ଉଦଳା: କଦଳୀରେ ଦେଶୀ ଚିକିତ୍ସା! ବିଶ୍ୱାସ ହେଉ ନଥିଲେ ବି ସତ ! ଦିନେ ସରପଞ୍ଚ ଭାବେ ଲୋକ ମାନଙ୍କ ସେବା କରୁଥିଲେ କିନ୍ତୁ ଏବେ କଦଳୀରେ ଦେଶୀ ଚିକିତ୍ସା କରି ବେଶ ଚର୍ଚ୍ଚିତ । ଦୈନିକ ଶହ ଶହ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି । ଯାହାକୁ ନେଇ ଏହି ଚିକିତ୍ସା ବିଭିନ୍ନ ଅଞ୍ଚଳରେ ବେଶ ଆଦୃତ ହୋଇପାରିଛି ।
କଦଳୀରେ ଦେଶୀ ଚିକିତ୍ସା । ହଁ ଆଜ୍ଞା ଏହି କଦଳୀର ଚିକିତ୍ସା ପାଇଁ ଏହି ସ୍ଥାନକୁ ଆସୁଛନ୍ତି ଅନେକ ଲୋକ । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ । ଜେଏସ ଜାମୁଡିହା ଗ୍ରାମର ଏ ହେଉଛନ୍ତି ରଘୁ ସିଂ । ଆଦର୍ଶ ମଣିଷ ଭାବେ ବେଶ ପରିଚିତ ରଘୁ । ଆଦିବାସୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ରଘୁ ଜଣେ ସରଳ ବିଶ୍ୱାସର ବ୍ୟକ୍ତିତ୍ୱ । ୩ ଥର ସରପଞ୍ଚ ଥିଲେ ର ଘୁ। ଏବେ ତାଙ୍କ ଧର୍ମପତ୍ନୀ ସରପଞ୍ଚ ଦାୟିତ୍ଵ ତୁଲାଉଛନ୍ତି । ତେବେ ସରପଞ୍ଚ ଥିବା ଠାରୁ ରଘୁ ଲୋକମାନଙ୍କର ଚିକିତ୍ସା କରି ଆସୁଛନ୍ତି । କଦଳୀରେ ଦେଶୀ ଚିକିତ୍ସା ଜାରି ରଖିଛନ୍ତି ସେ । ଲୋକମାନଙ୍କ ପାଇଁ ସେ ଏହି ଚିକିତ୍ସାକୁ ଉତ୍ସର୍ଗ କରିବା ପାଇଁ ଆଗକୁ ଚେଷ୍ଟା କରିବେ ବୋଲି କହିଛନ୍ତି । ତେବେ ତାଙ୍କର ଏହି ଚିକିତ୍ସା ପାଇଁ ବିଭିନ୍ନ ସ୍ଥାନରୁ ଲୋକମାନେ ଏଠାକୁ ଛୁଟି ଆସିଥାନ୍ତି ।
ତାଙ୍କର ପୂର୍ବ ପୁରୁଷମାନେ ଏହି ଚିକିତ୍ସା କରୁଥିଲେ । ତେବେ ସେତେବେଳେ ଏହି ଚିକିତ୍ସାକୁ ଲୋକମାନେ ଜାଣି ନଥିଲେ । ତେବେ ନିଜର ବାପା ଓ ଜେଜେବାପାଙ୍କ ଠାରୁ କିଛି ଚିକିତ୍ସା ବିଦ୍ୟା ଶିଖି ଥିବାବେଳେ ଏବେ କମ୍ ଟଙ୍କାରେ ଚିକିତ୍ସା କରୁଛନ୍ତି ସେ । ଲୋକମାନେ ତାଙ୍କର ଚିକିତ୍ସା ଯୋଗୁ ଖୁବ୍ ଶୀଘ୍ର ସୁସ୍ଥ ହେଉଥିବା ବି କହିଛନ୍ତି । କଟକ ଓ ଭୁବନେଶ୍ଵର ମେଡିକାଲରେ ଭଲ ହୋଇପାରୁନଥିବା ରୋଗୀ ଏଠାରେ ଆସି ଭଲ ହେଉଥିବା କହିଛନ୍ତି ।
ଦିନେ ସରପଞ୍ଚ ଭାବେ ଲୋକଙ୍କ ସେବା କରୁଥିଲେ କିନ୍ତୁ ଏବେ ଚିକିତ୍ସା କରି ଲୋକଙ୍କୁ ବିପଦ ମୁଁହରୁ ବଞ୍ଚାଇ ପାରୁଛନ୍ତି । ବିଶେଷ କରି ଥଣ୍ଡା, ଗୋଡ ହାତ ଭାଙ୍ଗିବା ଓ ପାରାଲିସିସ୍ ଭଲି ରୋଗକୁ କଦଳୀରେ ଚିକିତ୍ସା କରୁଛନ୍ତି । ଅନେକ ରୋଗୀ ସୁସ୍ଥ ହେଉଥିବା ବେଳେ ତାଙ୍କର ଏହି ଚିକିତ୍ସା ଆଗକୁ ଜାରି ରହୁ ବୋଲି ଭଗବାନଙ୍କ ଠାରେ ପ୍ରାର୍ଥନା କରିଛନ୍ତି ।