ଆପଣଙ୍କ ଘରେ ଅଛି କି ଭଗବାନ ବାଳଗୋପାଳଙ୍କ ମୂର୍ତ୍ତି, ଜାଣନ୍ତୁ କିପରି କରିବେ ଏହାର ପୂଜା

ହିନ୍ଦୁ ଧର୍ମରେ ଅଧିକାଂଶ ଲୋକମାନେ ଦେବା-ଦେବୀଙ୍କ ପୂଜା କରିବା ବ୍ୟତୀତ ଭଗବାନ କୃଷ୍ଣଙ୍କର ବାଲ୍ୟ ସ୍ବରୂପ ପ୍ରତିମା ମଧ୍ୟ ପୂଜା କରିଥାନ୍ତି। ଯାହାକୁ ଲଡୁ ଗୋପାଳ କୁହାଯାଇଥାଏ। ଲଡୁ ଗୋପାଳଙ୍କ ପୂଜା ସହିତ ତାଙ୍କର ସେବା ମଧ୍ୟ ଛୋଟ ପିଲା ଭଳି କରାଯାଇଥାଏ। ତାଙ୍କର ସେବାରେ ସବୁ କିଛି କରିବାକୁ ପଡ଼ିଥାଏ। ଯେପରି ମା ତାର ପିଲାକୁ ସକାଳୁ ଉଠିବାକୁ ନେଇ ରାତିରେ ଶୋଇା ପର୍ୟ୍ୟନ୍ତ ଦେଖାଶୁଣା କରିଥାଏ। ଲଡୁ ଗୋପାଳଙ୍କ ପୂଜାରେ ଘରର ସମସ୍ତ ଦୁଃଖ-କଷ୍ଟ ଦୂର ହୋଇଯାଇଥାଏ। ତେବେ ଜାଣନ୍ତୁ ଭଗବାନ ଲଡୁ ଗୋପାଳଙ୍କ ପୂଜା ସାବଧାନର ସହ କିପରି କରିବା ଉଚିତ।
-ସକାଳୁ ଜଲଦି ଉଠିବା ପରେ ସର୍ବ ପ୍ରଥମେ ଲଡୁ ଗୋପାଳଙ୍କ ପୂଜା କରିବା ଉଚିତ।
-ଭଗବାନଙ୍କ ପୂଜାରେ ବ୍ୟବହାର କରାଯାଉଥିବା ସମସ୍ତ ଜିନିଷ ଶୁଦ୍ଧ ହୋଇଥିବା ଉଚିତ। ଏହି କାରଣରୁ ପୂଜା ବାସନ ସଫା ରଖିବା ଉଚିତ।
-ବାଳଗୋପାଳଙ୍କ ପ୍ରତିମାକୁ ସର୍ବଦା ଗଙ୍ଗା ଜଳରେ ସ୍ନାନ କରନ୍ତୁ।
-ସ୍ନାନ କରିବା ପରେ ଚନ୍ଦନ ଟିକା ଲଗାନ୍ତୁ।
-ଏହା ବ୍ୟତୀତ ବାର ଅନୁାଯାୟୀ ଭଗବାନଙ୍କ ବସ୍ତ୍ର ପରିବର୍ତ୍ତନ କରିବା ଉଚିତ।
-ଲଡୁ ଗୋପାଳଙ୍କୁ ମାଖନ, ମିଶ୍ରି ଏବଂ ତୁଳସୀ ବହୁତ ପସନ୍ଦ। ଏହି କାରଣରୁ ଭଗବାନଙ୍କୁ ସର୍ବଦା ଏହି ଜିନିଷ ଭୋଗ ଲଗାନ୍ତୁ।
-ପ୍ରତ୍ୟେକ ଦିନ ଶୃଙ୍ଗାର ହେବା ପରେ ପ୍ରଥମେ ଭଗବାନ ଗଣେଶଙ୍କ ଆଳତି କରନ୍ତୁ ତା ପରେ ଲଡୁ ଗୋପାଳଙ୍କ ଆଳତି କରନ୍ତୁ।
-ସକାଳେ ଏବଂ ସଂନ୍ଧ୍ୟାରେ ଲଡୁ ଗୋପାଳଙ୍କୁ ଆଳତି ସହ ଭୋଗ କରିବା ଉଚିତ।
-ପ୍ରତ୍ୟେକ ଦିନ ବାଳଗୋପାଳଙ୍କୁ ଭୋଗ ଲଗାଇ ଭୋଜନ କରିବା ଉଚିତ।
-ଘରେ ଲଡୁ ଗୋପାଳଙ୍କ ମୂର୍ତ୍ତି ଥିଲେ ମଦ-ମାଂସ ସେବନ କରିବା ଅନୁଚିତ।
-ଏହା ବ୍ୟତୀତ ରାତିରେ ଶୋଇବା ପୂର୍ବରୁ ବାଳଗୋପାଳଙ୍କୁ ଶୁଆଇବା ପରେ ଶୁଅନ୍ତୁ।
-ହୋଲି, ଦୀପାବଳୀ ଏବଂ ଜନ୍ମାଷ୍ଟମୀ ଭଳି ପ୍ରମୁଖ ଦିନରେ ଭଗବାନଙ୍କର ବିଶେଷ ରୂପେ ପୂଜା କରାଯାଇଥାଏ।