ସ୍ପେଶାଲ

ଆମ୍ବୁଲାନ୍ସର ନମିଳିବାରୁ ବୋଲି ମା’ କୋଳରେ ଚାଲିଗଲା ଛୁଆର ଜୀବନ, ଦେଖନ୍ତୁ ଏହି ଛାତିଥରା ଭିଡିଓ

କୋଳରେ ଛୁଆକୁ ଧରି କାନ୍ଦି କାନ୍ଦି ରାସ୍ତାରେ ଦୌଡୁଛନ୍ତି ଜଣେ ମହିଳା । ଦୃଶ୍ୟକୁ ଦେଖି ଯେ କେହି ବି କହିବ ଛୁଆଟିର ନିଶ୍ଚିତ ଦେହ ଖରାପ ଅଛି କିନ୍ତୁ ନା ଅସୁସ୍ଥ ନୁହେଁ ବରଂ ଛୁଆର ପିଣ୍ଡରେ ଆଉ ପ୍ରାଣ ନାହିଁ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ବିହାରରେ । ରାସ୍ତାରେ ତିନିବର୍ଷର ମଲା ଛୁଆକୁ କୋଳରେ ଧରି କାନ୍ଦି କାନ୍ଦି ଏପାଖ ସେପାଖ ଦୌଡୁଥିଲେ ମା । ଏହି ଦୃଶ୍ୟକୁ ଯେ କେହି ବି ଦେଖିବ ଆଖିରେ ଲୁହ ପଳେଇଆସିବ । କାରଣ ଦଶ ମାସ ଗର୍ଭରେ ରଖି ଅନେକ ଯନ୍ତ୍ରଣା ସହି ଛୁଆଟିକୁ ଜନ୍ମ ଦେବା ପରେ ଯଦି ଛୁଆଟି ମା’ର କୋଳରେ ହିଁ ଆଖି ବୁଝିଦିଏ ତାହେଲେ ଭାବିପାରୁଛନ୍ତି ମା’ର ଯନ୍ତ୍ରଣା । ଦେଖନ୍ତୁ କିପରି କୋହକୁ ସମ୍ଭାଳି ନପାରି ବାରମ୍ବାର ଛୁଆର ମୁଁହକୁ ଚାଁହୁଛନ୍ତି ଏବଂ ପାଗେଳୀଙ୍କ ପରି ରାସ୍ତାରେ ଦୌଡୁଛନ୍ତି । ଅସହାୟ ହୋଇ ଚାରିଆଡକୁ ଚାଁହୁଛନ୍ତି ଏବଂ ବିକଳ ହୋଇ ଡାକୁଛନ୍ତି କିଏ ଟିକେ ସାହାଯ୍ୟ କରିବେ କି ? କିନ୍ତୁ ତାଙ୍କ ଦୁଃଖ ବୁଝିବାକୁ କେହି ବି ନାହାନ୍ତି । କେଵଳ ସେତିକି ନୁହେଁ ତାଙ୍କ ପଛେ ପଛେ ଆଉ ଏକ ଛୋଟ ଛୁଆକୁ କୋଳରେ ଧରି ବାପା ମଧ୍ୟ ରାସ୍ତାରେ ଦୌଡୁଛନ୍ତି । ଥମୁନି ଲୁହ, ତଥାପି ବହୁ କଷ୍ଟରେ କୋହକୁ ଚାପି କହୁଛନ୍ତି ବାବୁ ମୋ ଛୁଆଟିକୁ ବଞ୍ଚାଇ ପାଇଲିନି । ଡାକ୍ତର ଅକ୍ସିଜେନ ଥିବା ଆମ୍ବୁଲାନ୍ସରେ ଛୁଆକୁ ନେବାପାଇଁ କହିଥିଲେ କିନ୍ତୁ ଆମ୍ବୁଲାନ୍ସ ମିଳିଲାନି ଆଉ ପୁଅ ମରିଗଲା ।

ଲକଡାଉନ୍ ଯୋଗୁ ଏବେ ସମସ୍ତେ ନିଜ ଘରେ ଅଛନ୍ତି । କେହି ମଧ୍ୟ ବାହାରକୁ ବାହାରୁ ନାହାଁନ୍ତି । କିନ୍ତୁ ଏହି ସମୟରେ ସବୁଠାରୁ ବେଶୀ ହଇରାଣ ହେଉଛନ୍ତି ଅସୁସ୍ଥ ଓ ଅସହାୟ ଲୋକ । ନିକଟରେ ବିହାରରୁ ଆସିଥିବା ଏହି ଭିଡିଓ ସୋସିଆଲ ମିଡିଆରେ ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଛି । ଛୁଆଟି ମାଆ କୋଳରେ ଜୀବନ ହାରିଦେଲା ପଛେ କିନ୍ତୁ ମିଳିଲାନି ଗୋଟେ ଆମ୍ବୁଲାନ୍ସ । ଏମିତିକି ମୃତ୍ୟୁପରେ ମଧ୍ୟ ଛୁଆଟିକୁ ନେଇଯିବା ପାଇଁ ମିଳିଲାନି ଏକ ଗାଡି । ଏମିତି ପରିସ୍ଥିତିରେ ପ୍ରଶାସନର ଅବହେଳା ପାଇଁ ଛୁଆଟିର ଜୀବନ ଚାଲି ଯାଇଛି ବୋଲି ଲୋକେ କହୁଛନ୍ତି । ଏହି ଭିଡିଓ ଭାଇରଲ ହେବାପରେ ଲୋକ ମାନେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରକୁ ଦାୟୀ କରୁଥିବା ମଧ୍ୟ ଦେଖାଯାଉଛି । ଏହି ଘଟଣାର ଭିଡିଓକୁ ଉତ୍କର୍ଷ କୁମାର ନାମକ ଜଣେ ଟୁଇଟର ୟୁଜର ନିଜ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ଏବଂ ଲେଖିଛନ୍ତି ଯେ ” ହାତରେ ତିନି ବର୍ଷର ମୃତ ଛୁଆକୁ ଧରି ଅସହାୟ ମା ଏଣେତେଣେ ଦୌଡ଼ିବାର ଦୃଶ୍ୟ ହେଉଛି ବିହାରର ସ୍ବାସ୍ଥ୍ୟ ବ୍ୟବସ୍ଥାର ପ୍ରମାଣ” ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago