ଖରାପରୁ ଖରାପ ସମୟ ବି ଦୂରକୁ ଦୌଡିଥାଏ ଏହି ଲୋକଙ୍କ ଠାରୁ, ଜରୁର ଜାଣନ୍ତୁ ଏହାର କାରଣ

ମହାନ ଅର୍ଥଶାସ୍ତ୍ରୀ, ରାଜନୀତିଜ୍ଞ ଓ କୁଟନୀତିଜ୍ଞ ଆଚାର୍ଯ୍ୟା ଚାଣକ୍ୟ ସଫଳ ଓ ସୁଖଦ ଜୀବନ ପାଇଁ କିଛି ଖାସ୍‌ କଥା କହିଛନ୍ତି । ଏହି କଥା ବ୍ୟକ୍ତିକୁ ଖରାପ ସମୟରେ ସାହାଯ୍ୟ କରିଥାଏ । ଏଥିସହିତ ସଂକଟରୁ ମଧ୍ୟ ରକ୍ଷା କରିଥାଏ । ଯେଉଁ ଲୋକ ଏହି କଥାକୁ ପାଳନ କରନ୍ତି, ସେମାନଙ୍କ ଜୀବନରେ ସଫଳ ହେବା ଥୟ । ଆସନ୍ତୁ ଜାଣିବା ଏମିତି କିଛି ଖାସ କଥା, ଯାହା ଆପଣଙ୍କୁ ବଡ଼ରୁ ବଡ଼ ସମସ୍ୟାକୁ ଅତିକ୍ରମ କରିଯିବାକୁ ସାହାଯ୍ୟ କରେ ।

ଜୀବନରେ ଲଗାନ୍ତୁ ଚାଣକ୍ୟଙ୍କ ଏହି କଥା

ଧୈର୍ଯ୍ୟ : ବଡ଼ରୁ ବଡ଼ ସମସ୍ୟା ଯଦି ଧୈର୍ଯ୍ୟର ସହ କରାଯାଏ, ତେବେ ସେଥିରୁ ବାହାରିବା ବହୁତ ସହଜ ହୋଇଥାଏ । ହେଲେ ଧୈର୍ଯ୍ୟହାନି ଯୋଗୁ ବହୁବାର ସଫଳ ହେବାକୁ ଥିବା କାର୍ଯ୍ୟ ବି ଅସଫଳ ହୋଇଯାଏ । କୌଣସି ବଡ଼ ବିପଦରୁ ରକ୍ଷା ପାଇବାକୁ ହେଲେ ଧୈର୍ଯ୍ୟ ଓ ବୁଝାମଣା ଭିତରେ ଏଥିରୁ ବାହାରିବାର ବାଟ ଖୋଜନ୍ତୁ । ଫଳରେ ସହଜରେ ଏଥିରୁ ବାହାରି ଆସିବେ ।

ଡରନ୍ତୁ ନାହିଁ : ଯଦି ବ୍ୟକ୍ତି ନିଜର ଭୟକୁ କଣ୍ଟ୍ରୋଲ ନ କରେ, ତେବେ ସେ ଅସୁବିଧାରୁ ବାହାରି ପାରିବ ନାହିଁ । ଅସୁବିଧା ସମୟରେ କେବେ ବି ସାହସ ହାରିବା କଥା ନୁହେଁ । ଭୟ ବ୍ୟକ୍ତିକୁ ଦୁର୍ବଳ କରିଦେଇଥାଏ ।

ଯୋଜନା : କୌଣସି କାର୍ଯ୍ୟକୁ ଯୋଜନାବଦ୍ଧ ଭାବେ କରନ୍ତୁ । ଯୋଜନାପୂର୍ଣ୍ଣ କାର୍ଯ୍ୟର ସଫଳତା ହାର ଅଧିକ ଥାଏ । ଯଦି ଫସି ଯାଆନ୍ତି ତ ଏଥିରୁ ବାହାରି ପାରିବେ ।

ସାହସ : କମ୍‌ ସଂସାଧାନ ସତ୍ତ୍ୱେ ସାହସ ଓ ବୁଦ୍ଧିମତା ଯୋଗୁ ଯୁଦ୍ଧ ବି ଜିତିଯିବାର ନଜିର ରହିଛି । ସାହସ ବ୍ୟକ୍ତିକୁ ସକାରତ୍ମକ କରିଥାଏ । ଏପରି ବ୍ୟକ୍ତିଙ୍କ ସଫଳତା ନିଶ୍ଚିତ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.