକର ନାମ କିଲନ ଶୋରିଲ୍‌ ବୋଲି ଜଣାପଡ଼ିଛି ।

ଯାହାଙ୍କ ଛାତିରେ ରହିଛି ମହିଳାଙ୍କ ପରି ସ୍ତନ ଓ ସେଥିରୁ ଝରୁଛି କ୍ଷୀର । ମାତ୍ର ୭ ଦିନର ଏହି ଶିଶୁ ପୁତ୍ରଙ୍କ ଛାତିରେ ଥିବା ନିପଲ୍‌ରୁ କ୍ଷୀର ଝରୁଥିବା ସମସ୍ତଙ୍କୁ ଚକିତ କରିଛି । ଡାକ୍ତରମାନେ ଏହାକୁ ଏକ ଅଦ୍ଭୁତ ରୋଗ ବୋଲି କହୁଛନ୍ତି । ଏହି ଅଦ୍ଭୁତ ରୋଗକୁ ଡାକ୍ତର କହୁଛନ୍ତି Neonatal Galactorrhea । ଏହି ରୋଗ ସାରା ଦୁନିଆର ମାତ୍ର ୨ ପ୍ରତିଶତ ଶିଶୁଙ୍କୁ ହୋଇଥାଏ ।

ସ୍ତନରୁ କ୍ଷୀର ଝରୁଥିବା ସମସ୍ୟା ଉଭୟ ପୁଅ ଓ ଝିଅ ଶିଶୁ୍‌ଙ୍କ ଠାରେ ହେବାର ଦେଖିବାକୁ ମିଳିଥାଏ । ମା’ଙ୍କ ଶରୀରରେ ଅଧିକ େଓ୍ଵଷ୍ଟ୍ରଜନ କାରଣରୁ ଏହା ଶିଶୁଙ୍କ ଦେହକୁ ରକ୍ତ ଜରିଆରେ ପହଞ୍ଚି ଯାଇଥାଏ । ଏହି କାରଣରୁ ଶିଶୁଙ୍କ ସ୍ତନ ବଡ଼ ହୋଇଯାଇଥାଏ ଓ ସେଥିରୁ କ୍ଷୀର ବାହାରି ଥାଏ ।

You might also like