ୟୁଟ୍ୟୁବ ଇତିହାସରେ ପ୍ରଥମ: ରେକର୍ଡ କାଟିଛି ବେବି ସାର୍କ ଭିଡ଼ିଓ ,ଦେଖିଲେଣି ୧୦ ହଜାର କୋଟି ଦର୍ଶକ

ୟୁଟ୍ୟୁବ ଇତିହାସରେ ପ୍ରଥମ । ବେବି ସାର୍କ ଭିଡ଼ିଓର ରେକର୍ଡ । ବେବି ସାର୍କ ଭିଡ଼ିଓକୁ ୟୁଟ୍ୟୁବରେ ଦେଖିଲେଣି ୧୦ ବିଲିଅନ ଅର୍ଥାତ ହଜାରେ କୋଟି ଦର୍ଶକ । ଏହାପୂର୍ବରୁ ୟୁଟ୍ୟୁବରେ ଏତେ ସଂଖ୍ୟାରେ ଦର୍ଶକ କୌଣସି ଭିଡ଼ିଓ ଦେଖିନଥିଲେ । ପୂର୍ବରୁ ‘ଡେସପାସିଟୁ’ ଭିଡ଼ିଓକୁ ୭୭୦ କୋଟି ଦର୍ଶକ ଦେଖିଥିଲେ । ବେବି ସାର୍କ ଡ୍ୟାନ୍ସର ଏହି ଭିଡ଼ିଓ ଇତିହାସରେ ସବୁଠୁ ଅଧିକ ଥର ଦେଖିଛନ୍ତି ।
Today we mark history with our special milestone! 🥇 ‘Baby Shark Dance’ became the first video in history to hit 𝟭𝟬 𝗕𝗜𝗟𝗟𝗜𝗢𝗡 𝗩𝗜𝗘𝗪𝗦 on YouTube!🦈🌊
Share your Baby Shark Dance moments with us!🎶 #BabySharkDance #BabyShark #TheMostViewedVideo #YouTube #10billionviews pic.twitter.com/tbuCDeWdSh
— Pinkfong & Baby Shark (@Pinkfong) January 13, 2022
ବେବି ସାର୍କ ଭିଡ଼ିଓକୁ ଦକ୍ଷିଣ କୋରିଆ ଏଜୁକେସନାଲ ଏଣ୍ଟରଟେନମେଣ୍ଟ ଫର୍ମ ‘ପିଙ୍କ୍ଫଙ୍ଗ’ ପ୍ରଡ୍ୟୁସ କରିଥିଲା । କୋରିଆ-ଆମେରିକୀୟ ଗାୟକ ହୋପ୍ ସିଗୋଇନ୍ ଏହି ଗୀତକୁ ଗାଇଥିଲେ । ୨୦୧୬ରେ ଏହି ଭିଡ଼ିଓକୁ ଅପଲୋଡ କରାଯାଇଥିଲା । ନଭେମ୍ବର ୨୦୨୦ରେ ୭୦୪ କୋଟି ଦର୍ଶକ ଏହି ଭିଡ଼ିଓକୁ ଦେଖିଥିଲେ । ଭିଡ଼ିଓରେ ଦୁଇ ପିଲା ବେବି ସାର୍କ ପ୍ରଦର୍ଶନ କରୁଥିବା ବେଳେ ଆନିମେଟେଡ ସାର୍କ ରହିଛି । ଯେଉଁଥିରେ ଜେଜେବାପା ମଧ୍ୟ ସାର୍କ ଅଛନ୍ତି । ପିଲାମାନଙ୍କୁ ଶିକାର କରିବାକୁ ଚେଷ୍ଟା କରିବା ପୂର୍ବରୁ ସେମାନେ ପହଁରନ୍ତି । ତଥାପି ପିଲାମାନେ ବିଫଳ ହୁଅନ୍ତି ।