ବାଲେଶ୍ୱରର ଏଭଳି ଜଣେ ମହିଳା, ଯିଏ ନିଜ ଛାତ ଉପରେ ସୃଷ୍ଟି କରିଛନ୍ତି ଅନନ୍ୟ ସବୁଜିମା

ବାଲେଶ୍ୱର: ବାଲେଶ୍ୱରରେ ଏଭଳି ଜଣେ ମହିଳା ଅଛନ୍ତି ଯାହାଙ୍କ ପାଇଁ ଗଛ ହେଉଛି ସବୁ କିଛି । ନିଜ ଛାତ ଉପରେ ସୃଷ୍ଟି କରିଛନ୍ତି ଅନନ୍ୟ ସବୁଜିମା । ଛାତରେ ୨୦୦ ପଜାତିର ଗଛ ଲଗାଇଥିବା ବେଳେ ସେଥି ମଧ୍ୟରୁ ପ୍ରୟତଃ ୮୦ ରୁ ଅଧିକ ଔଷଧୀୟ ବୃକ୍ଷ ଏବଂ ୨୦ ରୁ ଅଧିକ ବିଦେଶୀ ଗଛ ଲଗାଇଛନ୍ତି । ତାଙ୍କ କହିବା ଅନୁସାରେ ଗଛ ଗୁଡିକୁ ଯତ୍ନ ନେବା ତାଙ୍କ ପାଇଁ ଆଗ, ପରେ ଯାଇଁ ବିଳାସ ବ୍ୟସନ ।

vegitableଗଛରେ ଝୁଲି ରହିଛି ନେନ୍ଥା ନେନ୍ଥା ପାଚିଲା ଫଳ । ଚାରି ଆଡେ କେବଳ ସବୁଜିମା ହିଁ ସବୁଜିମା । ଏ କେଉଁ ନର୍ସରୀ ନୁହଁ ଏକ ଛାତ ଉପର ର ଦୃଶ୍ୟ । ଯେଉଁଠି ଲାଗିଛି ୨୦୦ ପ୍ରଜାତିର ଗଛ । ସେମାନଙ୍କ ମଧ୍ୟରୁ ୧୦୦ ଟି ଔଷଧୀୟ ଓ ଫୁଲ ଚାରା ହୋଇଥିବା ବେଳେ ୧୦୦ ଟି ରହିଛି ଫଳ ଗଛ । ଆଉ ସେଥି ମଧ୍ୟ ରେ ରହିଛି ୨୦ ରୁ ୩୦ ପ୍ରକାରର ବିଦେଶୀ ଗଛ । ହୁଏତ ଏକଥା କାହାକୁ ବିସ୍କିତ କରିପାରେ କିନ୍ତୁ ବାସ୍ତବରେ ଏହା ସତ । ଗଛ ପାଇଁ ପାଗଳ ପାଲଟି ଯାଇଥିବା ଓ ଏତେ ସବୁ ସବୁଜିମାକୁ ନିଜ ହାତରେ ଫଳାଇଥିବା ଏହି ମହିଳା ଜଣଙ୍କ ହେଉଛନ୍ତି ବାଲେଶ୍ୱର ସହର ନୂରପୁର ଅଂଚଳର ମନୋରଂଜନ ଦାସ ଙ୍କ ପତ୍ନୀ କଳ୍ପନା ଦାସ । ଆଉ ଏହା ହେଉଛି ତାଙ୍କ ହାତର କମାଲ୍ ।

vegiକଳ୍ପନାଙ୍କ ପ୍ରଥମ ରୁ ହିଁ ଗଛ ପ୍ରତି ଦୂର୍ବଳତା ରହିଥିଲା । ଦୁଇ ବର୍ଷ ତଳେ ପ୍ରଥମେ କିଛି ଫୁଲ ଗଛ ଲଗାଇଥିଲେ । ଆଉ ପରବର୍ତୀ ମୁହୁର୍ତରେ ବିଭିନ୍ନ ଫଳ ଗଛ ଲଗାଇବା ପାଇଁ ସ୍ଥିର କରିଥିଲେ । ଘର ବାଡିରେ ସେଭଳି ଯାଗା ନଥିବାରୁ ନିଜ ଛାତ ଉପରେ ୩ ଡେସିମିଲ ଯାଗାରେ ଗଛ ଲଗାଇବାକୁ ସ୍ଥିର କରିଥିଲେ । ଆଉ ସେବେଠାରୁ ଆଉ ପଛକୁ ଫେରି ନାହାନ୍ତି । ବିଭିନ୍ନ ସମୟରେ ସୋସିଆଲ ମିଡିଆର ଗଛର ଯତ୍ନ ଦେଖି ନିଜେ ଗଛ ଲଗାଇବା ପ୍ରତି ତାଙ୍କର ଅକୃଷ୍ଟତା ବଢି ଥିଲା ।

womenବିଭିନ୍ନ ଗଛ ମଧ୍ଯ ଏବେ ପଣସ , ନଡିଆ , ଡାଳିମ୍ବ , ଲେମ୍ଭୁ , କମଳା , ଲଙ୍କା , ପିଜୁଳି , ସପେଟା, କରମଙ୍ଗା , ସେଉ, ଅଙ୍ଗୁର , ଲଟକନ, ତେନ୍ତୁଳି,ଚେରୀ , ବେଲ , ବର, ଓସ୍ତ , ଆଖୁ , କଦଳୀ ଭଳି ଅନେକ ଗଛ ରହିଥିବା ବେଳେ ରହିଛି ଅନେକ ଔଷଧୀୟ ବୃକ୍ଷ । ଗଛ ଗଡିକୁ ସେ ବାଲେଶ୍ୱରର ବିଭିନ୍ନ ନର୍ସରୀ , କଲିକତା, କାନ୍ଥୀ ଓ ଆମାଜନ ସାଇଟରୁ କିଣି ଥିବା ବେଳେ ଏଥିପାଇଁ ତାଙ୍କୁ ଅନେକ ଟଙ୍କା ଖର୍ଚ କରିବାକୁ ପଡିଛି । ଆଉ ତାଙ୍କ ଏହି ଆଗ୍ରହ ପାଇଁ ସ୍ୱାମୀ ଓ ପୁଅ ଙ୍କର ଅନେକ ସହଯୋଗ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.