ସ୍ପେଶାଲ

ପର୍ଯ୍ୟଟନସ୍ଥଳୀ ବଡଘାଗରାରେ ପର୍ଯ୍ୟଟକଙ୍କ ଭିଡ଼, ଆପଣବି ଥରେ ଆସି ବୁଲି ଆସନ୍ତୁ

କେନ୍ଦୁଝର(କେନ୍ୟୁଜ): କେନ୍ଦୁଝର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ବଡଘାଗରା । ଯେଉଁଠି ଭରି ରହିଛି ପ୍ରକୃତିର ସମସ୍ତ ବୈଭବ । ଏଠାକାର ଜଳପ୍ରପାତ, ଘଞ୍ଚ ବନାନୀ, ପାହାଡ ଓ ବିସ୍ତୀର୍ଣ୍ଣ ନଦୀବନ୍ଧର ଅପରୂପ ସୌନ୍ଦର୍ଯ୍ୟରେ ଅଭିଭୂତ ହୋଇଉଠନ୍ତି ପର୍ଯ୍ୟଟକ । ଶୀତ ବଢିବା ସହିତ ବଡଘାଗରାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକମାନଙ୍କୁ ବେଶ୍ ଆକର୍ଷିତ କରୁଛି ।

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ବଡଘାଗରା । କେନ୍ଦୁଝର ସହରରୁ ୪୯ ନମ୍ବର ଜାତୀୟ ରାଜପଥ ଦେଇ ୬ କିଲୋମିଟର ଦୂର ଅଞ୍ଜର ଓ ସେଠାରୁ ବାମ ପଟେ ୪କିଲୋମିଟର ଗଲେ ପଡେ ଏହି ପର୍ଯ୍ୟଟନସ୍ଥଳୀ । ଏଠାରେ ପହଞ୍ଚିବା ପରେ ବଡଘାଗରାର ଅପରୂପ ସୌନ୍ଦର୍ଯ୍ୟରେ ଅଭିଭୂତ ହୋଇଉଠନ୍ତି ପର୍ଯ୍ୟଟକ । ସୁଉଚ୍ଚ ପାହାଚ ଚଢି ମାଛକାନ୍ଦଣା ନଦୀବନ୍ଧର ସୌନ୍ଦର୍ଯ୍ୟ ଅବଲୋକନ କରିଥାନ୍ତି ପର୍ଯ୍ୟଟକ । ଦୂର ଦିଗବଳୟ ଯାଏ ଲମ୍ବିଯାଇଛି ଏହି ନଦୀବନ୍ଧ । ଅସରନ୍ତି ଏହାର ସୌନ୍ଦର୍ଯ୍ୟ ।

ସେହିପରି, ପାହାଚ ଓହ୍ଲାଇବା ପରେ ଆଖିରେ ପଡେ ବଡଘାଗରା ଜଳପ୍ରପାତର ନୈଶର୍ଗିକ ସୋନ୍ଦର୍ଯ୍ୟ । ଜଳପ୍ରପାତର ଚାରିପଟେ ଘେରିରହିଛି ଘଞ୍ଚବନାନୀ । ପାହାଡ ଉପରିଭାଗରେ ରହିଛି ପ୍ରଭୁ ଶିବଙ୍କର ମନ୍ଦିର, ନୂତନ ଚଲାପଥ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲାଭଳି ସୁସଜ୍ଜିତ ପାହାଚ ଓ ମନୋରମ ବିଶ୍ରାମସ୍ଥଳୀ ନିର୍ମାଣ କରାଯାଇଛି । ବଡଘାଗରାର ମୁଖ୍ୟ ଆକର୍ଷଣ ହେଉଛି ଏହାର ଝରଣା । ସୁଉଚ୍ଚ ପାହଡରୁ ଝରୁଥିବା ପାଣିର ସୌନ୍ଦର୍ଯ୍ୟକୁ ଅତି ନିକଟରୁ ଦେଖିବା ପାଇଁ ‘‘ଫ୍ଲୋଟିଙ୍ଗ୍ ଜେଟି’’ ତିଆରି ହୋଇଛି । ପର୍ଯ୍ୟଟକଙ୍କ ଉପରେ ଝରଣାରୁ ବିଚ୍ଛୁରିତ ହେଉଥିବା ଟୋପା ଟୋପା ଜଳବିନ୍ଦୁ ଏକ ଅପାସୋରା ଅନୁଭବ ଦେଇଥାଏ । ବଡଘାଗରାର ଥଣ୍ଡା ପରିବେଶ, ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଝରଣାର ମଜା ଉଠାଇବା ସହ ଏଠାରେ ବଣଭୋଜି କରିଥାନ୍ତି ।

ଶୀତ ବଢିବା ସହିତ ବଡଘାଗରାରେ ଲାଗିଲାଣି ପର୍ଯ୍ୟଟକଙ୍କ ଭିଡ । ବଡଘାଗରାକୁ ଅଧିକ ସୌନ୍ଦର୍ଯ୍ୟମୟ କରିବାକୁ ଏହାର ପାରିପାର୍ଶ୍ବିକ ଉନ୍ନତିକରଣ ପାଇଁ ରାଜ୍ୟ ସରକାର ଙ୍କ ପକ୍ଷରୁ ୪କୋଟି ୭୦ ଲକ୍ଷ ଟଙ୍କା ର ବ୍ୟୟ ହୋଇଥିବାବେଳେ ପାଖାପାଖି ୮୦% କାମ ସାରିଯାଇଥିବା କହିଛନ୍ତି ଜିଲା ପର୍ଯ୍ୟଟନ ଅଧିକାରୀ, ଏଥିରେ ୱାଟର ଜେଟ, ଟୟଲେଟ କମ୍ପ୍ଲେକ୍ସ, ସୌନ୍ଦର୍ଯ୍ୟକରଣ, ପାର୍କିଂ, ପିଇବା ପାଣି ର ବ୍ୟବସ୍ଥା, ଲାଇଟିଂ, ପିକନିକ ପିଣ୍ଡି, ବୃକ୍ଷରୋପଣ, ରାସ୍ତା ଆଦି କାର୍ଯ୍ୟ ଜାରି ରହିଛି । ଏହାସହିତ ଏମ, ଆଇ, ବିଭାଗ ପକ୍ଷରୁ ୨ କୋଟି ଟଙ୍କାର ବ୍ୟବସ୍ଥା ହୋଇଥିବାବେଳେ ବଡ଼ଘାଗରା ଆହୁରି ଉନ୍ନତି ନେଇ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ।

Sonalisa

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

1 hour ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

5 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

7 hours ago