କେବଳ ହନୁମାନ ଚାଳିଶା ନୁହେଁ, ବଜରଙ୍ଗ ବାଣ ପାଠ କରିବା ଦ୍ୱାରା ମଧ୍ୟ ପ୍ରସନ୍ନ ହୁଅନ୍ତି ମହାବୀର; ଜାଣନ୍ତୁ ଏହାକୁ ପାଠ କରିବାର ବିଧି

ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ହେଉଛନ୍ତି ମହାବୀର ହନୁମାନ। କଳିଯୁଗରେ ମଧ୍ୟ ପବନ ସୁତ ପୃଥିବୀରେ ବିରାଜମାନ। ହନୁମାନଙ୍କ ଆରାଧନା କଲେ ସବୁ ପ୍ରକାର ଭୟ ଦୂର ହୋଇଥାଏ। ହନୁମାନଙ୍କୁ ପୂଜା କଲେ ଆତ୍ମବିଶ୍ୱାସ ବୃଦ୍ଧି ପାଏ। ସେହିଭଳି ଯେଉଁମାନେ ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତି ସେମାନଙ୍କ ସହ ସବୁବେଳେ ହନୁମାନ ରକ୍ଷା କବଚ ଭଳି ରହିଥାନ୍ତି। କେବଳ ହନୁମାନ ଚାଳିଶା ନୁହେ, ବଜରଙ୍ଗ ବାଣ ପାଠ କରିବାର ମଧ୍ୟ ଗୁରୁତ୍ୱ ରହିଛି, ବଜରଙ୍ଗ ବାଣ ପାଠ କରିବା ଦ୍ୱାରା ବ୍ୟକ୍ତିଙ୍କର ସମସ୍ତ ସମସ୍ୟା ଦୂର ହୋଇଥାଏ। କିନ୍ତୁ ବଜରଙ୍ଗ ବାଣ ପାଠ କରିବା ସମୟରେ କେତେକ ବିଷୟ ପ୍ରତି ଦୃଷ୍ଟି ଦେବା ଉଚିତ। ଆସନ୍ତୁ ଜାଣିବା ତାହା କଣ…

bajranga bana୧. ବଜରଙ୍ଗ ବାଣ ସବୁବେଳେ ହନୁମାନଙ୍କ ପ୍ରିୟ ବାର ମଙ୍ଗଳବାରରୁ ଆରମ୍ଭ କରନ୍ତୁ।

୨. ମଙ୍ଗଳବାର ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସ୍ନାନ କରନ୍ତୁ।

୩. ପୂଜା ସ୍ଥାନରେ ହନୁମାନଙ୍କ ମୂର୍ତ୍ତି କିମ୍ବା ପ୍ରତିମା ସ୍ଥାପନ କରନ୍ତୁ।

୪. ଗଣେଶ ଅଗ୍ରପୂଜ୍ୟ, ଏଣୁ ବଜରଙ୍ଗ ବାଣ ଆରମ୍ଭ କରିବା ପୂର୍ବରୁ ଗଣେଶଙ୍କୁ ଆରାଧନା କରନ୍ତୁ।

୫. ଏହାପରେ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ ଧ୍ୟାନ କରନ୍ତୁ।

୬. ଏବେ ହନୁମାନଙ୍କୁ ପ୍ରଣାମ କରି ବଜରଙ୍ଗ ବାଣ ପାଠର ସଂକଳ୍ପ ନିଅନ୍ତୁ

୭. ହନୁମାନଙ୍କୁ ଧୂପ, ଦୀପ, ଅର୍ଘ୍ୟ ଅର୍ପଣ କରନ୍ତୁ।

୮. କୁଶରେ ତିଆରି ଆସନ ପକାଇ ତା ଉପରେ ବସି ପାଠ ଆରମ୍ଭ କରନ୍ତୁ।

୯. ପାଠ ସମ୍ପୂର୍ଣ୍ଣ ହେବାପରେ ଶ୍ରୀରାମଙ୍କୁ ସ୍ମରଣ କରି ପ୍ରଣାମ କରନ୍ତୁ।

୧୦. ଏହାପରେ ଭୋଗ ଅର୍ପଣ କରନ୍ତୁ।

Leave A Reply

Your email address will not be published.